ଦେଶ ବିଦେଶ

ଅମେଠୀରୁ ଲଢ଼ିବେ ରାହୁଲ – Utkal Mail

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪କୁ ନେଇ ସବୁ ଦଳ ଜୋରଦାର ପ୍ରସ୍ତୁତି ଜାରି ରଖିଥିବାବେଳେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅମେଠୀରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି । ଏଥିସହିତ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଯଦି ଚାହାଁନ୍ତି ବାରଣାସୀରୁ ନିର୍ବଚନ ଲଢ଼ିପାରନ୍ତି ବୋଲି ୟୁପି କଂଗ୍ରେସର ନୂଆ ଅଧ୍ୟକ୍ଷ ଅଜୟ ରାୟ ସୂଚନା ପ୍ରଦାନ କରିଛନ୍ତି ।

ଏହି ଅବସରରେ ଅଜୟ ରାୟ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଟାର୍ଗେଟ କରି ପୂର୍ବରୁ ୧୩ ଟଙ୍କାରେ ୧ କେଜି ଚିନି ମିଳୁଥିଲା ଏବେ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ଅମେଠୀରୁ କଂଗ୍ରେସ ଗଡ଼ ହୋଇଥିବାବେଳେ ସ୍ମୃତି ଇରାନୀ ୨୦୧୯ରେ ପ୍ରଥା ଭାଙ୍ଗିଥିଲେ । ଅମେଠୀ ଲୋକସଭା ସିଟରୁ ରାହୁଲଙ୍କୁ ସ୍ମୃତି ହରାଇଥିଲେ ।

More News Update Visit Our Website : https://utkalmailtv.com

 

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button