ଦେଶ ବିଦେଶ

ଟ୍ରମ୍ପଙ୍କ ନୂଆ ହେୟାର୍‌ଷ୍ଟାଇଲ୍‌

ୱେଷ୍ଟ ପାମ୍ ବିଚ୍‌: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ହେୟାର ଷ୍ଟାଇଲ୍‌ର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଭିଡିଓରେ ଟ୍ରମ୍ପ ଫ୍ଲୋରିଡାର ୱେଷ୍ଟ ପାମ୍ ବିଚ୍‌ରେ ଥିବା ଟ୍ରମ୍ପ ଇଣ୍ଟରନ୍ୟାସନାଲ ଗୋଲ୍ଡ କ୍ଲବରେ ପ୍ରଶଂସକଙ୍କ ଭିଡ଼କୁ ହାତ ହଲାଇ ଉତ୍ସାହର ସହ ଅଭିନନ୍ଦନ ଜଣାଉଥିବା ଦେଖିବାକୁ ମିଳିଛି। ଏହି କ୍ଲିପ୍ ଅନ୍‌ଲାଇନ୍‌ରେ ପ୍ରସାରିତ ହେବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଆସନ୍ତା ମାସରେ ରାଷ୍ଟ୍ରପତି ହେବା ପୂର୍ବରୁ ଏହା ତାଙ୍କର ‘ମେକ୍ ଓଭର୍’ ବୋଲି ମନ୍ତବ୍ୟ ଦେଇଛନ୍ତି। ୨୦୨୫ ଜାନୁଆରି ୨୦ତାରିଖରେ ରାଷ୍ଟ୍ରପତି ଭାବରେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବେ। ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ୨୯୫ ଇଲେକ୍ଟୋରାଲ ଭୋଟ୍ ହାସଲ କରି ବିଜୟୀ ହୋଇଥିଲେ ଏବଂ ହ୍ୱାଇଟ୍ ହାଉସ୍ ପାଇଁ ଆବଶ୍ୟକ ୨୭୦ ଭୋଟ୍ ସୀମାକୁ ସହଜରେ ଅତିକ୍ରମ କରିଥିଲେ। ୨୨୬ ଇଲେକ୍ଟୋରାଲ ଭୋଟ୍ ପାଇଥିବା ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସଙ୍କୁ ଟ୍ରମ୍ପ ପରାସ୍ତ କରିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button