ଓଡିଶା

ମଦ ନିଶାରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ !

ମାଲକାନଗିରି : ମାଲକାନଗିରି ଏମଭି-୮ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ମଦ ପିଇବା ବାହାନାରେ ଡାକି ବେକ କାଟି ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତକ ମିଲନ ମଜୁମଦାର ବୋଲି ଜଣାପଡିଛି। ତେବେ ମିଲନଙ୍କୁ ହତ୍ୟା କରି ମନସା କଲୋନୀ ଗାଁ ନିକଟରେ ଥିବା ଏକ ଖେଳ ପଡିଆରେ ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ମଦ ବୋତଲ ଏବଂ ଜୋତା ପଡି ରହିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡିନଥିବାବେଳେ ମାଲକାନଗିରି ଆଦର୍ଶ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button