ଧୋନିଙ୍କୁ ନେଇ ଜେଡ୍ ବ୍ଲାକ୍ର ନୂଆ ଟିଭି କ୍ୟାମ୍ପେନ – Utkal Mail
ଇନ୍ଦୋର: ଦେଶର ଅନ୍ୟତମ ପ୍ରମୁଖ ଧୂପକାଠି ବ୍ରାଣ୍ଡ୍ ଜେଡ୍ ବ୍ଲାକ୍ ଏହାର ନୂଆ ୩-ଇନ୍-୧ ପ୍ରିମିୟମ ଧୂପକାଠିକୁ ନେଇ ବିଶିଷ୍ଟ କ୍ରିକେଟ ଖେଳାଳି ତଥା ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ସହିତ ଏକ ନୂଆ ଟିଭି କ୍ୟାମ୍ପେନ ଘୋଷଣା କରିଛି। ଏକ ସନ୍ତୁଳିତ ଏବଂ ପୂର୍ଣ୍ଣାଙ୍ଗ ଜୀବନ ପାଇଁ ଜଣଙ୍କ ଜୀବନରେ ଦୈନିକ ପ୍ରାର୍ଥନାର ଗୁରୁତ୍ବକୁ ଉକ୍ତ କ୍ୟାମ୍ପେନରେ ସୂଚନା ଦିଆଯାଇଛି। ଏଥିରେ ଧୋନି ବାପା ଭୂମିକାରେ ଥିବାବେଳେ ତାଙ୍କ ନିକଟକୁ ଦୌଡ଼ି ଆସୁଥିବା ଝିଅକୁ ସେ ‘ମନ୍ କା ଶାନ୍ତି’ ପାଇଁ ଜେଡ୍ ବ୍ଲାକ୍ର ୩-ଇନ୍-୧ ପ୍ରିମିୟମ ଧୂପକାଠି ସହ ଦୈନିକ ପ୍ରାର୍ଥନା ପାଇଁ କହୁଛନ୍ତି। ଉକ୍ତ ଅଭିଯାନ ମାନସିକ ଓ ଆବେଗିକ ସନ୍ତୁଳନତା ପାଇଁ ଦୈନିକ ପ୍ରାର୍ଥନାର ଗୁରୁତ୍ବ ସଂପର୍କରେ ବାର୍ତ୍ତା ଦେଉଛି ବୋଲି ମହୀଶୂର ଡିପ୍ ପରଫ୍ୟୁମେରି ହାଉସ ଏବଂ ଜେଡ୍ ବ୍ଲାକ୍ର ନିର୍ଦ୍ଦେଶକ ଅଙ୍କିତ ଅଗ୍ରୱାଲ କହିଛନ୍ତି। ସେହିଭଳି କମ୍ପାନିର ଅନ୍ୟତମ ନିର୍ଦ୍ଦେଶକ ଅନସୁଲ ଅଗ୍ରୱାଲ କହିଛନ୍ତି ଧୋନିଙ୍କ ସହିତ ପୁଣି ଥରେ ଯୋଡ଼ି ହୋଇ ଆମେ ନିଜକୁ ସମ୍ମାନିତ ଅନୁଭବ କରୁଛୁ। ଜେଡ୍ ବ୍ଲାକ୍ର ବ୍ରାଣ୍ଡ୍ ଆମ୍ବାସଡର ଭାବେ ଦୀର୍ଘ ୬ ବର୍ଷ ହେଲା ଧୋନି ଜଡ଼ିତ ରହିଛନ୍ତି।