ବ୍ୟବସାୟ

ଆମଦାନି ଉପରୁ କୃଷି ସେସ୍‌ ହଟିଲା: କମର୍ସିଆଲ ଏଲ୍‌ପିଜି ୧୫୮ ଟଙ୍କା ଶସ୍ତା – Utkal Mail


ନୂଆଦିଲ୍ଲୀ: ଏଲ୍‌ପିଜି ଦାମ୍‌କୁ ନେଇ କେନ୍ଦ୍ର ସରକାର ଏକ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରିଥିବା ଭଳି ମନେ ହେଉଛି। ସାଧାରଣ ଲୋକମାନେ ରୋଷେଇ ପାଇଁ ବ୍ୟବହାର କରୁଥିବା ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ୨୦୦ ଟଙ୍କା ହ୍ରାସ କରିବା ପରେ ଆଜି କମର୍ସିଆଲ୍ ଏଲ୍‌ପିଜି ଦାମ୍‌ ୧୫୮ ଟଙ୍କା ଶସ୍ତା ହୋଇଛି। ଅବଶ୍ୟ ଆଜିର ନିଷ୍ପତ୍ତି ହେଉଛି ଏକ ନିୟମିତ ପ୍ରକ୍ରିୟା। ଗ୍ୟାସ୍‌ କଂପାନିଗୁଡ଼ିକ ପ୍ରତି ମାସର ପ୍ରଥମ ଦିନରେ ଏଲ୍‌ପିଜି ଦାମ୍‌ ସଂଶୋଧନ କରୁଛନ୍ତି। ଆଜି ଦାମ୍‌ରେ କରାଯାଇଥିବା ହ୍ରାସ ପରେ ୧୯ କେଜିଆ କମର୍ସିଆଲ୍‌ ଏଲ୍‌ପିଜି ସିଲିଣ୍ଡରର ଦାମ୍‌ ଦିଲ୍ଲୀରେ ୧୫୨୨.୫୦ ଟଙ୍କାକୁ ହ୍ରାସ ପାଇଛି।

ଚଳିତ ବର୍ଷ ଏପ୍ରିଲ୍‌ରେ କମର୍ସିଆଲ୍ ଏଲ୍‌ପିଜି ଦାମ୍‌ରେ ୯୧ ଟଙ୍କା ୫୦ ପଇସାର ହ୍ରାସ କରାଯାଇଥିଲା। ତା’ ପରେ ମେ’ରେ ୧୭୨ ଟଙ୍କା ଓ ଜୁନ୍‌ରେ ୮୨ ଟଙ୍କାର ବୃଦ୍ଧି ଘଟିଥିଲା। ଜୁଲାଇରେ କମର୍ସିଆଲ ସିଲିଣ୍ଡର ଦାମ୍‌ରେ ୭ ଟଙ୍କାର ବୃଦ୍ଧି କରାଯିବା ପରେ ଅଗଷ୍ଟରେ ସେଥିରେ ୯୯.୭୫ ଟଙ୍କା ହ୍ରାସ କରାଯାଇଥିଲା।
ଅନ୍ୟ ପକ୍ଷରେ, ଏଲ୍‌ପିଜି ଆମଦାନି ଉପରେ ଗତ ଜୁଲାଇରେ ଲଗାଯାଇଥିବା ୧୫ ପ୍ରତିଶତ କୃଷି ସେସ୍‌କୁ ସରକାର ପ୍ରତ୍ୟାହାର କରିଛନ୍ତି।

ଏହି ନିଷ୍ପତ୍ତି ‌ସେପ୍ଟେମ୍ବର ୧ରୁ ଲାଗୁ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି ଜଣାଇଛି ଯେ ଏଲ୍‌ପିଜି, ଲିକ୍ବିଫାଏଡ୍‌ ପ୍ରୋପେ୍ ଓ ଲିକ୍ବିଫାଏଡ୍‌ ବ୍ୟୁଟେନ୍‌ ଉପରେ ଲଗାଯାଇଥିବା କୃଷି ଭିତ୍ତିଭୂମି ବିକାଶ ସେସ୍‌କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାଯାଇଛି। ଏହା ଦ୍ବାରା ଘରୋଇ ଏଲ୍‌ପିଜି ଆମଦାନିକାରୀମାନେ ଉପକୃତ ହେବେ। ରାଷ୍ଟ୍ରାୟତ୍ତ କଂପାନିଗୁଡ଼ିକ ସହ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ସେମାନଙ୍କ ପାକରେ ସୁଯୋଗ ରହିବ। ଏହି ନିଷ୍ପତ୍ତି ଦ୍ବାରା ଅଟୋ ଏଲ୍‌ପିଜି ଗ୍ରାହକମାନେ ଲାଭବାନ ହେବେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button