କ୍ରାଇମ

ଯୁବ ଡାକ୍ତରଙ୍କ ମୃତଦେହ ଉଦ୍ଧାର, ଅନ୍ ଲାଇନ୍ ଗେମ୍ ଖେଳି ହାରିଯିବା କୁନେଇ ଜୀବନ ହାରିଥିବା ସନ୍ଦେହ

ଗୋପ : ଯୁବ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରଯାଇଛି ।  ଲକ୍ଷାଧିକ ଟଙ୍କା ଅନ୍ ଲାଇନ୍ ଗେମ୍ ଖେଳି ହାରିଯିବା କୁନେଇ ଜୀବନ ହାରିଥିବା ସନ୍ଦେହ କରାଯାଇଛି ।  ମୃତ ଯୁବ ଡାକ୍ତର ଜଣକ କୋଣାର୍କ ଏନଏସି-୧୧ନଂ ୱାର୍ଡ ନଳକଣ ଗାଁରେ ବସବାସ କରୁଥିଲେ । ତାଙ୍କ ନାମ ଆକାଶ ଛାଟୋଇ ବୋଲି ଜଣା ପଡିଛି ।  ପୁରୀର ପେଣ୍ଠକଟା ଅଞ୍ଚଳରେ ମାମୁଁ ଘରେ ବେଡ଼ସିଟ ଦ୍ୱାରା ସେ ଜୀବନ ହାରିଥିବା ସୁଚନା ମିଳିଛି । ବହୁ ସମୟ ଧରି କବାଟ ନଖୋଲିବାରୁ ପଡୋଶୀଙ୍କ ସାହାଯ୍ୟରେ କବାଟ ଭାଙ୍ଗିଥିଲେ। ହେଲେ ଘର ଭିତରେ ଆକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଆକାଶଙ୍କ ବାପା ରାଜକିଶୋର ଛାଟୋଇ ପେଣ୍ଠକଟା ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ ଗତ ଦୁଇ ଦିନ ପୂର୍ବରୁ ହୋଲିରେ ରାଜଧାନୀରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଭଡା ଘର ଭିତରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଏହି ଅଭାବନୀୟ ଘଟଣା ଘଟିଥିଲା । ମୃତକ ହେଲେ ୩୦ ବର୍ଷୀୟ କୁମାର ଜିତେନ ଓ ଜଣେ ମହିଳା । ଜିତେନ ପେଶାରେ ଜଣେ ଡ୍ରାଇଭର ଥିବା ବେଳେ ମହିଳା ଜଣଙ୍କ ନର୍ସ ଭାବେ କାମ କରୁଥିବା ଜଣା ପଡିଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button