ଅଜବ୍ ପ୍ରେମର ଗଜବ୍ କାହାଣୀ, ଅଷ୍ଟମ ଶ୍ରେଣୀ ଛାତ୍ରର ପ୍ରେମରେ ପଡିଲେ ୩ ସନ୍ତାନର ମା, ଉଭୟ ଘରୁ ଫେରାର ହେଲେ, ଆଉ ତାପରେ..

କୁହାଯାଏ ପ୍ରେମରେ ମଣିଷ ବୟସ କିମ୍ବା କୌଣସି ଧର୍ମ ମନେ ନାହିଁ। କେତେକ ପ୍ରେମ କାହାଣୀ ଅତ୍ୟନ୍ତ କୌତୁହଳପ୍ରଦ ଏବଂ କେତେକ ସ୍ୱତନ୍ତ୍ର ହୋଇଥାଏ। ପ୍ରେମ କାହାଣୀର ଏପରି ଏକ ଅଦ୍ଭୁତ ମାମଲା ଉତ୍ତରପ୍ରଦେଶ ରୁ ଆସିଛି, ଯେଉଁଠାରେ ଜଣେ ତିନି ପିଲାଙ୍କ ମା ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ ସହ ପ୍ରେମରେ ପଡିଯାଇଛନ୍ତି। ସେମାନଙ୍କର ପ୍ରେମ ଏପରି ଭାବରେ ବଢ଼ିଗଲା ଯେ ଉଭୟ ଘରୁ ଫେରାର ହୋଇଯାଇଛନ୍ତି।
ଏହି ମାମଲା ଟି ଗୋରଖପୁରର ଅଟେ। ଏହି ମାମଲା ଅନୁଯାୟୀ ଜଣେ ମହିଳା ଯିଏ ତିନି ସନ୍ତାନର ମା ଅଟନ୍ତି, ସେ ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅକୁ ଭଲ ପାଉଥିଲେ। ତେବେ ମାମଲା ଏତେ ଦୂରକୁ ଯାଇଥିଲା ଯେ ଉଭୟ ଘରୁ ଫେରାର ହୋଇଯାଇଛନ୍ତି। ରିପୋର୍ଟ ଅନୁଯାୟୀ, ପରିବାର ସଦସ୍ୟ ଏ ସମ୍ପର୍କରେ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି।
କ୍ୟାମ୍ପେରଗଞ୍ଜ ପୋଲିସ ଷ୍ଟେସନରେ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ, ଜଣେ ୨୯ ବର୍ଷ ବୟସ୍କା ମହିଳା ମାତ୍ର ୧୫ ବର୍ଷର ବାଳକ ସହିତ ଶିବରାତ୍ରୀ ମେଳାରୁ ନିଖୋଜ ହୋଇଯାଇଥିଲେ। ପରିବାର ପ୍ରଥମେ ଉଭୟଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେମାନଙ୍କୁ ନ ପାଇବାରୁ ଏବଂ ପରେ ସେମାନଙ୍କ ପ୍ରେମ ବ୍ୟାପାର ବିଷୟରେ ଜାଣିବା ପରେ ପରିବାର ଲୋକେ ଏ ସମ୍ପର୍କରେ ପୋଲିସରେ ଏତଲା ଦେଇଥିଲେ।