ବିଚାର

ଏହି ଆଙ୍ଗୁଠିରେ ପିନ୍ଧନ୍ତୁ ରୂପା ମୁଦି। ଭାଗ୍ୟ ଉଠିବ ଚମକି…

ରୁପା ମୁଦି ପ୍ରାୟତଃ ସମସ୍ତ ବ୍ୟକ୍ତି ବିଶେଷ ଧାରଣ କରନ୍ତି। ଆଉ କେତେକ ଲୋକଙ୍କ ମନରେ ଏହା ମଧ୍ୟ ଆସିଥାଏ ଯେ ରୂପା ତାଙ୍କ ପାଇଁ ଉପଯୁକ୍ତ ନୁହେ। ତେବେ ରୂପା ମୁଦି ପିନ୍ଧିବା ଦ୍ଵାରା କଣ ଶୁଭ ହୋଇଥାଏ? କେଉଁ ଆଙ୍ଗୁଠିରେ ଏହା ଧାରଣ କରିବା ଅଧିକ ସୁଭଦାୟକ ଆସନ୍ତୁ ଆମେ ଜାଣିବା।

ରୂପା କୁ ଚନ୍ଦ୍ର, ଶୁକ୍ର ଏବଂ ବୃହସ୍ପତି ଏହି ତିନୋଟି ଗ୍ରହର ଧାତୁ ବୋଲି ବିବେଚନା କରାଯାଏ। ରୂପା ରେ ତିଆରି ଯେକୌଣସି ଜିନିଷ ଧାରଣ କରିବା ଦ୍ଵାରା ଏହି ତିନି ଗ୍ରହ ଆପଣଙ୍କ ଉପରେ କୃପା କରନ୍ତି।

ରୂପା ଶରୀରରେ ଧାରଣ କରିବା ଦ୍ଵାରା ଚନ୍ଦ୍ରଙ୍କ ପ୍ରଭାବରେ ଆମ ମନ ଶାନ୍ତ ଏବଂ ସ୍ଥିର ରହିଥାଏ।

ଯଦି ବିସି ଆଙ୍ଗୁଠି କିମ୍ବା ଅନାମିକା ଆଙ୍ଗୁଠିରେ ରୁପା ମୁଦି ଧାରଣ କରନ୍ତି, ତେବେ ଶୁକ୍ରଙ୍କ ପ୍ରଭାବରେ ଜୀବନରେ ଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥାଏ। ଏବଂ ଆପଣଙ୍କ ବୁଦ୍ଧି ବିବେକ ବଢିଥାଏ।

ରୂପା ଧାରଣ କରିବା ଦ୍ଵାରା ଶରୀରରେ ହରମୋନ ବଲାନ୍ସ ହୋଇଥାଏ। ଫଳରେ ହରମୋନ ଜନିତ ରୋଗରୁ ମୁକ୍ତି ମିଳିଥାଏ।

ରୂପା ସମସ୍ତଙ୍କ ପାଇଁ ଦୁର୍ଲଭ ଅଟେ। ରୂପା କୁ ସମସ୍ତ ମନୁଷ୍ୟ ଧାରଣ କରିପାରିବେ। ବିଶେଷତଃ ବୃଷ ରାଶି, କର୍କଟ ରାଶି, ବିଛା ରାଶି, ଧନୁ ରାଶି ଏବଂ ମୀନ ରାଶିର ବ୍ୟକ୍ତି ବିଶେଷମାନେ ରୂପା ଧାରଣ କରିବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button