ଓଡିଶା
ବଜ୍ରାଘାତରେ ବିଲରେ ପଡ଼ି ଚିତ୍କାର କଲେ ଶ୍ରମିକ; ଜଣେ ମୃତ, ୪ ଆହତ

ସୋର, ୧୮।୮: ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ନଟାପଡ଼ା ପଞ୍ଚାୟତ ଲାଖବିନ୍ଧା ଗ୍ରାମରେ ଏଭଳି ଅଘଟଣ ଘଟିଛି । ବିଲରେ ଧାନ ରୋଇବା ବେଳେ ବଜ୍ରାଘାତରେ ହୋଇଥିଲା । ମୃତକ ଓ ଆହତ ବ୍ୟକ୍ତି ଶ୍ରମିକମାନେ ଗୋଟିଏ ଗାଁର ହୋଇଥିବା ବେଳେ ସମସ୍ତେ ଶ୍ରମିକ ଥିବା ଜଣାପଡ଼ିଛି ।
ମୃତକ ଶ୍ରମିକ ହରିଶ ମଳିକ ଓ ଆହତମାନେ ହେଲେ ମତାଜୀ ମଳିକ, ସୁଭଦ୍ରା ମଳିକ, ଭାଗ୍ୟଲକ୍ଷ୍ମି ମଳିକ, ଲକ୍ଷ୍ମୀପ୍ରିୟା ମଳିକ ।
ବଜ୍ରାଘାତରେ ବିଲ କାଦୁଅରେ ପଡ଼ି ଚିତ୍କାର କରିଥିଲେ ଶ୍ରମିକ । ପାଖରେ ଥିବା ଅନ୍ୟ କୃଷକମାନେ ଆହତଙ୍କୁ ଉଦ୍ଧାର କରି ଅଟୋରେ ସୋର ଡାକ୍ତରଖାନାକୁ ପଠାଇଥିଲେ । ତେବେ ବର୍ତ୍ତମାନ ଗୁରୁତର ଆହତମାନଙ୍କ ଚିକିତ୍ସା ଜାରି ରହିଛି ।