ଜୀବନଶୈଳୀ

୧୯ ଦିନରେ ସୀମାରେ ପ୍ରଥମ ଶାନ୍ତ ରାତି: ଶାନ୍ତିରେ ଶୋଇଲେ ସ୍ଥାନୀୟ ବାସିନ୍ଦା

ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଭାରତ ଏବଂ ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହେବା ପରେ, ରବିବାର ଏବଂ ସୋମବାର ମଧ୍ୟବର୍ତ୍ତୀ ରାତି ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ପାର୍ଶ୍ୱରେ ଥିବା ଅନ୍ୟାନ୍ୟ ଅଞ୍ଚଳରେ ପ୍ରାୟତଃ ଶାନ୍ତିପୂର୍ଣ୍ଣ ପରିବେଶ ଦେଖିବ‌ାକୁ ମିଳିଛି। ଗତ ୧୯ ଦିନ ମଧ୍ୟରେ ପ୍ରଥମ ରାତିରେ ସୀମାରେ କୌଣସି ଗୁଳିଚାଳନା ଦେଖିବାକୁ ମିଳିନାହିଁ।

ଏପ୍ରିଲ ୨୨ ତାରିଖ‌ରେ ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ପାକିସ୍ତାନ ଆତଙ୍କବାଦୀମାନେ ଆକ୍ରମଣ କରି ୨୬ ଜଣ ଭାରତୀୟଙ୍କ ଜୀବନ ନେବା ପରେ ସୀମାରେ ଅଶାନ୍ତ ଦେଖା ଯାଇଥିଲା। ସ୍ଥାନୀୟ ଲୋକ ଭୟରେ ଶୋଇ ପାରୁନଥିଲେ। ହେଲେ କାଲି ଥିଲା ସେ ପ୍ରଥମ ରାତି, ଯେଉଁ ରାତିରେ ଲୋକ ଶାନ୍ତି ଆଖି ବୁଜି ‌ଶୋଇଥିଲେ।

୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ ସୀମାରେ ପ୍ରଥମ ସମ୍ପୂର୍ଣ୍ଣ ଶାନ୍ତ ରାତି ଥିଲା। ୨୩ ଏପ୍ରିଲରୁ ୬ ମେ ପର୍ଯ୍ୟନ୍ତ, ନିୟନ୍ତ୍ରଣ ରେଖା ପାର୍ଶ୍ୱରେ ଥିବା ବିଭିନ୍ନ ସେକ୍ଟରରେ ଛୋଟ ଅସ୍ତ୍ର ଗୁଳିବର୍ଷା ଘଟଣା ରିପୋର୍ଟ କରାଯାଇଥିଲା, ଯାହା ୭ ମେ ରୁ ୧୧ ମଧ୍ୟରେ ପ୍ରବଳ ତୋପ ମାଡ଼ ଏବଂ ଆକାଶ ମାର୍ଗରେ ଆକ୍ରମଣ ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ମାତ୍ର ମେ ୧୧ ତାରିଖ ରାତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଥିଲା। ଅସ୍ତ୍ରବିରତି ଲାଗି ହେବା ପରେ ଆଉ ଶୁଭିନଥିଲା ଗୁଳି ଶବ୍ଦ।

ତେବେ ସେବେଠାରୁ ସାଇରନ୍ ଶବ୍ଦ ଓ ବ୍ଲାକ୍ ଆଉଟ୍ ଘୋଷଣା ହୋଇ ନ ଥିଲେ ହେଁ ସ୍ଥାନୀୟ ବାସିନ୍ଦା ସ୍ୱେଚ୍ଛାକୃତ ଭାବେ ରାତିସାରା ଲାଇଟ୍ ବନ୍ଦ ରଖିଥିଲେ। କାଶ୍ମୀରରେ ମଧ୍ୟ ତିନି ରାତି ଅନିଦ୍ରା ରହିବା ପରେ ସୁରକ୍ଷିତ ସ୍ଥାନକୁ ପଳାଇଥିବା ସୀମାନ୍ତ ଗ୍ରାମଗୁଡ଼ିକର ବାସିନ୍ଦାମାନେ ରବିବାର ସକାଳେ ଘରକୁ ଫେରିଛନ୍ତି। ଲୋକଙ୍କ ମଧ୍ୟରେ ଭୟ ଓ ଦ୍ବନ୍ଦ୍ବ ଲାଗି ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button