ମନୋରଞ୍ଜନ

‘ମୋର ଅଶ୍ଳୀଳ ଫଟୋ ଓ ଭିଡିଓ ବିକ୍ରି କରି ଆଦିଲ ୪୦ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି’: ରାକ୍ଷୀ – Utkal Mail


ନୂଆଦିଲ୍ଲୀ: ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁର୍ରାନୀ ନିକଟରେ ଜେଲରୁ ବାହାରକୁ ଆସିଛନ୍ତି। ଏହାପରେ ରାକ୍ଷୀ ଓ ଆଦିଲ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରି ଦେଇଛନ୍ତି।

କିଛିଦିନ ତଳେ ଆଦିଲ ଅଭିଯୋଗ କରି କହିଥିଲେ କି, ରାକ୍ଷୀ ତାଙ୍କର ଅଶ୍ଳୀଳ ଭିଡିଓ କରିଛନ୍ତି। ଏହି କ୍ରମରେ  ରାକ୍ଷୀ ସ୍ବାମୀ ଆଦିଲ ଖାନ ଦୁର୍ରାନୀଙ୍କ ନାମରେ ଅଭିଯୋଗ ଆଣି କହିଛନ୍ତି, ‘ଆଦିଲ ମୋର ଅନେକ ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ। ଏସବୁ ସେ ମୁଁ ମନା କରିବା ସତ୍ତ୍ବେ ରେକର୍ଡ କରିଥିଲେ। ଏମିତି କି ମୁଁ ଗାଧେଇବା ଘରେ ଥିବା ବେଳେ ବି ଆଦିଲ ମୋ ଭିଡିଓ କରିଛନ୍ତି। ଏହି ଭିଡିଓ ଯଦି ଭାଇରାଲ ହୋଇଯିବ କ’ଣ କରିବି। ବିଷ ଖାଇଦେବି। ଜୀବନ ହାରିଦେବି। କେଉଁଆଡେ ଯିବି।

ମୁଁ ସାଧ‌ାରଣ ଝିଅ ନୁହେଁ। ଭାରତର ଜଣେ ସେଲିବ୍ରିଟି। ବିବାହର ଗୋଟିଏ ବର୍ଷ ଭିତରେ ସେ ମୋତେ ଛାଡ଼ପତ୍ର ଦେଇଛନ୍ତି। ସେ ମୋର ଅଶ୍ଳୀଳ ଫଟୋ ଓ ଭିଡିଓ ରେକର୍ଡ କରି ଦୁବାଇରେ ବିକ୍ରି କରିଛନ୍ତି। ଯାହା ପାଇଁ ସେ ୪୭ଲକ୍ଷ ଟଙ୍କା ବି ପ୍ରାପ୍ତ କରିଛନ୍ତି। ମୁଁ ଏସବୁ ଜାଣିବା ପ‌ରେ ସ୍ତବ୍ଧ ହୋଇଯାଇଛି।’

ନିକଟରେ ରାକ୍ଷୀ ଜଣେ ଡାକ୍ତରଙ୍କ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ଆଦିଲ ଲଗାଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ। ଆଦିଲ ରାକ୍ଷୀଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ, ‘ସେ କେବେ ହେଲେ ମା’ ହୋଇପାରିବେ ନାହିଁ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button