ସ୍ୱାସ୍ଥ୍ୟ
ଉଚ୍ଚ କୋଲେଷ୍ଟ୍ରଲ ସ୍ୱାସ୍ଥ୍ୟ ପାଇଁ ହାନିକାରକ, କିପରି ନିୟନ୍ତ୍ରଣରେ ରଖିବେ ଜାଣନ୍ତୁ

ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ। ସେହିପରି କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇଲେ ମଧ୍ୟ ନାନା ରୋଗ ମାଡିବସେ। ତେଣୁ ସୁସ୍ଥ ରହିବା ପାଇଁ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଜରୁରୀ। ଭିଟାମିନ B-12 ହେଉଛି ଏପରି ପୁଷ୍ଟିକର ଖାଦ୍ୟ, ଯାହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବା ସହ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। କେଉଁ ସବୁ ଖାଦ୍ୟରୁ ଭିଟାମିନ B-12 ପାଇପାରିବେ, ଜାଣନ୍ତୁ…
ପାଳଙ୍ଗ
ପାଳଙ୍ଗ ଶାଗ କେବଳ ଯେ ଆଇରନର ଉତ୍ତମ ଉତ୍ସ ତାହା ନୁହେଁ, ଏଥିରେ ଭିଟାମିନ୍ B12 ମଧ୍ୟ ଭରପୂର ଥାଏ। ନିୟମିତ ପାଳଙ୍ଗ ଶାଗ ଖାଇବା ଫଳରେ ଉଚ୍ଚ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରାଯାଇ ପାରିବ ଏବଂ ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆସିପାରିବ।
ବ୍ରୋକଲି
ବ୍ରୋକଲି ମଧ୍ୟ ଭିଟାମିନ B12ର ଏକ ଉତ୍ତମ ଉତ୍ସ। ଖାଦ୍ୟରେ ବ୍ରୋକଲି ଅନ୍ତର୍ଭୂକ୍ତ କରି ଉଚ୍ଚ କୋଲେଷ୍ଟ୍ରଲ ନିୟନ୍ତ୍ରଣ ଏବଂ ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିପାରିବେ।