ଦେଶ ବିଦେଶ

ଜଗ୍ଗୁ ଭଗୱାନପୁରିଆ ଗ୍ୟାଙ୍ଗର ୬ ଗିରଫ

ଚଣ୍ଡିଗଡ: ପଞ୍ଜାବରେ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚାଲାଣକାରୀ ଜଗ୍ଗୁ ଭଗୱାନପୁରିଆ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୁଲିସ। ରୁପନଗର ପୁଲିସ ପକ୍ଷରୁ ଗିରଫ ଅଭିଯୁକ୍ତଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳିଗୁଳା ଜବତ ହୋଇଛି। ଜଗଦୀପ ସିଂହ  ଓରଫ ଜଗ୍ଗୁ ଭଗୱାନପୁରିଆ ଜେଲରେ ଥିବା ଲରେନ୍ସର ଜଣେ ନିକଟ ସହଯୋଗୀ।

ରୁପନଗର ପୁଲିସର ସିଆଇଏ ଟିମ ଗାଙ୍ଗଷ୍ଟର ଜଗ୍ଗୁ ଭଗୱାନପୁରିଆ ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୨ଟି ପିସ୍ତଲ, ୫୦ଟି ଜୀବନ୍ତ ଗୁଳି ଜବତ କରିଛି। ଏହି ଗ୍ୟାଙ୍ଗ  ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚାଲାଣ କରୁଥିଲା।  ପୁଲିସ ଏଫଆଇଆର ରୁଜୁ କରି ପରବର୍ତ୍ତୀ ତଦନ୍ତ ଚଳାଇଥିବା ପୁଲିସ ଡିଜି ଗୌରବ ଯାଦବ ଟ୍ବିଟ କରି ସୂଚନା ଦେଇଛନ୍ତି। ଡିଜି କହିଛନ୍ତି, ବେଆଇନ ଅସ୍ତ୍ରଶସ୍ତ୍ର  ନେଟୱାର୍କ ଚଳାଇଥିବା ସମସ୍ତଙ୍‌କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ସୂଚନାଯୋଗ୍ୟ, ପଞ୍ଜାବରେ ବ୍ୟାପକ ବେଆଇନ ଅସ୍ତ୍ରଶସ୍ତ୍ର ମିଳୁଛି ଓ ଡ୍ରଗ୍ସ କାରବାର ହେଉଛି, ଯାହା ପୁଲିସ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଯାହା ଉପରେ ନିୟନ୍ତ୍ରଣ ରଖିବାକୁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button