ମନୋରଞ୍ଜନ

ତାହା କଣ ଯାହା ବର୍ଷ ରେ ଥରେ, ମାସରେ 2 ଥର, ସପ୍ତାହ ରେ 3 ଥର ଓ ଦିନରେ 5 ଥର ଆସିଥାଏ ? ODIA GK

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବା ପାଇଁ ତଥା ଗୋଟିଏ ସଫଳ ମନିଷଟିଏ ହେବା ପାଇଁ ପାଠ ନିହାତି ଆବଶ୍ୟକ । ଆଉ ବିନା ପ୍ରଶ୍ନରେ ତ ଆଜି ଯାଏ କେହି ଜ୍ଞାନୀ କି ବିଦ୍ଵାନ ହୋଇପାରି ନାହାନ୍ତି । ତେଣୁ ସବୁବେଳେ ମନରେ କିଛି ନା କିଛି କଥାକୁ ନେଇ ପ୍ରଶ୍ନ ଉଠିଥାଏ । ସେହି ଅଜଣା ପ୍ରଶ୍ନର ଉତ୍ତର ହିଁ ମଣିଷକୁ ଜ୍ଞାନୀ ହେବାର ପରିଚୟ ଦେଇଥାଏ ।

ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ପ୍ରଶ୍ନ ଉତ୍ତର ଜଣାଇବା ପାଇଁ ଯାଉଛୁ ଯେଉଁ ପ୍ରଶ୍ନ ପାଇଁ ଆପଣଙ୍କ ଜ୍ଞାନର ବିକଶିତ ହେବା ସହ ଆପଣଙ୍କ ପିଲା ମାନଙ୍କ ଜ୍ଞାନ ମଧ୍ୟ ଆପଣ ମାନେ ବୃଦ୍ଧି କରାଇ ପାରିବେ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି କୌତୁହଳ ଓ ମଜାଦାର ପ୍ରଶ୍ନ ନେଇ ଆସିଛୁ । ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଢଗ ନେଇକି ଆସିଛୁ ।

ଯାହାର ଅର୍ଥ ବାହାର କରିବା ଦାୟିତ୍ଵ ହେଉଛି ଆପଣଙ୍କର । କାରଣ ଏହି ସବୁ ଢଗ ର ଅର୍ଥ କିଛି ମଜାଦାର ରହିଛି । ଯାହାକୁ ସହଜରେ ବୁଝିବା ସହଜ ନୁହେଁ । ଏହି ସବୁ ଢଗ କୁ ଜାଣିବା ଓ ଏହାର ଉତ୍ତର ବାହାର କରିବା ଟିକେ କଷ୍ଟ ହୋଇପାରେ । କିନ୍ତୁ ଏହାର ଉତ୍ତର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣି ନେବା କିଛି ଢଗ ଓ ଏହାର ଉତ୍ତର ।

1- ଯାହା କେବଳ ବଢି ଥାଏ କେବେ ବି କମି ନ ଥାଏ । ତାହା କଣ ?

ଉତ୍ତର- ବୟସ ।

2- ତାହା କଣ ଯାହା ତଳ ଉପର ହୋଇଥାଏ । କିନ୍ତୁ ହଲି ନ ଥାଏ ?

ଉତ୍ତର- ତାପମାତ୍ରା ।

3- ମୁଁ ଆଲୋକ ଦ୍ଵାରା ବଞ୍ଚି ଥାଏ ଆଲୋକ ଦ୍ଵାରା ହିଁ ମାରି ଥାଏ ? ମୁଁ କିଏ ?

ଉତ୍ତର- ଛାଇ ।

4- ତାହା କଣ ଯାହାକୁ କେବଳ ବାମ ହାତରେ ଧରି ହୁଏ ଡାହାଣ ହାତରେ ନୁହେଁ ?

ଉତ୍ତର- ଡାହାଣ ହାତ ।

5- କାଦୁଅ ରେ ଗଡପଡା ଆଠ ଗୋଟି ଗୋଡ ତାର ଦୁଇ ଗୋଡ ପାଙ୍କୁଡା । କୁହ ଏହି ଢଗର ଅର୍ଥ କଣ ?

ଉତ୍ତର- କଙ୍କଡା ।

6- ଯଦି ଗୋଟିଏ ଅଣ୍ଡା ସିଝିବା ପାଇଁ 10 ମିନିଟ ନିଏ । ତେବେ 10ଟି ଅଣ୍ଡା ସିଝିବା ପାଇଁ କେତେ ସମୟ ନେଇଥାଏ ?

ଉତ୍ତର- 10 ମିନିଟ ।

7- ତାହା କଣ ଯାହା ମେଡିକାଲ ରେ ପଇସା ଦେବାକୁ ପଡେ କିନ୍ତୁ ବାହାରେ ମାଗଣା ରେ ମିଳେ ?

ଉତ୍ତର- ଅକ୍ସିଜେନ ।

8- କିଏ ପ୍ରଥମେ ଗୀତ ଶୁଣାଏ ତା ପରେ ଆକ୍ରମଣ କରେ ?

ଉତ୍ତର- ମଶା ।

9- କଣ ସବୁବେଳେ ଆସେ ହେଲେ କେବେ ପହଞ୍ଚି ନ ଥାଏ ?

ଉତ୍ତର- ଆସନ୍ତା କାଲି ।

10- ତାହା କଣ ଯାହା ବର୍ଷ ରେ ଥରେ, ମାସରେ 2 ଥର, ସପ୍ତାହ ରେ 3 ଥର ଓ ଦିନରେ 5 ଥର ଆସିଥାଏ ?

ଉତ୍ତର- F ଅକ୍ଷର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button