ଦେଶ ବିଦେଶ

ଧନର ବର୍ଷା କରେଇବ ଏହି ଫୁଲ, କରନ୍ତୁ ଏହି ସରଳ ଉପାୟ ।

ବନ୍ଧୁଗଣ ଅପରାଜିତା ଅର୍ଥାତ ଯିଏ କେବେବି ହାରି ନଥାଏ ବା ଯାହାର ପରାଜୟ ହୋଇ ନଥାଏ। ଏବଂ ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ। ଯାହା ଭଗବାନ ଶିବଙ୍କର ଏକ ନାମ ଅଟେ। ଅପରାଜିତା ମା ଦୁର୍ଗାଙ୍କର ମଧ୍ୟ ଏକ ନାମ ଅଟେ। ଏଣୁ ନୀଳକଣ୍ଠ ଭଗବାନ ଶିବଙ୍କ ନାମ। ଏଣୁ ଏହି ଅପରାଜିତା ଫୁଲଟି ଭଗବାନ ଶିବ ଏବଂ ଶକ୍ତିଙ୍କର ସ୍ୱରୂପ ହୋଇଥାଏ। ଏଣୁ ଏହା ଅତ୍ୟନ୍ତ ଗୁଣକାରୀ ଏବଂ ଚମତ୍କାରୀ ହୋଇଥାଏ। ଏହି ଅପରାଜିତା ଭାରତର ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠାରେ ଦେଖିବାକୁ ମିଳିଥାଏ ଏବଂ ସବୁ ୠତୁରେ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ଅପରାଜିତାର କିଛି ପ୍ରୟୋଗ ଦ୍ୱାରା ମନୁଷ୍ୟର ଦୁଖଃ ଦୁର୍ଦ୍ଦଶା ଦୂର ହେବା ସହିତ ଧନ ଏବଂ ଐଶ୍ୱର୍ଯ୍ୟ ର ଅଧିକାରୀ ମଧ୍ୟ ହୋଇଥାଏ। ତେବେ ଏହି ଅପରାଜିତାର ପ୍ରୟୋଗ କିପରି କରାଯାଏ ଏହାର ଫାଇଦା କୋଣ ହୋଇଥାଏ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ।

ଯଦି ଆପଣ ଧନର ସମସ୍ୟାରେ ସର୍ବଦା ବିଚଳିତ ରହୁଛନ୍ତି ତେବେ ଏହି ଉପାୟ କଲେ ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହେବା ସହିତ ଧନ ଏବଂ ସୁଖ ସମୃଦ୍ଧିର ଚମତ୍କାର ଦେଖିବାକୁ ପାଇବେ। ଏହି ସରଳ ଉପାୟଟି କରିବା ସମୟରେ ଧ୍ୟାନ ଦେବେ ଯେପରିକି କେହି ଆପଣଙ୍କୁ ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ। ତେବେ ଯାଇ ଏହାର ପ୍ରକୃତ ଫଳ ଆପଣ ପାଇପାରିବେ।

Google

ଏହି ଅପରାଜିତ ଫୁଲକୁ ଆପଣମାନେ ନିଶ୍ଚୟ ଜାଣିଥିବେ। ଏହି ଫୁଲକୁ ସଂସ୍କୃତରେ ବିଷ୍ଣୁକାନ୍ତା ଏବଂ ବିଷ୍ଣୁପ୍ରିୟା ମଧ୍ୟ କହିଥାନ୍ତି। ଏହି ଅପରାଜିତା ଭଗବାନ ଶିବ ମାତା ପାର୍ବତୀ , ଭଗବାନ ଗଣେଶଙ୍କର ପ୍ରିୟ କିନ୍ତୁ ଭଗବାନ କାର୍ତିକଙ୍କର ପ୍ରିୟ ନୁହେଁ। ବରଂ ପ୍ରଭୁ ହନୁମାନ ଏବଂ ଭଗବାନ ଶନିଦେବଙ୍କ ସହିତ ଭଗବାନ ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ପ୍ରିୟ ହୋଇଥାଏ। ଏଣୁ ଘୋରେ ରୋଜଗାରରେ ବୃଦ୍ଧି କରିବା ପାଇଁ ଏହି ଉପାୟ ନିଶ୍ଚୟ କରନ୍ତୁ। ତେବେ ଏବେ ଆସନ୍ତୁ ଜାଣିବା କଣ ସେହି ସବୁ ଉପାୟ। ଯାହା କରିବା ଦ୍ୱାରା ସମସ୍ତ ସମସ୍ୟା ଦୂର ହୋଇ ଧନର ଆଗମନ କରାଇଥାଏ।

ଘରର ନଜର ଦୋଷ ଏବଂ ତନ୍ତ୍ର ମନ୍ତ୍ର ଦୂର କରିବା ସହିତ ଧନର ଆଗମନ କରିଥାଏ। ଶନିବାର ଦିନ ରାତ୍ରୀ ସମୟରେ ଅପରାଜିତା ଫୁଲକୁ ମାଳାଟିଏ କରି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ। ଏହା ଦ୍ୱାରା ଭୁତ ପ୍ରେତର ବାଧା ଦୂର ହୋଇଥାଏ ଏବଂ ଘରର ସମସ୍ତ ପ୍ରକାରର ନାକାରାତ୍ମକତା ଦୂର ହୋଇଥାଏ। ସାକାରାତ୍ମକ ଉର୍ଜାର ପ୍ରବେଶ ହୋଇଥାଏ। ଏହି ମାଳାଟିକୁ ଯଦି ଭଗବାନ ହନୁମାନଙ୍କୁ ସମର୍ପଣ କରି ତାହାକୁ ଆଣି ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତି ତାହେଲେ ଘରର ନଜର ଦୋଷ ଦୂର ହେବା ସହିତ ତନ୍ତ୍ର ଏବଂ ମନ୍ତ୍ରର ପ୍ରଭାବକୁ ମଧ୍ୟ ଦୂର କରିଥାଏ ଏବଂ ଧନର ସମସ୍ତ ପ୍ରକାରର ସମସ୍ୟା ଦୂର କରିଥାଏ।

Google

ଧନ ପ୍ରାପ୍ତିର ଉପାୟ: ଶନିବାର ଦିନ କିମ୍ବା ସୋମବାର ଦିନ ରାତ୍ରୀ ସମୟରେ ଏହି ଅପରାଜିତା ଫୁଲ ୫ ଟି ତୋଳି କୌଣସି ଏକ ନଦୀ କିମ୍ବା ଜଳ ସ୍ରୋତରେ ଭସାଇ ଦିଅନ୍ତୁ। ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ସମୟରେ କାହାରିକୁ ଜଣାଇବେ ନାହିଁ କି କେହି ଦେଖିବେ ନାହିଁ କିମ୍ବା କିଛି କଥା ହେବେ ନାହିଁ। ଏହି ନିୟମ ହେଉଛି ୫ ଟି ଅପରାଜିତା ଫୁଲ ଶନିବାର କିମ୍ବା ସୋମବାର ଦିନ ପାଣିରେ ଭସାଇ ଦିଅନ୍ତୁ ଏବଂ ନିଜର ଇଷ୍ଟ ଦେବା ଦେବୀଙ୍କୁ ପ୍ରାର୍ଥନା କରନ୍ତୁ ତେବେ ସମସ୍ତ ପ୍ରକାରର ଧନର ସମସ୍ୟା ଦୂର ହୋଇଥାଏ ଏବଂ କରଜରୁ ମୁକ୍ତି ମିଳିଥାଏ। ଏହି ଉପାୟଟି ନିୟମିତ ଭାବେ ୫ ସପ୍ତାହ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ। ଏହାର ଲାଭ ଆପଣ ନିଶ୍ଚୟ ପାଇବେ। ଏହା ଦ୍ୱାରା ଖାଲି ଧନର ସମସ୍ୟା ଦୂର ହୋଇନଥାଏ ବରଂ ନୂଆ ନୂଆ କାର୍ଯ୍ୟ କୁଶଳ ଏବଂ ଉନ୍ନତିର ସମସ୍ତ ବାଟ ଦେଖା ଦେଇଥାଏ।

ମନ ପସନ୍ଦର ଚାକିରୀ କରିବା ପାଇଁ: ଯଦି ଆପଣ ମନ ପସନ୍ଦର ଚାକିରୀଟିଏ କରିବା ପାଇଁ ଚାହୁଁଛନ୍ତି ତାହେଲେ ପ୍ରତିଦିନ ମା ଦୁର୍ଗା କିମ୍ବା ମା ପାର୍ବତୀଙ୍କୁ ୧୧ ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ। ତେବେ ଏହି ମନ ବାଞ୍ଛା ନିଶ୍ଚୟ ପୂରଣ ହେବ। ଏହା ନିୟମିତ କରିବା ଉଚିତ ହୋଇଥାଏ। ଯେଉଁ ପର୍ଯ୍ୟନ୍ତ ଆପଣଙ୍କର ମନସ୍କାମନା ପୂରଣ ନ ହୋଇଛି। ଯଦି କୌଣସି କାରଣରୁ ସବୁ ଦିନ ନ କରିପାରନ୍ତି ତାହେଲେ ନବରାତ୍ରୀରେ ୯ ଦିନ ପର୍ଯ୍ୟନ୍ତ ନିଶ୍ଚୟ କରନ୍ତୁ। ମା ଦୁର୍ଗା ନିଶ୍ଚୟ ସହାୟ ହେବେ ଏବଂ ଯଦି ନବରାତ୍ରୀ ସାରିଯାଇଥାଏ ତେବେ ୨୧ ମଙ୍ଗଳବାର ନିଶ୍ଚୟ କରନ୍ତୁ। ଏହା ବହୁତ ଲାଭଦାୟକ ହୋଇଥାଏ।

ଧନର ସମସ୍ୟା ଦୂର କରିବା ପାଇଁ: ଉନ୍ନତି ଏବଂ ଚାକିରୀ ପାଇଁ ଶନିବାର ଦିନ କିଛି ଅପରାଜିତା ଫୁଲକୁ ନେଇ ପ୍ରଭୁ ଶ୍ରୀ ହନୁମାନଙ୍କ ଚରଣରେ ଅର୍ପଣ କରନ୍ତୁ ଏବଂ ସେହି ଫୁଲରୁ ଗୋଟିଏ ଫୁଲ ଆଣି ନିଜ ପାଖରେ କିମ୍ବା ପର୍ସରେ ରଖିବା ଦ୍ୱାରା ଧନର ସମସ୍ୟା ଦୂର ହୋଇଥାଏ। ଏବଂ ମନ ପସନ୍ଦର ଚାକିରୀ ମଧ୍ୟ ମିଳିଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button