ଓଡିଶା
କ୍ଲବ୍ କଡ଼ରୁ ଅଜଣା ଯୁବକଙ୍କ ଶବ ଉଦ୍ଧାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଟାଉନଥାନା ଲୁହୁରାଢିପା କ୍ଲବ ଗୃହ କଡ଼ରୁ ଗୁରୁବାର ସକାଳେ ଜଣେ ଅଜଣା ଯୁବକଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ଯୁବକ କେଉଁଠାରୁ ଆସିଛନ୍ତି ଏବଂ କେଉଁସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଛି ତାହା ଜଣାପଡିନାହିଁ।
ଗୁରୁବାର ଭୋରରୁ ପଡ଼ା ଲୋକେ କ୍ଲବ୍ ପାଖରେ ଯୁବକ ପଡ଼ିଥିବା ଦେଖି କେହି ମାତାଲ ଯୁବକ ଭାବି ଏଡାଇ ଯାଇଥିଲେ।
କିନ୍ତୁ ବହୁ ସମୟ ଧରି ଯୁବକ ନ ଉଠିବାରୁ ପୁଲିସକୁ ଖବର ଦେଇଥିଲେ। ପରେ ସେ ମୃତ ବୋଲି ଜଣାପଡ଼ିଥିଲା।