ଦେଶ ବିଦେଶ

ପ୍ରଥମ ଥର ପାଇଁ ମାରାତ୍ମକ ‘ଆଇରନ ଷ୍ଟିଙ୍ଗ୍’ ବୋମା ପକାଇଲା ଇସ୍ରାଏଲ୍ – Utkal Mail


ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଇସ୍ରାଏଲ୍ ପକ୍ଷରୁ ଏହାର ଅତ୍ୟାଧୁନିକ ତଥା ଅତ୍ୟନ୍ତ ମାରାତ୍ମକ ‘ଆଇରନ୍ ଷ୍ଟିଙ୍ଗ୍’ ମୋର୍ଟାର ବୋମାର ପ୍ରୟୋଗ କରି ହମାସର କେତେକ ରକେଟ୍ ଲଞ୍ଚ୍ ପ୍ୟାଡକୁ ଧ୍ବଂସ କରାଯାଇଛି । ଇସ୍ରାଏଲ ବାୟୁସେନା ପକ୍ଷରୁ ଏହି ଆକ୍ରମଣର ଭିଡିଓ ଫୁଟେଜ୍ ଜାରି କରାଯାଇଛି ।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ)ର ମାଗେଲାନ୍ ୟୁନିଟ୍ ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ବ୍ୟବହାର କରି ଗାଜା ଷ୍ଟ୍ରିପ୍ ଅଞ୍ଚଳରେ ଥିବା ହାମାସ ରକେଟ୍ ଲଞ୍ଚରକୁ ଟାର୍ଗେଟ କରି ଡଜନାଧିକ ଆତଙ୍କବାଦୀଙ୍କୁ ନିପାତ କରିଛି ।

ମାଗେଲାନ୍ ୟୁନିଟ୍ ବାୟୁସେନା ସହଯୋଗରେ ଏକ ଅତ୍ୟାଧୁନିକ ଓ ନିର୍ଦ୍ଦିଷ୍ଟ ମୋର୍ଟାର ବୋମା ‘ଷ୍ଟିଲ୍ ଷ୍ଟିଙ୍ଗ୍’ ସମେତ ବିଭିନ୍ନ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏକ ଡଜନରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଭିଡିଓରେ ୧୨୦ ମିଲିମିଟର ମୋର୍ଟାର ଶତ୍ରୁପକ୍ଷର ରକେଟ୍ ଲଞ୍ଚରକୁ ଧ୍ୱଂସ କରୁଥିବା ଦେଖିବାକୁ ମିଳୁଛି ।

‘ଆଇରନ୍ ଷ୍ଟିଙ୍ଗ୍’ ହେଉଛି ଲେଜର ଏବଂ ଜିପିଏସ୍ ଗାଇଡେନ୍ସ ଲାଗିଥିବା ୧୨୦ ମିଲିମିଟର ଯୁଦ୍ଧ ମୋର୍ଟାର୍ ଏବଂ ଏହାର ରେଞ୍ଜ ୧ରୁ ୧୨ କିଲୋମିଟର ରହିଛି। ଏହା ଏଲବିଟ୍ ସିଷ୍ଟମ୍ ଦ୍ୱାରା ବିକଶିତ ହୋଇଛି ଏବଂ ୨୦୨୧ରେ ଆଇଡିଏଫର ଗ୍ରାଉଣ୍ଡ ଫୋର୍ସରେ ଏହାକୁ ସାମିଲ କରାଯାଇଥିଲା ।

ଇସ୍ରାଏଲ ଖବରକାଗଜ ଜେରୁଜେଲମ ପୋଷ୍ଟ ଅନୁଯାୟୀ, ଏହି ମୋର୍ଟାର୍ ଉଭୟ ଖୋଲା ଅଞ୍ଚଳ ଏବଂ ଜନବସତି ସହରାଞ୍ଚଳରେ ବ୍ୟବହାର ଉପଯୋଗୀ ହେବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହାର ସଠିକ ଟାର୍ଗେଟ ସାଧାରଣ ଜନତାଙ୍କ କ୍ଷତିର ଆଶଙ୍କାକୁ ହ୍ରାସ କରିଥାଏ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button