ଦେଶ ବିଦେଶ

ନେତାନ୍ୟାହୁଙ୍କୁ‌ ଭେଟିଲେ ବାଇଡେନ, ଗାଜା ଡାକ୍ତରଖାନା ବିସ୍ଫୋରଣର ମାଷ୍ଟରମାଇଣ୍ଡ କିଏ ଦେଲେ ସୂଚନା – Utkal Mail


ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାକୁ ଲାଗିଥିବା ବେଳେ ମଙ୍ଗଳବାର ଗାଜା ଡାକ୍ତରଖାନା ଉପରେ ରକେଟ୍ ଆକ୍ରମଣ କରାଯାଇଥିଲା। ଏୟାର ଷ୍ଟ୍ରାଇକ୍ ପରେ ଡାକ୍ତରଖାନାରେ ଥିବା ୫୦୦ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ତେବେ ଏହି ଆକ୍ରମଣ ଇସ୍ରାଏଲ କରିଥିବା ନେଇ ଅଭିଯୋଗ କରାଯାଉଥିବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଇସ୍ରାଏଲ ନୁହେଁ ବୋଲି କହିଛନ୍ତି।

ଆଜି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କୁ ଭେଟି ବାଇଡେନ କହିଛନ୍ତି ଯେ, ଗାଜାର ଅଲ-ଅହଲି ଡାକ୍ତରଖାନାରେ ହୋଇଥିବା ବିସ୍ଫୋରଣ ଆପଣ ନୁହନ୍ତି ଅପର ପକ୍ଷରୁ କରାଯାଇଥିବା ଜଣାପଡିଛି। ଏହା ସହ ଇହୁଦୀ ରାଷ୍ଟ୍ର ଇସ୍ରାଏଲ୍‌କୁ  ଆମେରିକା ସମର୍ଥନ ଜାରି ରଖିବ ଏବଂ ଇସ୍ରାଏଲ ପାଖରେ ଆତ୍ମରକ୍ଷା କରିବା ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଅଛି କି ନାହିଁ ତାହା ନିଶ୍ଚିତ କରିବ ବୋଲି ବାଇଡେନ, ନେତାନ୍ୟାହୁଙ୍କୁ କଥା ଦେଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ଗାଜା ନଗରୀରେ ଥିବା ଡାକ୍ତରଖାନାରେ ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୫୦୦ ଲୋକ ମରିଥିବା ବ‌େଳେ ଅସଂଖ୍ୟ ଆହତ ହୋଇଥିଲେ। ଏହି ଆକ୍ରମଣ ଇସ୍ରାଏଲ କରିଥିବା ନେଇ ହମାସ ଦାବି କରୁଥିବା ବେଳେ ଏବେ ଇସ୍ରାଏଲ ଏହି ଆକ୍ରମଣ କରିନଥିବା ସ୍ପଷ୍ଟ କରିଛନ୍ତି ବାଇଡେନ।

ଅନ୍ୟପକ୍ଷରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍ ପରେ ଶ୍ମଶାନରେ ସ୍ଥାନ ଅଭାବ ଓ ଡାକ୍ତରଖାନା ନେବା ଖୁବ୍‌ ବିପଜ୍ଜନକ ହେଉଥିବାରୁ ନିହତ ପାଲେଷ୍ଟିନୀୟମାନଙ୍କ ଶବଗୁଡ଼ିକୁ ହମାସ୍‌ ପରିଚାଳିତ ଗାଜା ପଟିର ସ୍ବାସ୍ଥ୍ୟ ଅଧିକାରୀମାନେ ଆଇସ୍‌କ୍ରିମ୍‌ ଫ୍ରିଜର୍‌ରେ ରଖୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button