ଓଡିଶା

ଭିଜିଲାନ୍ସ ଜାଲରେ ସଦର ରେଞ୍ଜର ବିଭୂଦାନନ୍ଦ ମିଶ୍ର, ୮ ଏକର ବିଳାଶପୂର୍ଣ୍ଣ ଫାର୍ମ ହାଉସରେ ଚଢାଉ

ଠଗଡ : ଆଠଗଡ ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ବିଳାଶପୂର୍ଣ୍ଣ ଫାର୍ମ ହାଉସ ଠାବ ହୋଇଛି। ୮ ଏକର ଜାଗାରେ ନିର୍ମିତ ପାର୍କଠୁ ବଡ଼ ଏହି ଫାର୍ମ ହାଉସକୁ ଅତି ସୁନ୍ଦର ଭାବେ ସଜାଯାଇଛି । ଫାର୍ମ ହାଉସରେ ରହିଛି ମୟୂର, ଶୁଆ, ଠେକୁଆ ଓ ବତକ । ମନୋରଞ୍ଜନ ପାଇଁ ଭ୍ୟୁ ଟାୱାର ରହିଛି । ଝୁଲିବାକୁ ବିଶାଳପୂର୍ଣ୍ଣ ଦୋଳି ରହିଛି। ଫାର୍ମ ହାଉସର ଡିଜାଇନିଂରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି । ଢେଙ୍କାନାଳ କାଲଟାକ୍ସ ବାସ ଭବନରେ ଚାଲିଛି ଚଢାଉ । ଟଏଲେଟ ଫ୍ଲସରୁ ୨ ବିଡ଼ା ନୋଟ୍ ଜବତ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଟିମ୍ ଦେଖି ଟଏଲେଟ୍ ଫ୍ଲସ୍ କୁ ଫିଙ୍ଗି ଥିଲେ ଟଙ୍କା ବିଡ଼ା । ଏକକାଳୀନ ୮ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । ଢେଙ୍କାନାଳ, କଟକ ଓ ଭୁବନେଶ୍ବରରେ ଚାଲିଛି ଚଢାଉ। ଢେଙ୍କାନାଳ, କଟକ ଓ ଭୁବନେଶ୍ବରରେ ଚାଲିଛି ଚଢାଉ । ଢେଙ୍କାନାଳର ରତ୍ନବଜାରର ୨ଟିସ୍ଥାନ, ଆଠଗଡ଼ର ୨ଟିସ୍ଥାନ, ରସୁଲଗଡ଼ର ଗୋଟିଏ ସ୍ଥାନ, ଢେଙ୍କାନାଳ ସହରର ହାଟ ରୋଡ୍ ସ୍ଥିତ ଘର, ପୈତୃକ ଗାଁ ଖୁଣ୍ଟୁଣି ଓ କୁଞ୍ଜକଣ୍ଟ ସ୍ଥିତ ଅଫିସ ରହିଛି । ଭିଜିଲାନ୍ସର ତିନୋଟି ଟିମ୍ ଏହି ସବୁସ୍ଥାନ ଗୁଡିକରେ ଚାଲିଛି ଚଢାଉ । ଏହି ଟିମ୍ ଜଣେ ଡିଏସ୍ପି, ଜଣେ ଆସିଷାଣ୍ଟ କମାଣ୍ଡାଣ୍ଡ, ୬ ଜଣ ଇନ୍ସପେକ୍ଟର, ୬ ଜଣେ ଏଏସ୍ଆଇ ସହ ଅନ୍ୟାନ୍ୟ କର୍ମଚାରୀ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି। ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button