ବିଚାର

ପ୍ରତିଦିନ ସକାଳେ କୁହନ୍ତୁ ହନୁମାନଙ୍କର ହି ମନ୍ତ୍ର ବିନା ପୁଜାରେ ହେବ ସବୁ ଇଚ୍ଛା ପୁରଣ

ବନ୍ଧୁମାନେ ଆମ ଜୀବନରେ ଅନେକ ପ୍ରକାରର ସମସ୍ୟା ରହିଥାଏ, କେତେବେଳେ ପରିବାର ଭିତରେ ଅଶାନ୍ତି ଦେଖା ଦିଏ ତ ପୁଣି ବ୍ୟବସାୟ ରେ କ୍ଷତି ହୁଏ ।ଆଉ ଏମିତି ପରିସ୍ଥିତି ବାରମ୍ବାର ହେଉଥିଲେ ଜୀବନ କାଟିବା ଖୁବ କଷ୍ଟ ହେଇପଡ଼େ ।ହେଲେ ସକାଳ ସମୟ ସମସ୍ତଙ୍କ ପାଇଁ ଖୁବ ଭଲ ଓ ଶୁଭ ହେଇଥାଏ ତେଣୁ ଆପଣ ସକାଳୁ ଉଠି ଯଦି କିଛି ମନ୍ତ୍ର କହି ଦେଉଛନ୍ତି ତାହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଖୁବ ଜଲଦି ଦୂର ହେଇଯାଏ ।ତେବେ ସେହି ମନ୍ତ୍ର ଗୁଡିକ କଣ କଣ ଆସନ୍ତୁ ଜାଣିବା ।

-ତେବେ ଆପଣ ପ୍ରତ୍ୟେକ ଦିନ ସକାଳୁ ଉଠି ଉତ୍ତର ଦିଗ କୁ ମୁହଁ କରି ହନୁମାନ ଚାଲିଶା ପାଠ କରନ୍ତୁ ।ଏହି ହନୁମାନ ଚାଲିଶା ପାଠ କଲେ ଆପଣ ନିଜେ ଓ ଆପଣଙ୍କ ଚାରିପାଖ ବାତାବରଣ ପବିତ୍ର ହେଇ ଉଠେ ।ଏହାଛଡ଼ା ଆପଣଙ୍କ ଭିତରେ ଥିବା ଡର ଭୟ ସବୁର ଅନ୍ତ ଘଟିବା ସହିତ ଆପଣଙ୍କ ଜୀବନ ସଫଳତା ଆଡ଼କୁ ଅଗ୍ରସର ହେଇଥାଏ ।ଆଉ ଏହି ମନ୍ତ୍ର ର ପ୍ରଭାବରେ ଘରେ ଥିବା ବାସ୍ତୁ ଦୋଷ ର ସମାଧାନ ହେଇଥାଏ ।

-“ଓଁ ନମଃ ଶିବାୟ” ତେବେ ଏହି ମନ୍ତ୍ର ଟି ଖୁବ ଛୋଟ ହେଇପାରେ କିନ୍ତୁ ଏଥିରେ ଥିବା ଓଁ ଉଚ୍ଚାରଣ ରେ ତ୍ରିଦେବ ଙ୍କର ନାଁ ରହିଥାଏ ।ତେବେ ପ୍ରତ୍ୟେକ ଦିନ ଖୁବ ସକାଳୁ ଉଠି ଦୁଇ ହାତକୁ ଯୋଡୁ ଭିତରୁ ଓଁ କୁ ତିନି ଥର ଜପ କରନ୍ତୁ ।ଏମିତି କରିବା ଦ୍ୱାରା ଆପଣଙ୍କ ଚାରି ପାଖରେ ଥିବା ସମସ୍ତ ଖରାପ ଶକ୍ତି ର ଅନ୍ତ ଘଟିଥାଏ ।ଏହି ଓଁ ଉଚ୍ଚାରଣ ର ଧ୍ୱନି ଘରର ବାତାବରଣ କୁ ଶୁଦ୍ଧ ଓ ପବିତ୍ର କରିଥାଏ ।

-ମହାଦେବ ଙ୍କର ମହା ମୃତ୍ୟୁଞ୍ଜୟ ମନ୍ତ୍ର ଏହା ଏକ ଖୁବ ଶକ୍ତିଶାଳୀ ମନ୍ତ୍ର ଯାହାକୁ ଆପଣ ସକାଳେ ଜପ କରିପାରିବେ ।ଆଉ ଏହି ମନ୍ତ୍ର ର ଜପ ଦ୍ୱାରା ଆପଣ କୋଉ ବଡ଼ ପୀଡିତ ଥିଲେ ତାହା ସମ୍ପୂର୍ଣ୍ଣ ଭଲ ହେଇ ହେଇଯିବ ।ଏହା ବ୍ୟତୀତ ଜୀବନ ରେ କୋଉ ବି ବଡ଼ ବିପଦ ଆସିବାର ଥିଲେ ତାହା ଦୂର ହେବ ।ଆପଣଙ୍କ ବିଷୟରେ କେହି କିଛି ଖରାପ ଚିନ୍ତା କରୁଥିଲେ ସେସବୁ ହଟିବ ।

-ଏହି ମନ୍ତ୍ର ଗୁଡିକ ବ୍ୟତୀତ ମହାଦେବ ଙ୍କର ଅନ୍ୟ ଏକ ମନ୍ତ୍ର ରହିଛି ଯାହାକୁ ଆପଣ ଧନ ପ୍ରାପ୍ତି ଓ ଘରକୁ ସୁଖ ଶାନ୍ତି ଆଣିବା ପାଇଁ ଜପ କରିପାରିବେ ।ତେବେ ମନ୍ତ୍ର ଟି ହେଉଛି “ଓଁ ଜ୍ଵନ ସ୍ୱାହା” ଏହି ମନ୍ତ୍ର ର ଜପ ଦ୍ଵାରା ଆପଣଂକୁ ଲାଗିବ ସବୁ ପରିସ୍ଥିତି ସୁଧୁରିବାରେ ଲାଗିଛି ।ତେବେ ଏହି କେତୋଟି ମନ୍ତ୍ର ଆପଣ ପ୍ରତ୍ୟେକ ଦିନ ସକାଳେ ଜପ କଲେ ଦେଖିବେ ଜୀବନରେ ଖୁବ ପରିବର୍ତ୍ତନ ଆସିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button