ଓଡିଶା

ଜଙ୍ଗଲ ବିଭାଗର ଅଜବ ନୀତି: ଗୋଟିଏ ପଟେ ବୃକ୍ଷ ରୋପଣ, ଅନ୍ୟପଟେ ବୃକ୍ଷ ଛେଦନ

: ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅଜବ ନୀତି। ଗୋଟିଏ ପଟେ ବୃକ୍ଷ ରୋପଣକୁ ଅନ୍ୟପଟେ ବୃକ୍ଷ ଛେଦନ ନୀତି ଚାରିପଟେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଗୋରୁମହିଷାଣୀ ନିକଟସ୍ଥ କୁଲେଇଶିଳା ଗ୍ରାମଠାରୁ କାମପାଣି ଗ୍ରାମ ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତାର ସମ୍ପ୍ରସାରଣ ପୂର୍ବ ବିଭାଗ ଦ୍ଵାରା ଚାଲିଛି।

 

ତେଣୁ ପୂର୍ବପ୍ରସ୍ତୁତି ନିମନ୍ତେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ୭ ଶହରୁ ଅଧିକ ବୃକ୍ଷ କଟାଯିବାର କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ଯାହାକି ପ୍ରକୃତି ପ୍ରେମୀଙ୍କୁ ମର୍ମାହତ କରିଛି। ଉକ୍ତ ରାସ୍ତାରେ ଗଲେ ଦେଖିବାକୁ ମିଳିବ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ପୁରାତନ ଲକ୍ଷାଧିକ ଟଙ୍କାର ଦାମୀଦାମୀ ଗଛ ଲୋଟିପଡ଼ିଛି।

ବନ ବିଭାଗର ତଦାରଖରେ ତଥା ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ (ଓଏଫଡ଼ିସି) ଦ୍ଵାରା କାଟାଯାଉଥିବା ପୁରାତନ ମୂଲ୍ୟବାନ ଗଛ ଗୁଡିକୁ କଟାଯିବାକୁ ଅନେକ ନାପସନ୍ଦ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ବିଦ୍ୟାଳୟ ଅନୁଷ୍ଠାନରେ କିଛି ଦିନ ପୂର୍ବରୁ ବନମହୋତ୍ସବ ସପ୍ତାହ ପାଳନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମର ବର୍ଷା ‘ମାଆ ପାଇଁ ଗଛ ଟିଏ’ରେ ଉଦ୍‌ବୁଦ୍ଧ ହୋଇ ସମସ୍ତେ ଗଛ ଲଗାଇଛନ୍ତି। ଏହା ବ୍ୟତୀତ କିଛି ଦିନ ପୂର୍ବରୁ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥଙ୍କ ବାର୍ତ୍ତା ଜନ୍ମଦିନରେ ଗଛଟିଏ ଉପହାର ଦେଇ ତାକୁ ଲଗାଇ ତାର ଯତ୍ନ ନେବା ସେପଟେ ବୃକ୍ଷ ଛେଦନ ସତେ ଯେପରି ପାଣି ଫୋଟକା ପରି ମିଳେଇଯାଇଛି। ଶତାଧିକ ବର୍ଷର ପୁରୁଣା ବୃକ୍ଷ ଆଜି ରାସ୍ତା ସମ୍ପ୍ରସାରଣ ପାଇଁ ଧରାଶାୟୀ। ଦିନ ଥିଲା ଗୋରୁମହିଷାଣୀ ଓ ଏହାର ଆଖପାଖ ଅଞ୍ଚଳ ଓ ପାହାଡ଼ରେ ପ୍ରବଳ ଜଙ୍ଗଲ ଥ‌ିବାରୁ ବର୍ଷା ଦିନେ ପ୍ରବଳ ବର୍ଷା ହୋଇ ଚାଷକାର୍ଯ୍ୟ ଅତି ଉତ୍ତମ ଧରଣର ହେଉଥିଲା। ଯାହାକି ଚେରାପୁଞ୍ଜିର ଭ୍ରମ ସୃଷ୍ଟି କରୁଥିଲା। ମାତ୍ର ପରବର୍ତ୍ତୀ ସମୟରେ ଖଣି ଖନନ ଓ କାଠ ମାଫିଆ ମାନଙ୍କର ଲୋଲୁପ ଦୃଷ୍ଟି ଫଳରେ ଏବେ ବର୍ଷାର ମାତ୍ରା କମିଯାଇ ଅନେକ ସମୟରେ ମରୁଡି ଦେଖା ଯାଉଛି।

ଏବେ ପୁଣି ୭ ଶହରୁ ଅଧିକ ଗଛ କାଟାଯିବା ପ୍ରକୃତି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବାର ସାଧାରଣରେ ଆଲୋଚନା ହେଉଛି। ଅବଶ୍ୟ ଉଚ୍ଚ ଗଛ ଗୁଡିକ କାଟାଯିବା ପ୍ରତିବଦଳରେ ବନ ବିଭାଗ ସହସ୍ରାଧିକ ବୃକ୍ଷ ରୋପଣ କରିବ। ହେଲେ ଉକ୍ତ ଗଛ ଗୁଡିକ ପରିବେଶ ସହିତ ଖାପ ଖୁଆଇ ବଡ଼ ହେବାପାଇଁ ଏକ ଦଶନ୍ଧୀ ଲାଗିବ। ପ୍ରକୃତି ପ୍ରେମୀଙ୍କ ମତାନୁସାରେ ବଡ଼ ବଡ଼ ଗଛ ଗୁଡିକୁ କଟା ନଯାଇ ବିଦେଶୀ କୌଶଳ ଆପଣାଇ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ପାରିଲେ ପରିବେଶ ସନ୍ତୁଳନ ହୋଇପାରିବ। ଏ ସମ୍ବନ୍ଧରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବପ୍ରସାଦ ରଥଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଲେ ବି ତାହା ସମ୍ଭବ ହୋଇପାରିନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button