ବିଚାର

ତୁଳସୀ ଗଛରେ ଭୁଲରେ ମଧ୍ୟ ଏଭଳି ଜଳ ଅର୍ପଣ କରନ୍ତୁ ନାହିଁ। ନଚେତ ଘରକୁ ମାଡି ଆସିବ ଦାରିଦ୍ର୍ୟତା

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି, ତୁଳସୀ ଗଛ ମୂଳରେ କେଉଁ ପ୍ରକାର ଜଳ ଅର୍ପଣ କରିବା ଅନୁଚିତ, ନଚେତ ଦେବୀ ଲକ୍ଷ୍ମୀ ହୋଇ ଯାଇଥାନ୍ତି କ୍ରୋଧିତ। ତୁଳସୀ ଗଛକୁ ଅତ୍ୟନ୍ତ ପବିତ୍ର କୁହାଯାଇଛି। ତୁଳସୀ ପତ୍ର ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଅଟେ। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରର ଅଗଣାରେ ତୁଳସୀ ଗଛ ପୂଜା ହୋଇଥାଏ। ଶାସ୍ତ୍ର ଅନୁସାରେ ଯେଉଁଠାରେ ତୁଳସୀ ଗଛକୁ ପୂଜା କରାଯାଇଥାଏ, ସେଠାରେ ଦେବୀ ଲକ୍ଷ୍ମୀ ଅସ୍ଥାୟୀ ରୂପରେ ବାସ କରିଥାନ୍ତି। ତେବେ ଆସନ୍ତୁ ତୁଳସୀ ଗଛ ସମ୍ବନ୍ଧୀୟ କିଛି ଖାସ ତଥ୍ୟ ବିଷୟରେ ଜାଣିବା।

ପ୍ରତ୍ୟେକଦିନ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କଲେ ସବୁ ମନସ୍କାମନା ପୂରଣ ହୋଇଥାଏ। ତୁଳସୀ ଗଛ ମୂଳରେ ସକାଳୁ ସ୍ନାନ କରି ଜଳ ଅର୍ପଣ କରିବା ଉଚିତ ଏବଂ ସନ୍ଧ୍ୟା ସମୟରେ ଘିଅର ଦୀପ ପ୍ରଜ୍ବଳନ କରିବା ଆବଶ୍ୟକ।ଏଭଳି କରିବା ଦ୍ୱାରା ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ। ଯଦି ଆପଣଙ୍କୁ କାରବାରରେ ଆର୍ଥିକ କ୍ଷତି ସହିବାକୁ ପଡୁଛି, ତାହେଲେ ପ୍ରତ୍ୟେକ ଶୁକ୍ରବାର ଦିନ ତୁଳସୀ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ।

ଘରେ ତୁଳସୀ ଗଛ ରହିବା ଦ୍ଵାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ। ଭଗବାନ ବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ର ପ୍ରୟୋଗ ନକଲେ ପୂଜା ଅଧୁରା ହୋଇଥାଏ। କିନ୍ତୁ ଭଗବାନ ଶିବ ଏବଂ ପ୍ରଭୁ ଶ୍ରୀଗଣେଶଙ୍କୁ କେବେବି ତୁଳସୀ ପତ୍ର ଅର୍ପଣ କରିବା ଉଚିତ ନୁହେଁ। କୁହାଯାଏ କି ତୁଳସୀ ମାଳା ଧାରଣ କରିବା ଦ୍ୱାରା କୁଣ୍ଡଳୀରେ ବୁଧ ଓ ଗୁରୁ ଗ୍ରହ ସୁଦୃଢ ହୋଇଥାନ୍ତି। ତୁଳସୀ ମାଳା ଧାରଣ କରିବା ପୂର୍ବରୁ ମନ୍ଦିର ଯାଇ ଭଗବାନ ବିଷ୍ଣୁଙ୍କର ପୂଜାର୍ଚ୍ଚନା କରିବା ଆବଶ୍ୟକ। ତୁଳସୀ ଗଛ ମୂଳରେ କେବେବି ଦୂଷିତ ପାଣି ଢ଼ାଳିବା ଉଚିତ ନୁହେଁ।

ପୌରାଣିକ ମାନ୍ୟତା ଅନୁସାରେ ତୁଳସୀକୁ ଅମୃତ ସମାନ ମାନା ଯାଇଛି। କୁହାଯାଏ କି ଯେଉଁଠାରେ ତୁଳସୀ ଗଛ ରହିଥାଏ, ସେଠାରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର ମଧ୍ୟ ବାସ କରିଥାନ୍ତି। ଶାସ୍ତ୍ରରେ କୁହାଯାଇଛି କି ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ, ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ ଏବଂ ଘର ଧନଧାନ୍ୟ ପରିପୂର୍ଣ ହୋଇ ଯାଇଥାଏ। ଯେଉଁ ଘରେ ତୁଳସୀ ଗଛ ସହିତ ଶାଳଗ୍ରାମ ରଖା ଯାଇଥାଏ, ସେହି ଘରେ ଭଗବାନ ବିଷ୍ଣୁ ଓ ଦେବୀ ଲକ୍ଷ୍ମୀର ବାସ ହୋଇଥାଏ ଏବଂ ସେଠାରେ ସକାରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଘରେ ଶୁଖି ଯାଇଥିବା ତୁଳସୀ ଗଛ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ପରିବାର ଉପରେ ସଂକଟର ବାଦଲ ଘେରି ଯାଇଥାଏ। ତେଣୁ ସେଥିପ୍ରତି ଧ୍ୟାନ ରଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button