ଦେଶ ବିଦେଶ

୨୩ବର୍ଷ ପରେ ମଣିପୁରରେ ହେଲା ହିନ୍ଦୀ ଫିଲ୍ମର ସ୍କ୍ରିନିଂ – Utkal Mail


ଇମ୍ଫାଲ: ପ୍ରାୟ ୨୩ବର୍ଷ ପରେ ମଣିପୁରରେ ଏକ ହିନ୍ଦୀ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଆଦିବାସୀ ସଂଗଠନ ହମାର ଷ୍ଟୁଡେଣ୍ଟସ୍ ଆସୋସିଏସନ୍, ଚୁରାଚାନ୍ଦପୁରର ଏକ ଅସ୍ଥାୟୀ ଖୋଲା ଥିଏଟରରେ ବଲିଉଡ ଚଳଚ୍ଚିତ୍ର ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’ର ସ୍କ୍ରିନିଂ ଆୟୋଜନ କରିଛି।

ସୂଚନା ମୁତାବକ, ୨୦୦୦ମସିହାରେ, ରିଭଲ୍ୟୁସନରୀ ପିପୁଲ୍ସ ଫ୍ରଣ୍ଟ ମଣିପୁରରେ ହିନ୍ଦୀ ଚଳଚ୍ଚିତ୍ରର ସ୍କ୍ରିନିଂ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଶାହାରୁଖ ଖାନ ଏବଂ କାଜୋଲଙ୍କ ଫିଲ୍ମ ‘କୁଛ କୁଛ ହୋତା ହେ’ ଶେଷଥର ପାଇଁ ୧୯୯୮ରେ ରାଜ୍ୟରେ ପ୍ରଦର୍ଶିତ ହୋଇଥିଲା। ହେଲେ ୨୩ବର୍ଷ ପରେ ସ୍ୱାଧୀନତା ଦିବସ ଅବସରରେ ‘ଉରି: ଦି ସର୍ଜିକାଲ ଷ୍ଟ୍ରାଇକ’ ଦେଖିଥିଲେ ଚୁରାଚାନ୍ଦପୁରବାସୀ। ତେବେ ମୈତଇ ଆତଙ୍କବାଦୀ ସଂଗଠନର ରାଜନୈତିକ ଶାଖା ହେଉଛି ରିଭଲ୍ୟୁସନରୀ ପିପୁଲ୍ସ ଫ୍ରଣ୍ଟ ।

ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମର ମୁଖପାତ୍ର କହିଛନ୍ତି ଯେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମଣିପୁରରେ ଗୋଟିଏ ବି ଫିଲ୍ମ ପ୍ରଦର୍ଶିତ ହୋଇନଥିଲା। କାରଣ ମୈତଇ ଲୋକମାନେ ହିନ୍ଦୀ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେମାନଙ୍କ ଅନୁଯାୟୀ, ହିନ୍ଦୀ ଚଳଚ୍ଚିତ୍ର ଦେଖାଇବାର ଉଦ୍ଦେଶ୍ୟ ହେଉଛି ମୈତଇ ଗୋଷ୍ଠୀର ଜାତୀୟ ବିରୋଧୀ ନୀତିକୁ ଚ୍ୟାଲେଞ୍ଜ କରିବା ଏବଂ ଭାରତ ପ୍ରତି ସେମାନଙ୍କର ଭଳପାଇବା ଦେଖାଇବା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button