ଜୀବନଶୈଳୀ

ଭିନ୍ନକ୍ଷମ ହୋଇ ମଧ୍ୟ ଏମାନେ ହାର ମାନି ନାହାନ୍ତି, ନିଜ କଳାରେ ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ

ଭିନ୍ନକ୍ଷମ ହେଲେ ବି ସକ୍ଷମ । ନିଜେ ବଞ୍ଚିବା ସହିତ ଅନ୍ୟ ଭିନ୍ନକ୍ଷମମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ଉତ୍ସ । ଆଖିକୁ ଦେଖାଯାଉନି  । କିନ୍ତୁ ନିଜ ସ୍ବରରେ ସମସ୍ତଙ୍କ ମନ କିଣି ନେଉଛନ୍ତି । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ କଲେଜଛକ ନିକଟରେ ।  ବରଗଡ଼ରୁ କିଛି ଯୁବକ ଆସି ଭଜନ ପରିବେଷଣ କରୁଥିଲେ । ଯାହାର ବିଶେଷତ୍ୱ ଥିଲା ଭଜନ ସମାରୋହ କରୁଥିବା ସମସ୍ତ କଳାକାର ହେଉଛନ୍ତି ଦୃଷ୍ଟିହୀନ। କାହାକୁ ବାଧ୍ୟକରି ମାଗୁନଥିଲେ, ଯିଏ ଯାହା ଦେଲା ସେଥିରେ ଖୁସିରେ ଭଜନ ପରିବେଷଣ କରି ଚାଲୁଥିଲେ । ଯିବା ଆସିବା ଆସିବା ଲୋକ ଟିକିଏ ଅଟକି ଯାଇ ଭଜନ ଶୁଣୁଥିଲେ । ଆଉ ଯାହାର ଇଛା ହେଲା ଦାନବାକ୍ସରେ ଦାନ କରୁଥିଲେ ।

ଦୃଷ୍ଟିହୀନଙ୍କ କହିବା କଥା ହେଲା ଏମାନେ ବରଗଡ଼ର ରେଳଷ୍ଟେସନ ପାଖରେ ପ୍ରାୟ ୪୦ ରୁ ୫୦ ଜଣ ରୁହନ୍ତି । ସମସ୍ତେ ଦୃଷ୍ଟିହୀନ ଆଉ ଭିନ୍ନକ୍ଷମ । କିନ୍ତୁ କାହା ପାଖରେ ଏମାନେ ହାତପତାଇ ମାଗନ୍ତିନି । ତାଙ୍କ ପାଖରେ ଥିବା କଳା ପ୍ରଦର୍ଶନ କରିବା ପାଇଁ କରିଛନ୍ତି ଦାରୁବ୍ରହ୍ମ ଦିବ୍ୟାଙ୍ଗ ଭଜନ ସମାରୋହ । ରାଜ୍ୟର ବିଭିନ୍ନ ସ୍ଥାନରେ ଭଜନ ସମାରୋହ କରି ଯାହା ଉପାର୍ଜନ ହୁଏ ସେଥିରେ ସେମାନେ ଚଳିବା ସହିତ ଅନ୍ୟ ଦିବ୍ୟାଙ୍ଗ ମାନଙ୍କ ଚଳିବା ପାଇଁ ବ୍ୟବସ୍ଥା କରିଥାନ୍ତି । ଯାହାର ପ୍ରଶଂସା କରିଛନ୍ତି ବୁଦ୍ଧିଜୀବୀ।

ଭିନ୍ନକ୍ଷମ ହୋଇ ମଧ୍ୟ ଏମାନେ ହାର ମାନି ନାହାନ୍ତି । ନିଜେ ଶିଖିଥିବା କଳା ମାଧ୍ୟମରେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ପାରୁଛନ୍ତି । କଳାରେ ନିଜ ପେଟ ପୋଷିବାକୁ ସମର୍ଥ ଏମାନେ । ଏମାନଙ୍କ ଏହି ଆତ୍ମବିଶ୍ବାସ ସତରେ ପ୍ରଶଂସନୀୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button