ସ୍ୱାସ୍ଥ୍ୟ

ପିଲାଙ୍କ ସୁସ୍ଥ ଶରୀର ପାଇଁ ଲାଭକାରୀ ବାଦାମ ପାଉଡର, ମଜବୁତ୍ ହେବ ଇମ୍ୟୁନ ସିଷ୍ଟମ

ବାଦାମରେ ଅନେକ ପୌଷ୍ଟିକ ଗୁଣ ରହିଥାଏ । ବାଦାମ ସେବନ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । କିନ୍ତୁ ସାଧାରଣତଃ ଛୋଟ ପିଲାମାନେ ସହଜରେ ବାଦାମ ସେବନ କରିପାରନ୍ତି ନାହିଁ । ଏହିକାରଣରୁ ଆପଣ ଛୋଟ ପିଲାଙ୍କୁ ବାଦାମ ପାଉଡର ପ୍ରସ୍ତୁତ କରି ଖାଇବାକୁ ଦେଇପାରିବେ । ବାଦାମ ପାଉଡର ସହଜରେ ମଧ୍ୟ ହଜମ ହୋଇଯାଇଥାଏ ।

ଛୋଟପିଲାମାନଙ୍କୁ ସୁସ୍ଥ ରଖିବା ପାଇଁ ସେମାନଙ୍କ ଖାଦ୍ୟରେ ନିଶ୍ଚିନ୍ତ ରୂପେ ବାଦାମ ସାମିଲ କରନ୍ତୁ । ଆପଣ ଘରେ ମଧ୍ୟ ସହଜରେ ଏହି ପାଉଡର ପ୍ରସ୍ତୁତ କରିପାରିବେ । ତେବେ ଆସନ୍ତୁ ଜାଣିବା ଘରେ କିପରି ପ୍ରସ୍ତୁତ କରିବେ ପିସ୍ତା ବାଦାମ ପାଉଡର ଏବଂ କ’ଣ ରହିଛି ଏହାର ଫାଇଦା ।

badam1ବାଦାମ ପାଉଡର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ:

ବାଦାମ-ଏକ କପ୍

ଚିନି-ଏକ କପ୍

ଅଳେଇଚ ପାଉଡର-ଏକ ଚାମଚ

ଅଳ୍ପ କିଛି କେସର

ପାଣି-୩ ରୁ ୪ କପ୍

Badam-Milkବାଦାମ ପାଉଡର ବନାଇବାର ପ୍ରସ୍ତୁତି ପ୍ରଣାଳୀ:

ସର୍ବପ୍ରଥମେ ୩ ରୁ ୪ କପ୍ ପାଣି ଗରମ କରିଦିଅନ୍ତୁ । ଏବେ ଆପଣ ଏହି ଗରମ ପାଣିରେ ୫ମିନିଟ୍ ପାଇଁ ବାଦାମ ରଖିଦିଅନ୍ତୁ । ଏବେ ବାଦାମକୁ ଗରମ ପାଣିରୁ ଛାଣି ସଫାୂ ପାଣିରେ ଧୋଇ ଦିଅନ୍ତୁ । ଏହାପରେ ବାଦାମର ଚୋପା ବାହାର କରିଦିଅନ୍ତୁ । ଏହାପରେ ବାଦାମ ସୁଖିବା ପରେ ଏକ ପ୍ୟାନରେ ବାଦାମକୁ ଭାଜି ଦିଅନ୍ତୁ । ଏବେ ଏହି ଭଜା ବାଦାମକୁ ଗ୍ରାଇଣ୍ଡିଂ କରି ପାଉଡର ପ୍ରସ୍ତୁତ କରନ୍ତୁ । ବାଦାମ ପ୍ରସ୍ତୁତ ହୋଇସାରିବା ପରେ ଏହାକୁ ଏକ ଟାଇଟ୍ ଡବାରେ ବନ୍ଦ କରି ରଖନ୍ତୁ ।

badam12ଶରୀରରେ କ’ଣ ଲାଭ ଦେଇଥାଏ ବାଦାମ?

-ପିଲାମାନଙ୍କୁ ବାଦାମ ପାଉଡର ଖୁଆଇବା ଦ୍ୱାରା ଭିଯାମିନ-ଇ ର ଅଭାବ ପୂରଣ ହୋଇପାରିବ । ଏଥିସହ ପିଲାମାନଙ୍କ ତ୍ୱଚା ନରମ ଏବଂ ମୂଲାୟମ ରହିଥାଏ ।

-ପିଲାମାନଙ୍କ ଇମୁ୍ୟନ ସିଷ୍ଟମ ମଜବୁତ୍ କରିବା ପାଇଁ ମଧ୍ୟ ସେମାନଙ୍କୂୁ ବାଦାମ ପାଉଡର ଖୁଆନ୍ତୁ । ଏଥିସହ ଏହି ପାଉଡର ସେବନ କରିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟକୁ ମଧ୍ୟ ଲାଭ ମିଳିଥାଏ ।

milk-ବାଦାମ ପାଉଡର ସେବନ କରିବା ଦ୍ୱାରା ପିଲାମାନଙ୍କ ହାଡ ଉପରେ ମଧ୍ୟ ପ୍ରଭାବ ପଡିଥାଏ । କାରଣ ଏହା ହାଡ ଷ୍ଟ୍ରଙ୍ଗ୍ କରିବାରେ ସାହାଯ୍ୟ କରିଥାଏ ।

-ଆପଣ ପ୍ରତିଦିନ ତିନି ଚାମଚ ବାଦାମ ପାଉଡର ପିଲାମାନଙ୍କୁ ଖାଇବାକୁ ଦେଇପାରିବେ । ଧ୍ୟାନ ରଖିବେ ପ୍ରଥମରୁ ଗୋଟିଏ ଚାମଚରୁ ହିଁ ଖାଇବାକୁ ଦେବା ଅଭ୍ୟାସ କରିବେ । ଏହି ପାଉଡରକୁ ଆପଣ ପିଲାଙ୍କୁ କର୍ଣ୍ଣଫ୍ଲେକ୍ସ, ଦଲିୟାରେ କିମ୍ବା କ୍ଷୀରରେ ମିଶାଇ ଖାଇବାକୁ ଦେଇପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button