ଓଡିଶା
ବଢୁଛି ରେଳ ଦୁର୍ଘଟଣା ,ଚିନ୍ତାରେ ଯାତ୍ରୀ : ପ୍ରତି ୨ରେ ଜଣେ ଯାତ୍ରୀ ଭୟଭୀତ

ନୂଆଦିଲ୍ଲୀ,୦୧/୦୮: ଭାରତର ଜୀବନରେଖା ହେଉଛି ରେଳ । ଏବେ ବି ଦେଶର ପ୍ରାୟ ୯୮% ଲୋକ ଟ୍ରେନ୍ ବିନା ଜୀବନର କଳ୍ପନା କରିପାରିବେ ନାହିଁ । କିନ୍ତୁ ଯେଉଁମାତ୍ରାରେ ଦୁର୍ଘଟଣା ବଢ଼ିଚାଲିଛି, ଏବେ ଡରାଇଲାଣି ରେଳଯାତ୍ରା । ଲୋକାଲ୍ ସର୍କଲ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି ।
ସର୍ଭେରେ କୁହାଯାଇଛି ଯେ, ପ୍ରତି ୨ରେ ଜଣେ ରେଳ ଯାତ୍ରୀ ଟ୍ରେନ୍ ଯାତ୍ରାକୁ ନେଇ ଭୟଭୀତ ଅଛନ୍ତି ।
ଗନ୍ତବ୍ୟସ୍ଥଳରେ ସୁରକ୍ଷିତ ପହଞ୍ଚିପାରିବେ ଅବା ନାହିଁ ତାହାକୁ ନେଇ ସେମାନଙ୍କର ଭରସା ନାହିଁ । ଟ୍ରେନ୍ର ସମୟକୁ ନେଇ ବି ଅନେକେ ଚିନ୍ତିତ । ସଫାସୁତରାକୁ ନେଇ ବି ଯାତ୍ରୀ ଚିନ୍ତିତ । ଯାତ୍ରା ସମୟରେ ମିଳୁଥିବା ଖାଦ୍ୟକୁ ନେଇ ସେମାନେ ବିବ୍ରତ । କାରଣ ଟ୍ରେନ୍ରେ ଖାଦ୍ୟର ମାନ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି ।