ଜୀବନଶୈଳୀ

ଶୋଇବା ଆଗରୁ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ… ନଚେତ ହୋଇପାରେ ଏହି କ୍ଷତି

ପ୍ରାୟତଃ ଲୋକ ଶୋଇବା ଆଗରୁ କିଛି ଖାଇବା ପସନ୍ଦ କରନ୍ତି, କେତେ ଥର ଆମେ ଏମିତିକା ଭୁଲ କରିଥାଉ ଯାହା ଆମ ନିଦକୁ ଖରାପ କରିଥାଏ ଏବଂ ଆମକୁ ସମସ୍ୟା କରିଥାଏ । ଭଲ ନିଦ କାହାକୁ ଦରକାର ନାହିଁ ଏହା ଏମିତିକା ଜିନିଷ ଯାହା ସମସ୍ତଙ୍କୁ ଦରକାର ଅଟେ, ଦିନ ସାରା କାମ ପରେ ଥକା ଦେହ ଏବଂ ମନ ପାଇଁ ଗୋଟେ ଗଭୀର ନିଦ ଅତ୍ୟନ୍ତ ଆବଶ୍ୟକ ହୋଇଥାଏ, ଆମ ସମସ୍ତଙ୍କୁ ଅତି କମରୁ ୮ ଘଣ୍ଟା ଶୋଇବା ଉଚିତ । ପ୍ରାୟତଃ ଲୋକଙ୍କ ଏହା ଅଭିଯୋଗ ଥାଏ ଯେ ତାଙ୍କୁ ନିଦ ଆସେ ନାହିଁ, କିଛି ଲୋକ ଏହା ପାଇଁ ନିଦ ବଟିକା ମଧ୍ୟ ସେବନ କରନ୍ତି, କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକେଇ ପାରେ ।

Image Courtesy: Google

ତେବେ ନିଦ ନ ଲାଗିବା ବା କମ ହବା ଏକ ସମସ୍ଯା ଅଟେ କିନ୍ତୁ ଏହା ପାଇଁ ବଟିକା ଖାଇ ନିଜ ସ୍ୱାସ୍ଥ୍ୟ ଖରାପ କରିବା ଉଚିତ ନୁହ, କିନ୍ତୁ ନିଦ ଲାଗିବା ପାଇଁ ଉପାୟ ଖୋଜନ୍ତୁ ବଟିକା ନୁହ, କେତେ ଥର ନିଦ କୌଣସି ସମସ୍ଯା କାରଣ ପାଇଁ ପ୍ରଭାବିତ ହୋଇଥାଏ, ଏହା ପଛରେ କାରଣ ହୋଇଥାଏ ଆପଣଙ୍କ ନିଜ ଭୁଲ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କହିବାକୁ ଯାଉଛୁ ଯାହା ଆପଣଙ୍କୁ ଶୋଇବା ଆଗରୁ ଖାଇବା ଉଚିତ ନୁହଁ ।

Image Courtesy: Google

ଶୋଇବା ଆଗରୁ ଗ୍ରୀନ ଟି ପିଅନ୍ତୁ ନାହିଁ :

ଯଦି ଆପଣ ଗ୍ରୀନ ଟି ପିବା ପସନ୍ଦ କରନ୍ତି ତେବେ ଏହା ଭଲ କଥା କିନ୍ତୁ ଏହାକୁ ପିବା ସଠିକ ସମୟ ଜାଣିବା ଅତି ଆବଶ୍ୟକ ଅଟେ, ରାତିରେ ଶୋଇବା ଆଗରୁ ଗ୍ରୀନ ଟି ସେବନ କରିବା ଉଚିତ ନୁହ, ଗ୍ରୀନ ଟି ରେ ଥିବା କେଫିନ ଆପଣଙ୍କ ନିଦ ହଜେଇ ଥାଏ ।

ଶୋଇବା ଆଗରୁ ଚିକେନ ଖାନ୍ତୁ ନାହିଁ :

Image Courtesy: Google

ଶୋଇବା ଆଗରୁ ଚିକେନ ବା ପ୍ରୋଟିନ ଯୁକ୍ତ ଖାଦ୍ଯ ଖାଇବାରୁ ବଞ୍ଚିବା ଉଚିତ, ଆମକୁ ଏହା ଜାଣିବା ଉଚିତ ଯେ ଶୋଇଲା ବେଳେ ଆମ ପାଚନ କ୍ରିୟା ୫୦% କମ ହୋଇଯାଇଥାଏ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ପଚେଇବା ପାଇଁ ଆମ ଶରୀରକୁ ସମୟ ଲାଗିଥାଏ ଯାହା ଆମ ନିଦରେ ବଡ ବାଧା ହୋଇଥାଏ ।

ଶୋଇବା ଆଗରୁ ମିଠା ଖାନ୍ତୁ ନାହିଁ :

Image Courtesy: Google

ଶୋଇବା ଆଗରୁ ଯଦି ଆପଣ ମିଠା ଜିନିଷ ଖାନ୍ତି ତେବେ ଆପଣଙ୍କୁ ନିଦ ଆସିବ ନାହିଁ, ମିଠା ରେ ବହୁତ କେଲୋରି ହୋଇଥାଏ ଏବଂ ଏହା ସହ ଫ୍ୟାଟ ମଧ୍ୟ ଥାଏ, ମିଠା କିଛି ସମୟରେ ଆପଣଙ୍କ ରକ୍ତରେ ଇନସୁଲିନ ମାତ୍ରା ବଢେଇଥାଏ ।

ଶୋଇବା ଆଗରୁ ୱାଇନ ପିଅନ୍ତୁ ନାହିଁ :

ହେଇ ପାରେ ବହୁତ ଥର ଆପଣ ଶୋଇବା ଆଗରୁ ୱାଇନ ପିଉଥିବେ, ହେଇ ପାରେ ଏହା ଦ୍ଵାରା ଆପଣଙ୍କୁ ନିଦ ମଧ୍ୟ ଭଲ ଆସିଥାଏ କିନ୍ତୁ ଏହା ଉଚିତ ନୁହ, ହେଇ ପାରେ ଏହା ଦ୍ଵାରା ଆପଣଙ୍କୁ ମୁଣ୍ଡବିନ୍ଧା ଏବଂ ଅନ୍ୟ ଅସୁବିଧା ଅନୁଭବ ହୁଏ ସେଥିପାଇଁ ଶୋଇବା ଆଗରୁ ୱାଇନ ପିଆନ୍ତୁ ନାହିଁ ।

Image Courtesy: Google

ଶୋଇବା ଆଗରୁ ମଶାଲା ଖାଦ୍ୟ ଖାନ୍ତୁ ନାହିଁ :

ମସଲା ଖାଦ୍ୟ ଆପଣଙ୍କ ଶରୀର ତାପମାତ୍ରା ବଢେଇଥାଏ ଯାହା ଦ୍ଵାରା ଆପଣଙ୍କୁ ଅସୁବିଧା ଅନୁଭବ ହୋଇଥାଏ, ରାତିରେ ଯଦି ଆପଣ ମସଲା ଖାଦ୍ୟ ଖାଇ ନିଅନ୍ତି ତେବେ ଆପଣଙ୍କ ପେଟରେ ପୋଡା ଜଳା ଅନୁଭବ ହୋଇଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button