ଓଡିଶା

ଗିରଫ ହେଲେ ଲାଞ୍ଚୁଆ ବେଗୁନିଆ ତହସିଲଦାର

ଭୁବନେଶ୍ୱର – ଲାଞ୍ଚ ନେବା ମହଙ୍ଗା ପଡ଼ିଲା ମହଙ୍ଗା । ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ। ଗତ ୧୪ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ସ୍ଥିତ ନିଜ ବାସଭବନରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରାପଡ଼ିଥିଲେ ବେଗୁନିଆ ତହସିଲଦାର। ଜମି କିସମ ପରିବର୍ତ୍ତନ ପାଇଁ ଜଣଙ୍କଠାରୁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା। ତହସିଲଦାରଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା ଭିଜିଲାନ୍ସ। ପରେ ଭିଜିଲାନ୍ସ ଟିମ ତହସିଲଦାରଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ, ବେଗୁନିଆରେ ଥିବା କାର୍ଯ୍ୟାଳୟ ଓ ତୁମୁଡିବନ୍ଧ ସ୍ଥିତ ପୈତୃକ ବାସଭବନରେ ଚଢ଼ାଉ କରିଥିଲା। ଜଣେ ଅଭିଯୋଗକାରୀଙ୍କ ସୂଚନା ଆଧାରରେ ଭିଜିଲାନ୍ସ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ।
ତହସିଲଦାରଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଥିବା ଜଣାପଡିଛି। ସମସ୍ତ ଆକାଉଣ୍ଟକୁ ଯାଞ୍ଚ କରାଯାଉଥିବା ଭିଜିଲାନ୍ସ ଏସପି ଏମ. ରାଧାକୃଷ୍ଣ ସୂଚନା ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button