ବ୍ୟବସାୟ

ଆସନ୍ତା ଦୁର୍ଗା ପୂଜା ଆଗରୁ କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, DA ସହ DR ରେ ହେବ ବୃଦ୍ଧି – Utkal Mail

ଆସନ୍ତା ଦୁର୍ଗା ପୂଜା ଆଗରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ବଡ଼ ଖୁସି ଖବର । ଦେଶର ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସରକାର ଦେବେ ବଡ ଉପହାର । ପୁଣି ଥରେ ସରକାର DA ଏବଂ DR ରେ ବୃଦ୍ଧି ପାଇଁ ଯୋଜନା କରୁଛନ୍ତି ।ଆସନ୍ତା ଦୁର୍ଗା ପୂଜା ଅବସରରେ ସେ କର୍ମଚାରିଙ୍କୁ ଦେଇପାରନ୍ତି ବଡ ଖୁସି ଖବର । ଯଦି ନିଷ୍ପତି ଠିକ ରୁହେ ତେବେ କେନ୍ଦ୍ର ସରକାର କର୍ମଚାରିଙ୍କୁ ଦୁର୍ଗା ପୂଜା ଅଵସରରେ ଦରମା ବୃଦ୍ଧି ନେଇ ଏକ ବଡ଼ ଉପହାର ଦେଇପାରନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୨୭ ତାରିଖରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ ବୃଦ୍ଧି ପାଇଁ କେନ୍ଦ୍ର ସରକାର ନୂଆ ସୂଚନା ଦେଇ ପାରନ୍ତି। ଯଦି ଏହା ହୁଏ ତେବେ ନବରାତ୍ରୀ ପୂର୍ବରୁ ହିଁ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏହା ଏକ ବଡ଼ ଉପହାର ହେବ। ସପ୍ତମ ବେତନ ଆୟୋଗ ଆଧାରରେ କେନ୍ଦ୍ର ସରକାର ସାଧାରଣତଃ ପ୍ରତି ୬ ମାସରେ ଥରେ ମହଙ୍ଗା ଭତ୍ତାରେ ସଂଶୋଧନ କରିଥାନ୍ତି। ଚଳିତ ଥର ପୁଣି ଥରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ଦରମା ବଢିବା ନେଇ ଆଶା ରହିଛି । ଏହା ଯେକୌଣସି ସମୟରେ ଘୋଷଣା ହୋଇପାରେ। ତେବେ ପ୍ରତିବର୍ଷ ମହଙ୍ଗା ଭତ୍ତାର ପ୍ରଥମ ବୃଦ୍ଧି ଜାନୁଆରୀ ଏବଂ ଦ୍ୱିତୀୟଟି ଜୁଲାଇରୁ କାର୍ଯ୍ୟକାରୀ ହୁଏ।

ମୁଦ୍ରାସ୍ଫୀତି ଆକଳନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ କର୍ମଚାରୀମାନେ ଆଶା କରୁଛନ୍ତି ଯେ ଏଥର ମଧ୍ୟ ଡିଏରେ ୪ ପ୍ରତିଶତ ବୃଦ୍ଧି ହୋଇପାରେ। ଯଦି ଏହା ହୁଏ ତେବେ ମହଙ୍ଗା ଭତ୍ତା ୪୨ ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇବ। ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ AICPI ତଥ୍ୟ ଆଧାରରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପୁଣି ଥରେ AICPI ପରିସଂଖ୍ୟାନରେ ପ୍ରଥମାର୍ଦ୍ଧ ଅର୍ଥାତ୍ ଜାନୁଆରୀରୁ ଜୁନ୍ ୨୦୨୩ ପାଇଁ ଏକ ବଡ଼ ବୃଦ୍ଧି ରେକର୍ଡ କରାଯାଇଛି। ଏହା ପରେ ଏହା ୪୬.୨୪ ପ୍ରତିଶତ ସ୍ତରରେ ପହଞ୍ଚିଛି।

ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀମାନେ ଆଶା କରୁଛନ୍ତି ଯେ ସେମାନଙ୍କ ଡିଏ ୪୨ ପ୍ରତିଶତରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇବ। ତେବେ ସରକାର ସୂଚନା ଦେବା ପରେ ହିଁ ଜଣାପଡିବ ଯେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ଓ ଡିଆର କେତେ ପ୍ରତିଶତ ବଢୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button