ଦେଶ ବିଦେଶ

ଆସିଲା ଖୁସି ଖବର: ଏଣିକି ଶସ୍ତା ହେବ ଫ୍ଲାଇଟ୍ ଟିକେଟ୍; ଜାରି ହେଲା ନୂଆ ନିୟମ

Flight Ticket Price: ବର୍ତ୍ତମାନ ସମୟରେ ଫ୍ଲାଇଟ ଟିକେଟ ମୂଲ୍ୟ ବଢିବାରେ ଲାଗିଛି । ଟିକେଟର ବର୍ଦ୍ଧିତ ଦର ସାଧାରଣ ଲୋକଙ୍କ ପାଇଁ ଆହୁରି ଏକ ସମସ୍ୟା ପାଲଟିଛି । ଯେଉଁଥିପାଇଁ ଅଧିକାଂଶ ଲୋକେ ଫ୍ଲାଇଟ ଯାତ୍ରା ପରିବର୍ତ୍ତେ ଟ୍ରେନକୁ ଭରସା କରୁଛନ୍ତି ।

ହେଲେ ବର୍ତ୍ତମାନ ଦାମୀ ଫ୍ଲାଇଟ ଟିକେଟରୁ ମିଳିବ ମୁକ୍ତି । ଡିଜିସିଏଙ୍କ ତପରୁ ଏ ନେଇ ଏକ ନୂଆ ନିର୍ଦ୍ଦେଶନାମା ଜାରି ହୋଇଛି । ଏଥିରେ ଯାତ୍ରୀମାନଙ୍କ ପାଇଁ ଫ୍ଲାଇଟ ଟିକେଟର ବେସ୍ ମୁଲ୍ୟ ଆହୁରି ଶସ୍ତା ହେବା ନେଇ ଯୋଜନା କରାଯାଉଛି ।

ଡିଜିସିଏ କହିଛି ଯେ ଏୟାରଲାଇନ୍ସ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦିଷ୍ଟ ଫେୟାର ମଧ୍ୟ ସେମାନଙ୍କର କିଛି ସର୍ଭିସରେ ଦିଆ ଯାଉଥିବା ଫିସ୍ ମଧ୍ୟ ସାମିଲ ରହିଛି । ଅନେକ ସମୟରେ ଯାତ୍ରୀମାନଙ୍କୁ ଏଭଳି ସିର୍ଭସର ଆବଶ୍ୟକତା ନଥିବା ମଧ୍ୟ ଦେଖାଯାଇଛି ।

ତେଣୁ ଏହି ସବୁ ସର୍ଭିସ ସହିତ ଏଥିପାଇଁ ଯାତ୍ରୀଙ୍କ ପାଖରୁ ନିଆଯାଉଥିବା ଟଙ୍କା ହଟାଇବା ପାଇଁ ନିୟମରେ କୁହାଯାଇଛି । ଏହାଦ୍ୱାରା ଟିକେଟ ଦର ମଧ୍ୟ ଶସ୍ତା ହୋଇପାରିବ ।

ଏହାଦ୍ୱାରା ଆବଶ୍ୟକୀୟ କ୍ଷେତ୍ରରେ ଗ୍ରାହକଙ୍କୁ ଏହି ସର୍ଭିସ ପାଇବା ପାଇଁ ବିକଳ୍ପ ମିଳିପାରିବ । ଭିନ୍ନ ସେବାଗୁଡିକ ଏକ ‘ଅପ୍ଟ-ଇନ୍’ ଆଧାରରେ ପ୍ରଦାନ କରାଯିବା ଉଚିତ ।

ଏଥିପାଇଁ ୭ଟି ସର୍ଭିସକୁ ନେଇ ଏକ ଲିଷ୍ଟ ଜାରି କରିଛି ଡିଜିସିଏ…

ସିଟ୍ ଚୟନ କରିବା ଚାର୍ଜ
ମିଲ୍/ସ୍ନାକ୍ସ/ଡ୍ରିଙ୍କସ ଚାର୍ଜ
ଏୟାରଲାଇନ୍ ଲାଉଞ୍ଜ ବ୍ୟବହାର ପାଇଁ ଚାର୍ଜ
ଚେକ୍ ଇନ୍ ବ୍ୟାଗେଜ ଚାର୍ଜ
ସ୍ପୋର୍ଟସ ଇକ୍ୟୁପମେଣ୍ଟ ଚାର୍ଜ
ମ୍ୟୁଜିକାଲ ଇକ୍ୟୁପମେଣ୍ଟ ଚାର୍ଜ
ମହଙ୍ଗା ବ୍ୟାଗ୍ ପାଇଁ ସ୍ପେଶାଲ ଡିକ୍ଲାରେସନ୍ ଚାର୍ଜ

ଏୟାରଲାଇନ୍ ବ୍ୟାଗେଜ ପଲିସିରେ ମାଗଣା ବ୍ୟାଗେଜ୍ ଭତ୍ତା ସହିତ ‘ଶୂନ ବ୍ୟାଗେଜ୍/ନୋ-ଚେକ୍ ଇନ୍ ବ୍ୟାଗେଜ୍ ଭଡା’ ପ୍ରଦାନ କରିବାକୁ ଅନୁସୂଚିତ ଏୟାରଲାଇନ୍ସକୁ ଅନୁମତି ଦିଆଯିବ।

ଏହା ସହିତ ଡିଜିସିଏ କହିଛି ଯେ ଯଦି ଯାତ୍ରୀ କାଉଣ୍ଟରରେ ଚେକ୍ ଇନ୍ ପାଇଁ ବ୍ୟାଗ୍ ଆଣନ୍ତି, ତେବେ ଏଥିପାଇଁ ପ୍ରଯୁଜ୍ୟ ଦେୟ ବିଷୟରେ ସୂଚନା ଦିଆଯିବ। ଏହା ସହିତ ଟିକେଟ୍ ଉପରେ ମଧ୍ୟ ଏହାର ସୂଚନା ରହିବ ବୋଲି କହିଛି ଡିଜିସିଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button