ଦେଶ ବିଦେଶ

ଶସ୍ତା ସେଲ ଲାଗିବା ପରେ ୪୮ ଘଣ୍ଟାରେ ବିକ୍ରି ହେଲା ୭୧,୦୦୦ କିଲୋ ଟମାଟୋ – Utkal Mail


ନୂଆଦିଲ୍ଲୀ: ଟମାଟୋ ଦର ଆକାଶଛୁଆଁ ହୋଇଥିବା ବେଳେ ଏଇ କିଛିମାସ ହେଲାଣି ଲୋକଙ୍କ ରୋଷେଇ ଘରୁ ଏହା ଉଭେଇ ଯାଇଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଟମାଟୋ ଦର ଭିନ୍ନଭିନ୍ନ ରହିଥିବା ବେଳେ କିଛି ସ୍ଥାନରେ ଏହାର ଦର କିଲୋପ୍ରତି ୩୦୦ଟଙ୍କାରୁ ଅଧିକ ରହିଛି।

ଏହି କ୍ରମରେ ସରକ‌ାର ଦିଲ୍ଲୀ-ଏନସିଆ ବାସିନ୍ଦାଙ୍କୁ ଶସ୍ତାରେ ଟମାଟୋ କିଣିବା ପାଇଁ ସୁବିଧା ଉପଲବ୍ଧ କରାଇ ଦେଇଛନ୍ତି। ସରକାରଙ୍କ ଏହି ଘୋଷଣା ପରେ ୪୮ଘଣ୍ଟାରେ ୭୧,୦୦୦ କିଲୋଗ୍ରାମ ଟମାଟୋ ବିକ୍ରି ହୋଇଯାଇଛି ବୋଲି ଭାରତୀୟ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ(ଏନସିସିଏଫ) ଦ୍ବାରା ଜାରି କରାଯାଇଥିବା ରିପୋର୍ଟରୁ ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ମୁ୍ତାବକ,  ରବିବାର ରାଜଧାନୀ ଦିଲ୍ଲୀରେ ଲାଗ‌ିଥିବ‌ା ଶସ୍ତା ଟମାଟୋ ସେଲରେ ୭୧,୦୦୦ କିଲୋଗ୍ରାମ ଟମାଟୋ ବିକ୍ରି ହୋଇଥିଲା। ଟମାଟୋ ଶସ୍ତା ସେଲ ଦିଲ୍ଲୀର ସିଲମପୁର ଓ ଆରକେ ପୁରମ ଭଳି ୭୦ଟି ଭିନ୍ନଭିନ୍ନ ସ୍ଥାନରେ ଆୟୋଜନ କରାଯାଇଥିଲା।

ଟମାଟୋର ଅଧିକାଂଶ ବିକ୍ରି ଅଗଷ୍ଟ ୧୨ ତାରିଖ‌ରେ ହୋଇଥିବା ସୂଚନା ମିଳିଛି। ଗୋଟିଏ ଦିନରେ ୩୫,୦୦୦ କିଲୋଗ୍ରାମ ଟମାଟୋ ବିକ୍ରି ହୋଇଥିଲା। ଟମାଟୋ ଦର ଅକାଶ ଛୁଆଁ ‌ରହିଥିବା ବେଳେ ଲୋକେ ଏହି ସେଲ ଆଧାରରେ ପ୍ରତି କିଲୋଗ୍ରାମା ଟମାଟୋକୁ ୭୦ଟଙ୍କାରେ କିଣି ଖୁସି ହୋଇଯାଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button