ବିଚାର

ନଭେମ୍ବର ୧୦ ଧନତେରସରେ ଏହି ସ୍ଥାନରେ ରଖି ଦିଅନ୍ତୁ ଏକ ମୁଠା ଧଣିଆ । ଅଭାବ ହେବନି ଧନ ।

ଚଳିତ ବର୍ଷ ନଭେମ୍ବର ୧୦ ରେ ଧନତେରସ ପର୍ବ ପାଳିତ ହେବାକୁ ଯାଉଛି । ତେଣୁ ଏହିଦିନ ଯଦି ଆପଣ ଅଳ୍ପ ସମୟ ବାହାର କରି ଏକ ମୁଠା ଧଣିଆ ନେଇ ଏକ ଛୋଟ ଉପାୟ କରି ଦିଅନ୍ତି ତେବେ ଆପଣଙ୍କର ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ଦୂର ହୋଇଯିବ । ଧନତେରସ ଦିନ ମାତା ଲକ୍ଷ୍ମୀ ସ୍ୱୟଂ ପୃଥିବୀରେ ସାକ୍ଷାତ ଉପସ୍ଥିତ ରହନ୍ତି ତେଣୁ ଏହିଦିନ ଲୋକେ ଧଣିଆ ଆଣି ତାହାକୁ ବିଧି ବିଧାନର ସହିତ ପୂଜା କରି ଘରେ ଧନ ରଖା ଯାଉଥିବା ସ୍ଥାନରେ ରଖି ଦିଅନ୍ତି । ଧଣିଆ ସହିତ ମାତା ଲକ୍ଷ୍ମୀଙ୍କର ଖାସ ସଂଯୋଗ ରହିଛି । ତେଣୁ ଏହିଦିନ ଧଣିଆ ସହିତ ଜଡ଼ିତ ଉପାୟ କଲେ ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବା ସହିତ ଜୀବନରେ ସବୁ ପ୍ରକାରର ସଫଳତା ପ୍ରାପ୍ତ ହୋଇଥାଏ ।

୧ . ଯଦି ଆପଣଙ୍କ ପାଖରେ କୌଣସି ଉପାୟରେ ଧନ ସଞ୍ଚିତ ହୋଇ ପାରୁନାହିଁ , କିମ୍ବା କୌଣସି ଉପାୟରେ ଖର୍ଚ୍ଚ ହୋଇ ଯାଉଛି କିମ୍ବା କରଜ ଜନିତ ସମସ୍ୟା ରହିଛି ତେବେ ଏକ ମୁଠା ଧଣିଆ ଧନତେରସ ଦିନ ନେଇ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ଶୁଦ୍ଧ ଘିଅ ଦୀପ ଜାଳି ଦିଅନ୍ତୁ ଏବଂ ଏକ ନାଲି କପଡ଼ା ନେଇ ତାହାକୁ ବିଛାଇ ଧଣିଆ ରଖି ଏକ ପୁଟୁଳି ବନାଇ ଦିଅନ୍ତୁ । ଏହାପରେ ମାତା ଲକ୍ଷ୍ମୀଙ୍କ ବୀଜ ମନ୍ତ୍ର ” ଓଁ ମହାଲକ୍ଷ୍ମୈ ନମଃ ” ୧୦୮ ଥର ଜପ କରି ସେହି ଧଣିଆ ପୁଟୁଳିକି ନେଇ ଘରର ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ଘରେ ଧନ ଜନିତ ସମସ୍ୟା ରହିବ ନାହିଁ ଏବଂ କରଜ ସମସ୍ୟା ମଧ୍ୟ ଦୂର ହୋଇଯିବ ।

୨ . ଯେଉଁ ବ୍ୟକ୍ତିର ଶୁକ୍ର ମଜବୁତ ଥାଏ ସେହି ବ୍ୟକ୍ତିର କେବେ କିଛି ଅଭାବ ରହେ ନାହିଁ ଏବଂ ତାକୁ କେବେବି ଧନ ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼େ ନାହିଁ । ଶୁକ୍ର ଗ୍ରହର ନିୟନ୍ତ୍ରଣ ମାତା ଲକ୍ଷ୍ମୀଙ୍କ ହାତରେ ଥାଏ । ତେଣୁ ଧନତେରସ ଦିନ ଏକ ଉପାୟ ଅନୁଯାୟୀ ସକାଳୁ ସ୍ନାନ ପରେ ଏକ ନାଲି କପଡ଼ାରେ ଏକ ମୁଠା ଧଣିଆ ରଖି ଘର ପାଖ ଲକ୍ଷ୍ମୀ ମନ୍ଦିର ଯାଇ ସେଠାରେ ଘିଅ ଦୀପ ଜାଳି ଧଣିଆ ପୁଟୁଳିକୁ ମାତାଙ୍କ ଡାହାଣ ପାଦରେ ସ୍ପର୍ଶ କରାଇ ଘରକୁ ନେଇ ଆସନ୍ତୁ ଏବଂ ଘରେ ଧନ ରଖା ଯାଉଥିବା ସ୍ଥାନରେ କିମ୍ବା ଠାକୁର ଘରେ ରଖି ଦିଅନ୍ତୁ । ଏହିଦିନ ଏହି ଉପାୟ କଲେ ଧଣିଆ ସିଦ୍ଧ ହୋଇଯାଏ । ଏହାଦ୍ବାରା ପ୍ରତ୍ୟେକ ଧଣିଆରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଏହି ଉପାୟ ଦ୍ୱାରା ଶୁକ୍ର ଗ୍ରହ ମଜବୁତ ହୋଇଥାନ୍ତି । ଏହାଦ୍ବାରା ଧନ ଲାଭ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ ।

୩ . ଯଦି ଆପଣ ଜୀବନରେ ଅମାପ ଧନ ପ୍ରାପ୍ତି କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଧନତେରସ ଦିନ ରାତିରେ ସ୍ନାନ କରି ଠାକୁର ଘରେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ଏକ ଆସନ ବିଛାଇ ବସି ଯାଆନ୍ତୁ ଏବଂ ସାମ୍ନାରେ ଏକ ନାଲି କପଡ଼ା ବିଛାଇ ଏକ ମୁଠା ଧଣିଆ , ତିନୋଟି ଲବଙ୍ଗ ଏବଂ ଗୋଟିଏ କୋଏନ ରଖି ପୁଟୁଳି ବନାଇ ଦିଅନ୍ତୁ । ଏହାକୁ ଧରି ୧୧ ଥର ମାତା ଲକ୍ଷ୍ମୀଙ୍କ ବିଜ ମନ୍ତ୍ର ଜପ କରନ୍ତୁ । ଏହାକୁ ନେଇ ଆଲମାରୀ କିମ୍ବା ଧନ ରଖାଯାଉଥିବା ସ୍ଥାନରେ କିମ୍ବା ବ୍ୟାପାର ସ୍ଥାନରେ ରଖି ଦିଅନ୍ତୁ । ଏହି ଉପାୟ କରିବା ପରେ ଆପଣଙ୍କ ଜୀବନରେ ଡାହାଣ ବଢ଼ିବା ଆରମ୍ଭ ହୋଇଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button