ଓଡିଶା

ରାଗୋତ୍ସବ-୨୦୨୩ ଉଦ୍‌ଯାପିତ, ଓଡ଼ିଶୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଦର୍ଶକ ବିଭୋର – Utkal Mail



ଭୁବନେଶ୍ୱର: ଜେଏସଡ଼ବ୍ଲ୍ୟୁ ଫାଉଣ୍ଡେସନ ସହାୟତାରେ ଭୁବନେଶ୍ୱର ମ୍ୟୁଜିକ ସର୍କଲ ଦ୍ୱାରା ଅନୁଷ୍ଠିତ ହେଉଥିବା ବାର୍ଷିକ ସଙ୍ଗୀତ କାର୍ଯ୍ୟକ୍ରମ ରାଗୋତ୍ସବ ୨୦୨୩ ସୋମବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ସହିତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ।

ଅନ୍ତିମ ସନ୍ଧ୍ୟାର ପ୍ରଥମ ଉପସ୍ଥାପନ ଥିଲା ଓଡ଼ିଶୀ ସଙ୍ଗୀତ, ଯାହାକୁ ପରିବେଷଣ କରିଥିଲେ ଅଚ୍ୟୁତ ମହାରଣା । ଓଡ଼ିଶୀ ସଙ୍ଗୀତର ସବୁ ପର୍ଯ୍ୟାୟକୁ ଅତି ଚମତ୍କାର ଭାବରେ ପରିବେଷଣ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ । ତାଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ ବେହେଲାରେ ହରିଶ୍ଚଚନ୍ଦ୍ର ଦାସ, ହାରମୋନିୟମ୍‌ରେ ଭଗବାନ ମହାରଣା, ମର୍ଦ୍ଦଳରେ ମାଧବ ଶ୍ରୀନନ୍ଦ ସାହୁ ଓ ତାନପୁରାରେ ମମତା ଶ୍ରୀଚନ୍ଦନ । ସେହିପରି ଶେଷ ପ୍ରସ୍ତୁତିରେ ଥିଲା ପ୍ରଖ୍ୟାତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ରାମ ଦେଶପାଣ୍ଡେଙ୍କ ଦ୍ୱାରା ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପରିବେଷଣ । ସେ ଜଣେ ଚିନ୍ତାଶୀଳ ସଙ୍ଗୀତଜ୍ଞ ଭାବେ ବେଶ୍ ପରିଚିତ । ତାଙ୍କ ସଙ୍ଗୀତରେ ରାଗ ଓ ତାଳର ଉତ୍ତମ ନିୟନ୍ତ୍ରଣ ଦେଖିବାକୁ ମିଳିଥିଲା ଯାହା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ତାଙ୍କୁ ତବଲାରେ ବିଶ୍ୱରଞ୍ଜନ ନନ୍ଦ, ହାରମୋନିୟମ୍‌ରେ ଆକାଶ ବିଶ୍ୱାଳ ଏବଂ ତାନପୁରରେ ସୁଶ୍ରୀ ମନ୍ଦାକିନୀ ଶ୍ରେୟା ଓ ଡ଼କ୍ଟର ସନ୍ଦୀପନା ପତି ଯହଯୋଗ କରିଥିଲେ ।

ଉଦ୍‌ଯାପନୀ ଉତ୍ସବରେ ବରିଷ୍ଠ ପ୍ରଶାସକ ତଥା ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଦସ୍ୟ ସଞ୍ଜୀବ ହୋତା, ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଦସ୍ୟା ସ୍ୱର୍ଣ୍ଣ ମିଶ୍ର, ଭୁବନେଶ୍ୱର ମ୍ୟୁଜିକ ସର୍କଲର ସଭାପତି ଅରବିନ୍ଦ ବେହେରା ଏବଂ ଭୁବନେଶ୍ୱର ମ୍ୟୁଜିକ ସର୍କଲର ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡ଼ ସଙ୍ଗୀତା ଗୋସାଇଁ ଏବଂ ଡ଼. ଆଦ୍ୟାଶା ଦାସ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button