ଓଡିଶା

ଓଡିଶାକୁ ଆଶ୍ୱସ୍ତି

ଭୁବନେଶ୍ୱର: ଓଡିଶା ପାଇଁ ଆଶ୍ବସ୍ତି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟାର ଗତିପଥ କୁ ନେଇ  ଆକଳନ କରିଛି ପାଣିପାଗ ବିଭାଗ। ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ଆଇଏମଡି ସ୍ପଷ୍ଟ କରିନଥିଲେ ବି ଓଡିଶାରେ ମାଡ ହେବ  ନାହିଁ ବୋଲି ଅନୁମାନ କରିଛି। ଏଥିସହ ସମୁଦ୍ର ଭିତରେ ଓଡିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ଥିବା ଆଇଏମଡି କହିଛି। ଏହାର ପ୍ରଭାବରେ ୨୪ ଏବଂ ୨୫ ତାରିଖରେ ଓଡିଶା ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏସବୁ ଆକଳନ ଭିରେ ଆଣ୍ଡାମାନ ସାଗର ଏବଂ ପାଶ୍ବବର୍ତ୍ତି ଅଂଚଳରେ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ସେପଟେ ସମ୍ଭାବ୍ୟ ବାତ୍ୟାଜନିତ ପରିସ୍ଥିତିକୁ ମୁକାବିଲା କରିବାକୁ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଏସଆରସି ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ସେପଟେ କଳାବଜାରୀକୁ ରୋକିବା, ବାତ୍ୟା ଆଶ୍ରୟସ୍ଥଳୀ ପାଇଁ ପ୍ରସ୍ତୁତି, ଚାଷୀଙ୍କ କ୍ଷୟକ୍ଷତିକୁ ଯଥାସମ୍ଭବ ରୋକିବା ଓ ସର୍ବୋପରି ଜରୁରୀକାଳୀନ ଔଷଧ ମହଜୁଦ ଉପରେ ବିଭିନ୍ନ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button