ସ୍ୱାସ୍ଥ୍ୟ

ଜାଣନ୍ତୁ ଚାଲିବାର (Walk) ସଠିକ ଉପାୟ , ବୟସ ଅନୁଯାୟୀ କେତେ ପାଦ ଚାଲିବା ଠିକ

ନିଜକୁ ସୁସ୍ଥ ରଖିବା ପାଇଁ ଲୋକମାନେ ବ୍ୟାୟାମ , ଯୋଗ , ଅଧିକ ୱାର୍କଆଉଟ କରିଥାନ୍ତି। କିନ୍ତୁ ପ୍ରତିଦିନ ସକାଳ କିମ୍ବା ସନ୍ଧ୍ୟାରେ ୨୫ ରୁ ୩୦ ମିନିଟ ଚାଲିବା ଦ୍ୱାରା ମାଂସପେଶୀ ଏବଂ ହାଡ଼ରେ ଦୃଢତା ଆସିବା ସହିତ ହୃଦୟ ଏବଂ ମନ ସୁସ୍ଥ ରହିଥାଏ। ଟାଇପ-୨ ମଧୁମେହ ଏବଂ କର୍କଟ ହେବାର ଆଶଙ୍କା କମ ରହିଥାଏ। କିନ୍ତୁ ଏଥିପାଇଁ ଚାଲିବାର ସଠିକ ଉପାୟ ଏବଂ କେଉଁ ବୟସର ବ୍ୟକ୍ତିଙ୍କୁ କେତେ ପାଦ ଚାଲିବା ଉଚିତ , ଏହା ଜଣାଥିବା ନିଶ୍ଚିତ ଆବଶ୍ୟକ ଅଟେ। ତାପରେ ଯାଇ ସ୍ୱାସ୍ଥ୍ୟର ସଠିକ ଲାଭ ମିଳିପାରିବ। ତେବେ ଚାଲନ୍ତୁ ଏହି ଆର୍ଟିକିଲ ମାଧ୍ୟମରେ ଆପଣଙ୍କୁ ଚାଲିବାର ଉପାୟ ବିଷୟରେ କହିବାକୁ ଯାଉଛୁ।

ସର୍ବପ୍ରଥମେ ଜାଣନ୍ତୁ ଚାଲିବାର ସଠିକ ଉପାୟ:-

ସର୍ବପ୍ରଥମେ ପିଲା ହୁଅନ୍ତୁ କିମ୍ବା ବଡ଼ ହୁଅନ୍ତୁ ସମସ୍ତଙ୍କୁ ନିଜର ଛିଡା ହେବା ଠାରୁ ଆରମ୍ଭ କରି ଚାଲିବା ପର୍ଯ୍ୟନ୍ତର ଉପାୟ ଆଡକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏ ବିଷୟରେ ବିସ୍ତୃତ ଭାବରେ ଜଣାଇବା।

Google

ଏଭଳି ହେବ ଛିଡା ହେବାର ଉପାୟ: ଚାଲିବାପାଇଁ ସର୍ବପ୍ରଥମେ ବ୍ୟକ୍ତିଙ୍କୁ ନିଜର ଛିଡା ହେବାର ସ୍ଥିତି ବିଷୟରେ ବିଶେଷ ଧ୍ୟାନ ରଖିବା ଉଚିତ। ଏଥିପାଇଁ ସର୍ବଦା ସମ୍ପୂର୍ଣ୍ଣ ଭାବରେ ସିଧା ହୋଇ ଛିଡା ହେବା ଉଚିତ। ଏହାଦ୍ବାରା ଶରୀର ସମ୍ପୂର୍ଣ୍ଣ ଭାବରେ ସିଧା ହେବା ସହ ମାଂସପେଶୀରେ ଦୃଢତା ଆସିବ। ଏହାର ବିପରୀତ ନଇଁ କରି ଛିଡା ହେବା ଦ୍ୱାରା ପିଠି ଏବଂ ଅଣ୍ଟାରେ ଯନ୍ତ୍ରଣା ହୋଇପାରେ।

ହାତର ସ୍ଥିତି ଉପରେ ଦିଅନ୍ତୁ ଧ୍ୟାନ:-

ଯଦି ଆପଣ ଚାଲୁଥିବା ସମୟରେ ହାତକୁ ବନ୍ଦ କରି ଚାଲୁଛନ୍ତି , ତେବେ ଏଭଳି କରିବା ବନ୍ଦ କରିଦିଅନ୍ତୁ। ବାସ୍ତବରେ , ଏହାଦ୍ବାରା ଚାଲିବାର ଅଧିକ ଲାଭ ନ ମିଳିବା ସହ କାନ୍ଧରେ ଯନ୍ତ୍ରଣାର ଅଭିଯୋଗ ହୋଇପାରେ। ଏଥିପାଇଁ ସଦା ସର୍ବଦା ହାତକୁ ଖୋଲା କରି ଏବଂ ହଲାଇ ହଲାଇ ଚାଲନ୍ତୁ।

ଚାଲିବା ପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ:-

ଯଦି ଆପଣ ଚାଲିବାକୁ ଭାବୁଛନ୍ତି , ତେବେ ପ୍ରଥେମ ନିଜ ଲକ୍ଷ୍ୟ ସ୍ଥିର କରନ୍ତୁ। ଭିନ୍ନ ଭିନ୍ନ ସମୟରେ ଚାଲିବା ଦ୍ୱାରା ଶରୀରକୁ ସମ୍ପୂର୍ଣ୍ଣ ଭାବରେ ଲାଭ ମିଳିବ। ଏଭଳି ପରିସ୍ଥିତିରେ ଏକ ସମୟ ନିର୍ଦ୍ଧାରିତ କରନ୍ତୁ। ପ୍ରତିଦିନ ଅତିକମରେ ୨୫ ରୁ ୩୦ ମିନିଟ ପର୍ଯ୍ୟନ୍ତ ଚାଲିବାପାଇଁ ଚେଷ୍ଟା କରନ୍ତୁ।

ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା ବୟସ ହିସାବରେ କେତେ ଚଳିବା ଉଚିତ:-

୫-୧୮ ବୟସ ପର୍ଯ୍ୟନ୍ତ:-

ଯେଉଁ ଯୁବକ ମାନେ ୫ ରୁ ୧୮ ବୟସ ମଝିର ଅଟନ୍ତି , ସେମାନଙ୍କୁ ପ୍ରତିଦିନ ପାଖାପାଖି ୧୬,୦୦୦ ପାଦ ଚାଲିବା ଉଚିତ। ଏହାବ୍ୟତୀତ ଝିଅ ମାନଙ୍କୁ ୧୩,୦୦୦ ପାଦ ଚାଲିବା ଦ୍ୱାରା ଲାଭ ମିଳିବ।

Google

୧୯-୪୦ ବୟସ ପର୍ଯ୍ୟନ୍ତ:-

ଏହି ବୟସ ବର୍ଗର ଲୋକମାନଙ୍କୁ ପ୍ରତିଦିନ ଅତିକମରେ ୧୩,୦୦୦ ପାଦ ଚାଲିବା ଉଚିତ।

୪୦-୪୯ ବୟସ ପର୍ଯ୍ୟନ୍ତ:-

ଯେଉଁ ଲୋକମାନେ ୪୦ ବର୍ଷ ବୟସର ଅଟନ୍ତି , ସେମାନଙ୍କୁ ପ୍ରତିଦିନ ୧୨,୦୦୦ ପାଦ ଚାଲିବା ଉଚିତ।

୫୦-୫୯ ବୟସ ପର୍ଯ୍ୟନ୍ତ:-

ଏହି ବୟସର ଲୋକମାନଙ୍କୁ ଗୋଟିଏ ଦିନରେ ପ୍ରାୟତଃ ୯ ରୁ ୧୦,୦୦୦ ପାଦ ଚାଲିବା ଉଚିତ।

୬୦ ରୁ ଅଧିକ:-\

ଏହି ବୟସର ଲୋକମାନଙ୍କୁ ସୁସ୍ଥ ରହିବାପାଇଁ ନିଜ ଦୈନନ୍ଦିନ ରୁଟିନ ରେ ୭ ରୁ ୮,୦୦୦ ପାଦ ଚାଲିବା ଠିକ ହେବ। କିନ୍ତୁ ଏହି ବୟସରେ ଶରୀରରେ ଶକ୍ତି କମ ଏବଂ ଥକାପଣ ଅଧିକ ରହିବା କାରଣରୁ ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ଅନୁଯାୟୀ ଚଳିବା ଠିକ ହେବ। ଯାହାଦ୍ୱାରା କୌଣସି ସମସ୍ୟାର ସମ୍ମୁଖୀନ କରିବାକୁ ପଡିବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button