ନତାଶା ସେୟାର କଲେ କ୍ରିପ୍ଟିକ୍ ପୋଷ୍ଟ, ହାର୍ଦ୍ଦିକ୍ ଡେଟିଂ ଖବରରେ ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ଯନ୍ତ୍ରଣା

ମୁମ୍ଵାଇ ୧୮।୦୮; ଇଣ୍ଡିଆ ଟିମ୍ର ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ବର୍ତ୍ତମାନ ସେ ତାଙ୍କ ପତ୍ନୀ ନତାଶାଙ୍କ ଠାରୁ ଅଲଗା ହୋଇଛନ୍ତି। ଅଭିନେତ୍ରୀ ତଥା ମଡେଲ ନତାଶା ଷ୍ଟାନକୋଭିକ୍ ପୁଅ ଅଗସ୍ତ୍ୟଙ୍କ ସହ ସର୍ବିଆକୁ ଫେରିଛନ୍ତି। ନିକଟରେ ସୋସିଆଲ ମିଡିଆରେ ଏକ କ୍ରିପ୍ଟିକ ପୋଷ୍ଟ ସେୟାର କରିଛନ୍ତି ଯାହା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
ଏହି ପୋଷ୍ଟରେ ଅଭିନେତ୍ରୀଙ୍କ ଯନ୍ତ୍ରଣା ସ୍ପଷ୍ଟ ଭାବେ ଦେଖାଯାଉଛି। ଯାହା ଦେଖି ପ୍ରଶଂସକଙ୍କ ହୃଦୟ ମଧ୍ୟ ତରଳି ଯାଇଛି । ନତାଶାଙ୍କ ଏହି ପୋଷ୍ଟ ସେହି ସମୟରେ ଆସିଛି । ଯେତେବେଳେ ହାର୍ଦ୍ଦିକ ଏବଂ ବ୍ରିଟିଶ ମଡେଲ ଜସ୍ମିନ ୱାଲିଆଙ୍କ ମଧ୍ୟରେ ସମ୍ପର୍କ ଗସିପ୍ ସର୍କଲରେ ଆଲୋଚନା ହେଉଥିଲା। ଉଭୟେ ସିକ୍ରେଟ୍ ଡେଟିଂ କରୁଛନ୍ତି ଏବଂ ବର୍ତ୍ତମାନ ଗ୍ରୀସରେ ଛୁଟି କାଟୁଛନ୍ତି ବୋଲି ଦାବି କରାଯାଉଛି। ଆସନ୍ତୁ ଜାଣିବା ସେ କେଉଁ ପୋଷ୍ଟ ସେୟାର କରିଛନ୍ତି।
ନତାଶା ଷ୍ଟାନକୋଭିକ୍ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପସନ୍ ଦେଇଛନ୍ତି, ‘ଆମେମାନେ, ଯେଉଁମାନେ ଭାବନ୍ତି ଯେ ଆମର ସମୟ ନାହିଁ। ଯଦି ଆମେ ନଥାଉ ତେବେ ଆମେ ଜିନିଷଗୁଡିକୁ ହରାଇବୁ । କିନ୍ତୁ ଏହି ଗୋଟିଏ ଜିନିଷ ହରାଇ ପାରିବା, ତାହା ହେଉଛି ଇଶ୍ବରଙ୍କ ଆଶୀର୍ବାଦ । ତେଣୁ ଧୀରେ ଧୀରେ ଚାଲନ୍ତୁ ଏବଂ ସର୍ବଦା ଇଶ୍ବରଙ୍କ ସମର୍ଥନ ନିଅନ୍ତୁ। ‘
ନତାଶାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଆସିଥିଲା। ଯେଉଁ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ରିଟିଶ ଗାୟକ ଜସ୍ମିନ ୱାଲିଆଙ୍କ ସହ ଡେଟିଂ ପାଇଁ ଚର୍ଚ୍ଚାରେ ଥିଲେ। ଏଭଳି ପରିସ୍ଥିତିରେ ଅନୁମାନ କରାଯାଉଛି ଯେ ବୋଧହୁଏ ନତାଶା ତାଙ୍କ ପୋଷ୍ଟ ମାଧ୍ୟମରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅପମାନିତ କରୁଛନ୍ତି। ନତାଶା ଏବଂ ହାର୍ଦ୍ଦିକ ଗତ ମାସରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଅଲଗା ହେବାର ଖବର ସେୟାର କରିଥିଲେ। ଚାରି ବର୍ଷ ମଧ୍ୟରେ ସମ୍ପର୍କ ରହିବା ପରେ ସେମାନେ ପାରସ୍ପରିକ ସମ୍ମତି ସହିତ ଅଲଗା ହେଉଛନ୍ତି ବୋଲି ଉଭୟ କହିଥିଲେ।