ସ୍ୱାସ୍ଥ୍ୟ

ଥାଇରଏଡ୍ ଅଛି ତ ପ୍ରତିଦିନ ଖାଆନ୍ତୁ ଏହି ଜିନିଷ, Thyroid ଭଲ ହେବା ପରେ ବି ଆଉ କେବେ ବି ହେବ ନାହିଁ

ସୂଚନା ଅନୁସାରେ ଗଳାରେ ରହିଥିବା ଥାଇରଏଡ୍ ଗ୍ରନ୍ଥିରୁ ଥାଇରକ୍ଷିନ୍ ହରମୋନ ରିଲିଜ ହୋଇଥାଏ । ଏହି ହରମୋନ ଶରୀର ପାଇଁ ଆବଶ୍ୟକ ହୋଇଥାଏ । ଯଦି ଏହି ହରମୋନ ଅସନ୍ତୁଳିତ ହୋଇ ଅଧିକ କିମ୍ବା କମ୍ ରିଲିଜ ହୋଇଥାଏ । ତେବେ ଏହା ଥାଇରଏଡ୍ ଗ୍ରନ୍ଥିରେ ସମସ୍ଯା ସୃଷ୍ଟି କରି ଥାଇରଏଡ୍ ଗ୍ରନ୍ଥିକୁ ଫୁଲାଇ ଦେଇଥାଏ । ଯେଉଁ ମାନେ ସୋୟା ଜାତୀୟ ଖାଦ୍ୟର ବହୁଳ ସେବନ କରୁଛନ୍ତି । ସେମାନଙ୍କର ଥାଇରଏଡ୍ ବାହାରିଥାଏ ।

 

ଗର୍ଭବତୀ ମହିଳା ମାନଙ୍କ କ୍ଷେତ୍ରରେ ମଧ୍ୟ ଥାଇରଏଡ୍ ଦେଖାଯାଇଥାଏ । ଏପରି କେତେକ କାରଣରୁ ଥାଇରଏଡ୍ ସମସ୍ଯା ପ୍ରକାଶ ପାଇଥାଏ । ଆଜି ଆପଣ ମାନେ ଥାଇରଏଡ୍ ରୋଗୀ କେଉଁ ଜିନିଷ ଖାଇବା ଉଚିତ ଓ କେଉଁ ଜିନିଷ ଖାଇବା ଅନୁଚିତ ସେହି ବିଷୟରେ ସୂଚନା ପାଇପାରିବେ । ଯଦି ଆପଣଙ୍କ ଖାଦ୍ୟରେ ଜିଙ୍କ, ସେଲେନିୟମ ଓ ଓମେଗା 3 ଏହି ସବୁ ତତ୍ଵ ଉପଯୁକ୍ତ ପରିମାଣରେ ରହିଥାଏ ।

ତେବେ ଆପଣଙ୍କ ଥାଇରଏଡ୍ ସମସ୍ଯା ବହୁ ଶୀଘ୍ର ଦୂର ହୋଇଥାଏ । ଆପଣ ସକାଳେ ଉଠି ୪ ଚାମଚ ଆଲୋଭେରା ଜୁଷର ସେବନ କରନ୍ତୁ । ଏହାର ସେବନ କରିବା ଦ୍ଵାରା ଥାଇରଏଡ୍ ଗ୍ରନ୍ଥି ଠିକ ଭାବରେ କାର୍ଯ୍ୟକାରୀ ହୋଇଥାଏ । ମାଛ ଖାଇବା ମଧ୍ୟ ନିହାତି ଉଚିତ ହୋଇଥାଏ । କାରଣ ମାଛର ସେବନ ଦ୍ଵାରା ମଧ୍ୟ ଥାଇରଏଡ୍ ଗ୍ରନ୍ଥି ସଠିକ ଭାବରେ ଥାଇରକ୍ଷିନ୍ ହରମୋନ ରିଲିଜ୍ କରିବାରେ ସାହାଜ୍ଯ କରିଥାଏ ।

 

ମାଛରେ ବହୁ ପରିମାଣରେ ସେଲେନିୟମ ଓ ଜିଙ୍କ ରହିଥାଏ । ଯାହା ଥାଇରଏଡ୍କୁ ଠିକ କରିବା ପାଇଁ ପ୍ରଯୁଜ୍ୟ ଅଟେ । ଥାଇରଏଡ୍ ପାଇଁ ଅଳସୀ ମଧ୍ୟ ଉପକାରୀ ହୋଇଥାଏ । ଅଳସୀରେ ବହୁ ପରିମାଣରେ ଓମେଗା ରହିଥାଏ । ଆପଣ ଅଳସୀକୁ ଭାଜି ତାହାକୁ ଚୋବାଇ କିମ୍ବା ତାହାର ପାଉଡର ପ୍ରସ୍ତୁତ କରି ସେବନ କରିପାରିବେ ।

ଯାହା ଥାଇରଏଡ୍ ରୁ ବାହାରୁ ଥିବା ହରମୋନର ଅସନ୍ତୁଳିତ ଅବସ୍ତାକୁ ସନ୍ତୁଳିତ କରି ରଖିବାରେ ପ୍ରମୁଖ ଭୁମିକା ନେଇଥାଏ । ଅଖରୋଟ ମଧ୍ୟ ଥାଇରଏଡ୍ ରୋଗୀଙ୍କ ପାଇଁ ବେଶ ପ୍ରଭାବଶାଳୀ ହୋଇଥାଏ । ସକାଳର ବ୍ରେକଫାଷ୍ଟରେ ନିହାତି ଭାବେ ଗହମର ଗଜା ପ୍ରସ୍ତୁତ କରି ଖାଆନ୍ତୁ । ଏହି ସବୁ ଖାଦ୍ୟ ସାମଗ୍ରୀ ଥାଇରଏଡ୍ ରୋଗୀଙ୍କୁ ନିହାତି ଭାବରେ ସେବନ କରିବା ଉଚିତ ।

 

ଏପରି କେତେକ ମଧ୍ୟ ସାମଗ୍ରୀ ରହିଛି । ଯାହାକୁ ଥାଇରଏଡ୍ ରେ ପୀଡିତ ବ୍ୟକ୍ତି ଆଦ୍ୱା ସେବନ କରିବା ଅନୁଚି । ଫୁଲକୋବି, ବନ୍ଧା କୋବି ଓ ବ୍ରୋକଲି ଏଥିରୁ ଥାଇରଏଡ୍ ରୋଗୀ ନିଜକୁ ନିବୃତ ରଖିବା ଉଚିତ । ମଇଦାରୁ ପ୍ରସ୍ତୁତ କୌଣସି ଖାଦ୍ୟ ଖାଇବା ଉଚିତ ହୋଇନଥାଏ । ସୋୟା ସାମଗ୍ରୀ ଖାଦ୍ୟ ଖାଆନ୍ତୁ ନାହିଁ । ମୂଳା, କ୍ଷୀରର କୌଣସି କ୍ରିମ,ଧଳା ଲୁଣ, ଚାହା ଓ କଫିର ମଧ୍ୟ ଥାଇରଏଡ୍ ରୋଗୀ ସେବନ କରିବା ଅନୁଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button