କ୍ରାଇମ

‌‘କେ.ଜି.’ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରି ସ୍କୁଲ୍‌ ବସ୍‌ କଣ୍ଡକ୍ଟର୍‌ ଗିରଫ – Utkal Mail


ଜୟପୁର: ରାଜସ୍ଥାନର ବିକାନେର୍‌ରେ ଜଣେ ସାଢ଼େ ୩ ବର୍ଷୀୟ ‘କିଣ୍ଡର୍‌ଗାର୍ଟେନ୍‌’ ଛାତ୍ରୀଙ୍କ ସହିତ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ତା’ର ସ୍କୁଲ୍‌ ବସ୍‌ କଣ୍ଡକ୍ଟର୍‌ଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ଏକଥା କାହା ଆଗରେ କହିଲେ ତା’ର ବାପାମାଆଙ୍କୁ ହତ୍ୟା କରାଯିବ ଓ ସେ ଦୁନିଆରେ ଏକୁଟିଆ ହୋଇଯିବ ବୋଲି ବସ୍‌ କଣ୍ଡକ୍ଟର୍‌ ସେ ଝିଅକୁ ଧମକ ଦେଉଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଛି।

ପୁଲିସ କହିଛି, ୩୪ ବର୍ଷିୟ ବସ୍‌ କଣ୍ଡକ୍ଟର୍‌ ମଦନଲାଲ୍‌ଙ୍କୁ ଗିରଫ କରାଯାଇଛି। ମଦନଲାଲ୍‌ ଝିଅ ସହିତ ଦୁଷ୍କର୍ମ କରିବା ବେଳେ ଡ୍ରାଇଭର୍‌ କମଳ ଓ ବସ୍‌ର ମହିଳା ସହକାରୀ ପୂଜା ଉପସ୍ଥିତ ଥିବାରୁ ଦୁହିଁଙ୍କ ଉପରେ ଅନୁସନ୍ଧାନ ଚାଲିଛି।

School bus conductor held for 'raping' KG student in Bikaner

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୩ ତାରିଖ ଦିନ ଝିଅକୁ ସ୍ନାନ କରାଇବା ବେଳେ ତା’ର ଗୁପ୍ତାଙ୍ଗ ଫୁଲିଥିବା ଦେଖି ମାଆ ପଚାରିବାରୁ ସେ ସ୍କୁଲ୍ ବସ୍‌ କଣ୍ଡକ୍ଟର୍‌ର କାଣ୍ଡ ଓ ଧମକ ବିଷୟରେ କହିଲା। ଏହା ଶୁଣି ମାଆ ଝିଅ ନିଜର ଦୁର୍ଦ୍ଦଶା ବର୍ଣ୍ଣନା କରୁଥିବା ଭିଡିଓ ଉତ୍ତୋଳନ କରି ଥାନାରେ ଦେଇଥିଲେ। ଏହି ଭିଡିଓକୁ ଆଧାର କରି ଶନିବାର ଦିନ ମଦନଲାଲଙ୍କୁ ଗିରଫ କରାଯାଇଛି।

ଅଭିଯୋଗରେ ଝିଅର ମାଆ ଉଲ୍ଲେଖ କରିଛନ୍ତି ଯେ, ଏ ବିଷୟରେ ଝିଅ ଶିକ୍ଷୟିତ୍ରୀଙ୍କୁ କହିଥିଲା, କିନ୍ତୁ ସେ ଗାଳି ଦେଇ ଚୁପ୍‌ କରାଇ ମଧ୍ୟାହ୍ନ ଭୋଜନ ଖାଇବାକୁ କହିଥିଲେ। ଝିଅ ଆଗରୁ ଯେଉଁ ସ୍କଲ୍‌ରେ ପଢୁଥିଲା ସେଠାରେ ମଦନଲାଲ୍‌ ବସ୍‌ ଚଳାଉଥିଲା ଏବଂ ଝିଅକୁ ସେ ଭଲ ଭାବେ ଚିହ୍ନେ।

ମଦନଲାଲ୍‌ ସହିତ ସେ ଝିଅର ଗୋଟାଏ ଫଟୋ ବି ପୁଲିସ ପାଇଥିବା କହିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button