ଓଡିଶା

ଆହୁରି ୩ ଦିନ ଗୁଳୁଗୁଳି, ୧୧ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର : ଆହୁରି ୩ ଦିନ ଗୁଳୁଗୁଳି। ଦୁଇ ଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ଯୋଗୁଁ ସଂପୃକ୍ତ ଅଞ୍ଚଳରେ ସ୍ଥିତି ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଦିନ ବେଳା ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତକାଲି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସେହିପରି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଆଦ୍ରତା ପରିମାଣ ପ୍ରାୟ ୬୦-୭୦ ପ୍ରତିଶତ ରହିଛି। ଯାହାକି ଗୁଳୁଗୁଳି କରାଇବା ପାଇଁ ପରିବେଶକୁ ସୁହାଇଛି।

ଏପଟେ ଆଜି ପାଇଁ ସୁନ୍ଦରଗଡ଼, ଦେଓଗଡ, ଝାରସୁଗୁଡା, ସମ୍ବଲପୁର ଓ ବରଗଡକୁ ବାଦ୍ ଦେଇ ଅନ୍ୟ ସବୁ ଜିଲ୍ଳାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସେହିପରି ଆସନ୍ତାକାଲି କେନ୍ଦୁଝର, ମୟୁରଭଞ୍ଜ , ଦକ୍ଷିଣ ଉପକୂଳ,ଏବଂ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ବର୍ଷା ସମ୍ଭାବନା। ସେହିପରି ୧୬ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ, ରାୟଗଡା, ଗଜପତି, କୋରାପୁଟ ଓ ମାଲକାନଗିରି ପାଇଁ ଜାରି କରାଯାଇଛି ସତର୍କ ସୂଚନା । ୧୭ ତାରିଖ ପାଇଁ କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ପାଇଁ ଆଲର୍ଟ ଜାରି ହୋଇଛି । ଗତକାଲି ମୌସୁମୀ ଆଣ୍ଡାମାନ ଛୁଇଁଥିବାବେଳେ ଆସନ୍ତା ୨୭ ତାରିଖ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button