ସ୍ୱାସ୍ଥ୍ୟ

ସେଓ ଦୂର କରେ ବିଭିନ୍ନ ରୋଗ

ସେଓ ଖାଇବାକୁ କିଏ ବା ଭଲ ନ ପାଏ। ଛୋଟ ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକେ ଫଳ ଖାଇବାକୁ ପସନ୍ଦ କରିଥାନ୍ତି। କିଏ ଜୁସ କରି ପିଇବାକୁ ଭଲ ପାଏତ ଆଉ କିଏ ସେମିତି ଖାଇବାକୁ ଭଲପାଇଥାଏ। ଖାସ କରି ଦେହ ଅସୁସ୍ଥ ହେଲେ ସେଓକୁ ଜୁସ କରି ପିଇବାକୁ ଭଲ ଲାଗିଥାଏ। ଏହାସହ ଶରୀରରୁ ବିଭିନ୍ନ ପ୍ରକାରର ରୋଗ ଦୂର ହୋଇଥାଏ।ତେବେ ସବୁଦିନ ସେଓ କିମ୍ୱା ସେଓ ଜୁସ ପିଉଥିବା ଲୋକେ ସୁସ୍ଥ ରହିଥାନ୍ତି। ନିୟମିତ ସେଓ ଜୁସ ପିଇବା ଦ୍ୱାରା ଧମନୀରୁ ହାର୍ଟ ଯାଏ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ। ଏହାସହ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ କରିବାରେ ସାହାର୍ଯ୍ୟ କରିଥାଏ। ସେପଟେ ଆସ୍ଥମାରୁ ରକ୍ଷା କରିବା ସହ କ୍ୟାନସର ଭଳି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ। ହାଡ ଶକ୍ତିବାରେ ମଧ୍ୟ ସହାୟକ ହୋଇଥାଏ ଏବଂ ଆଖି ପାଇଁ ଏହା ବେଶ ଉପକାରୀ ବୋଲି ଜଣାପଡିଛି। ତେଣୁ ଏହାକୁ ସମସ୍ତେ ଗ୍ରହଣ କରିବାର ଆବଶ୍ୟକତା ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button