ଜୀବନଶୈଳୀ

ନାଗ ପଞ୍ଚମୀ କଥା ଶୁଣିବା ପରେ ହୋଇଥାଏ ସବୁ ମନସ୍କାମନା ପୂର୍ଣ୍ଣ , ନିଶ୍ଚୟ ଶୁଣନ୍ତୁ :-

ଭବିଷ୍ୟ ପୁରାଣ ଅନୁସାରେ ପଞ୍ଚମୀ ତିଥି ନାଗଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଯାହା ତାଙ୍କୁ ଆନନ୍ଦ ଦେଇଥାଏ । ଏହିଦିନ ନାଗଲୋକରେ ବିଶେଷ ଉତ୍ସବ ହୋଇଥାଏ । ପଞ୍ଚମୀ ତିଥିରେ ଯେଉଁ ବ୍ୟକ୍ତି ନାଗକୁ ଅଭିଷେକ କରାଇଥାନ୍ତି ସେହି ବ୍ୟକ୍ତିନ୍କ କୂଳରେ ବାସୁକି , ତକ୍ଷକ , କାଳିଆ , ମଣିଭଦ୍ର , ଐରାବତ , ଧୃତରାଷ୍ଟ୍ର , କରକୁଟକ ତଥା ଧନଞ୍ଜୟ ଭଳି ବଡ଼ ବଡ଼ ନାଗ ଅଭୟ ଦାନ ଦେଇଥାନ୍ତି ।

ତାଙ୍କ କୂଳରେ ସର୍ପର ଭୟ ରହେ ନାହିଁ । ଥରେ ମାତାଙ୍କ ଅଭିଶାପରେ ନାଗ ଲୋକ ଜଳିବାରେ ଲାଗିଥିଲା । ତେଣୁ ସେହି ସମସ୍ୟାରୁ ମୁକ୍ତି ପାଇଁ ଆଜିବି ନାଗକୁ ଗାଈ କ୍ଷୀରରେ ସ୍ନାନ କରାଯାଏ । ଏହାଦ୍ବାରା ସର୍ପର ଭୟ ରହେ ନାହିଁ ।

ସମୁଦ୍ର ମନ୍ଥନ ସମୟରେ ସମୁଦ୍ରରୁ ଉଚସ୍ରବା ନାମକ ଏକ ଘୋଡ଼ା ବାହାରି ଥିଲା ।ତାହାକୁ ଦେଖି ନାଗ ମାତା କଦୃ ନିଜର ସୁଉତୁଣୀ କୁ କହିଲେ ଯେ ଏହି ଘୋଡ଼ା ଧଳା ରଙ୍ଗର ହେବା ସତ୍ତ୍ୱେ ବି ତାହାର କେଶ କଳା ରଙ୍ଗର ଦେଖା ଯାଉଛି । ଯାହାକୁ ନେଇ ବିନିତା କହିଥିଲେ ଯେ ଘୋଡ଼ାର ରଙ୍ଗ ଧଳା ନୁହେଁ କି କଳା ନୁହେଁ ।

 

ତେଣୁ ଏହାକୁ ନେଇ କଦୃ ସର୍ତ୍ତ ରଖିଲେ ଯେ ଘୋଡ଼ାର କେଶର ରଙ୍ଗ କଳା ଯଦି ଦେଖାଇଲେ ତେବେ ସେ ତାଙ୍କର ଦାସୀ ହୋଇ ରହିବେ । ଏହାପରେ ଉଭୟେ ନିଜ ନିଜ ସ୍ଥାନକୁ ଚାଲିଗଲେ । କଦୃ ନିଜ ପୁତ୍ର ମାନଙ୍କୁ ଡକାଇ ଉଚ୍ଚଶ୍ରବାର ଶରୀରରେ କେଶ ସଦୃଶ ହୋଇ ଗୁଡ଼ାଇ ହେବାକୁ କହିଲେ ଯାହାଦ୍ୱାରା ଘୋଡ଼ାର କେଶ ରଙ୍ଗ କଳା ଦେଖାଯିବ ।

କିନ୍ତୁ ପୁଅ ମାନେ ମା ର କଥାକୁ ମାନିବାକୁ ବାରଣ କରିଥିଲା । ଏପରି ଛଳ ସେ କରବ ନାହିଁ ବୋଲି କହିଥିଲେ । ପୁଣି ସେଥିରେ ତାଙ୍କର ଜିତ ହେଉ କିମ୍ବା ପରାଜୟ ହେଉ । ଏଥିରେ କ ଦୃ ରାଗିଯାଇ ନାଗ ମାନଙ୍କୁଙ୍କୁ ଅଭିଶାପ ଦେଲେ ଯେ ପାଣ୍ଡବଙ୍କ ରାଜ୍ୟରେ ଉତ୍ପନ୍ନ ରାଜା ଜନ୍ମେଜୟ ଯେତେବେଳେ ସର୍ପ ଯଜ୍ଞ କରିବେ ସେତେବେଳେ ସେହି ଅଗ୍ନିରେ ସବୁ ନାଗ ଜଳିଯିବେ ।

ଏହାପରେ ସେମାନେ ଭୟଭୀତ ହୋଇ ବ୍ରହ୍ମାଙ୍କ ପାଖକୁ ଯାଆନ୍ତି । ବାସୁକିଙ୍କ ସମସ୍ୟା ଶୁଣିବା ପରେ ବ୍ରହ୍ମା କହନ୍ତି ଯେ ଯାଯାବର ବଂଶର ବଡ଼ ତପସ୍ୱୀ ଜଳତ୍କାରୁ ନାମକ ବ୍ରାହ୍ମଣ ଉତ୍ପନ ହେବ । ଯାହା ସହିତ ବାସୁକିଙ୍କ ଭଉଣୀ ମନଷାବିବାହ କରାଇବାକୁ ବାସୁକିଙ୍କୁ କହିଲେ । ସେ ଯାହାବି ସର୍ତ୍ତ ରଖିବେ ସେ ସବୁକୁ ମାନିବାକୁ ମଧ୍ୟ କହିଲେ ।

 

ସେମାନଙ୍କ ଠାରୁ ଆସ୍ତିକ ନାମକ ପୁତ୍ର ଉତ୍ପନ୍ନ ହେବ ଯିଏକି ଦ୍ଵାପର ଯୁଗରେ ହେବାକୁ ଥିବା ଜନ୍ମେଞ୍ଜୟଙ୍କ ଯଜ୍ଞକୁ ଅଟକାଇବେ । ଯାହାଦ୍ୱାରା ସବୁ ନାଗଙ୍କ ରକ୍ଷା ହୋଇ ପାରିବ । ଏଥିରେ ଖୁସି ହୋଇ ସବୁ ନାଗ ଫେରି ଯାଇଥିଲେ । ଏହି ବର ବ୍ରହ୍ମା ନାଗ ମାନଙ୍କୁ ପଞ୍ଚମୀ ଦିନ ଦେଇଥିଲେ । ଆସ୍ତିକ ମୁନି ମଧ୍ୟ ପଞ୍ଚମୀ ତିଥିରେ ନାଗ ମାନଙ୍କ ରକ୍ଷା କରିଥିଲେ । ତେଣୁ ପଞ୍ଚମୀ ତିଥି ନାଗ ମାନଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଏହିଦିନ ନାଗକୁ ଆରାଧନା କରି ସବୁବେଳେ ପ୍ରସନ୍ନ ରହିବାକୁ ପୂଜା କରାଯାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button