ଜୀବନଶୈଳୀ

ଏହି ୫ଟି କାମକୁ କରିବା ତୁରନ୍ତ ପରେ ଗାଧେଇବା ଉଚିତ ନୁହଁ, ହୋଇ ପାରେ ଏହି ବଡ ସମସ୍ୟା

ଭଲ ଭାବରେ ଗାଧେଇବା ପ୍ରତିଦିନ ଏମିତି ଗୋଟେ କାମ ଯାହା ଆମ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ, ଗରମ ଦିନରେ ଲୋକ ପ୍ରାୟତଃ ୩ଥର ବା ୪ଥର ଗାଧାନ୍ତି କିନ୍ତୁ ଆମେ ପ୍ରତି ଦିନ ଏମିତି କିଛି କାମ କରିଥାଉ ଯାହା ପରେ ଗାଧେଇବା ଉଚିତ ନୁହ, ଯଦି ଆମେ ଏମିତିକା କରିଥାଉ ତେବେ ଆମ ସ୍ୱାସ୍ଥ୍ୟ ଖରାପ ହୋଇଥାଏ, ଭୁଲ ଭାବରେ ଗାଧେଇଲେ ମଧ୍ୟ ଥଣ୍ଡା ଜର ବା କାସ ବା ମୁଣ୍ଡବିନ୍ଧା ଭଳି ସମସ୍ୟା ହୋଇଥାଏ । ଯଦି ଆପଣ ନିୟମିତ ରୂପରେ ଏହି ଭୁଲ କରନ୍ତି ତେବେ ଆପଣଙ୍କୁ ଗମ୍ଭୀର ରୂପରେ ରୋଗ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ୫ଟି କାମ ବିଷୟରେ ଯାହା ଗାଧେଇବା ଆଗରୁ କରିବା ଉଚିତ ନୁହ ଏବଂ କଣ ପାଇଁ ହୋଇଥାଏ ଏହା ବିଷୟରେ ବିସ୍ତାର ସହ ଜାଣିବା ।

କୌଣସି ବାହାର ଜାଗାରୁ ଘରକୁ ଫେରିଲା ପରେ ବା ଲମ୍ବା ରାସ୍ତା ଡ୍ରାଇଭିଙ୍ଗ କରି ଆସିଲା ପରେ ତୁରନ୍ତ ଗାଧେଇବା ଉଚିତ ନୁହ, ତେବେ ବାହାରୁ ଆସିବାର ୩୦ ମିନିଟ ପରେ ଗାଧେଇବା ଉଚିତ ଅଟେ । ଯେତେବେଳେ ଆମେ ଚାଲିକି ଆସୁ ବା ବାହାରୁ କୌଣସି କାମ କରିକି ଆସୁ ତେବେ ଆମ ଶରୀର ଭିତରେ ବହୁତ ଗରମ ହୋଇଥାଏ ଏବଂ ତୁରନ୍ତ ଗାଧେଇଲେ ଟାପ ମାତ୍ରା କମି ଯାଇଥାଏ ତେବେ ଗରମ ଥଣ୍ଡା ଦ୍ଵାରା ଆମ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ଖାଇବା ତୁରନ୍ତ ପରେ ଗାଧେଇବା ଉଚିତ ନୁହ, ଯଦି ଆପଣ ଉଷୁମ ପାଣିରେ ଗଢେଇବେ ତେବେ ମଧ୍ୟ ୧ ଘଣ୍ଟା ପରେ ଗାଧେଇବା ଉଚିତ ଅଟେ, କାହିଁକିନା ଖାଦ୍ୟ ଖାଇବା ପରେ ଆମ ପାଚନ ଶକ୍ତି ବଢିଥାଏ ଏବଂ ଖାଦ୍ୟ ପଚେଇବାରେ ଲାଗିଥାଏ, କିନ୍ତୁ ଏହି ସମୟରେ ଗାଧେଇଲେ ଆମ ଶରୀର ପାଣି ସମ୍ପର୍କରେ ଆସିବା ଦ୍ଵାରା ତାପମାତ୍ରା କମି ଯାଇଥାଏ, ତେବେ ଗରମ ଥଣ୍ଡା ପାଇଁ ଖାଦ୍ୟ ଭଲ ଭାବରେ ପଚି ନଥାଏ ।

ଚା ବା କଫି ବା କୌଣସି ଗରମ ପିବା ଜିନିଷ ପିବା ପରେ ତୁରନ୍ତ ଗାଧେଇବା ଉଚିତ ନୁହ, ଯଦି ଆପଣ ଗରମ ପାଣିରେ ଗାଢେଇବେ ତେବେ ମଧ୍ୟ ଘାନ୍ତେ ପରେ ଗାଧାନ୍ତୁ, ପ୍ରାକୃତି ରୂପରେ ଏହି ସବୁ ଗରମ ଜିନିଷ ତାପମାତ୍ରା ଶରୀର ଭିତରେ ଗଲା ପରେ ମଧ୍ୟ ସାମାନ୍ଯ ଖାଦ୍ଯ ଠାରୁ ଅଧିକ ହୋଇଥାଏ ସେଥିପାଇଁ ଗରମ ଜିନିଷ ସେବନ କଲା ପରେ ତୁରନ୍ତ ଗାଧେଇବା ଉଚିତ ନୁହ ।

ଯଦି ଆପଣ ସୋଇକି ଉଠିବା ପରେ ତୁରନ୍ତ ଗାଧଉଛନ୍ତି ତେବେ ଏହି ଅଭ୍ଯାସ ତୁରନ୍ତ ଛାଡି ଦିଅନ୍ତୁ, ଏହି ପ୍ରକ୍ରିୟା ଆପଣଙ୍କ ହୃଦୟ ଏବଂ ବିପି ରୋଗୀ ବନେଇ ପାରେ, ଶୋଇଲା ବେଳେ ମଧ୍ୟ ଆମ ଶରୀର ତାପମାତ୍ରା ଅଧିକ ହୋଇଥାଏ, ଯେତେବେଳେ ଆମେ ସୋଇକି ସାଙ୍ଗେ ସାଙ୍ଗେ ଉଠିବା ପରେ ଗାଧେଇ ଥାଉ ସେତେବେଳେ ଶରୀର ଗରମ ଥଣ୍ଡା ଅନୁଭ କରିଥାଏ ଏହା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଯୋଗ, ଏକ୍ସଅରସାଇଜ ବା ଡ୍ୟାନ୍ସ ଏମିତିକା କାମ କଲା ପରେ ଆପଣଙ୍କୁ ଟିକେ ବିଶ୍ରାମ କରିବା ଉଚିତ ଏବଂ ଏହା ପରେ ଗାଧେଇବା ଉଚିତ, ଏହି ଭଳି କାମରେ ଛାଳ ବାହାରିଥାଏ ଏବଂ ଶରୀର ବହୁତ ଗରମ ହୋଇଥାଏ ହଟାତ ଥଣ୍ଡା ହବାରୁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button