ଦେଶ ବିଦେଶ

ୟୁକ୍ରେନ ରାଷ୍ଟ୍ରପତି ହେଲେ ‘ପର୍ସନ ଅଫ ଦି ଇୟର’

ନୂଆଦିଲ୍ଲୀ: ଟାଇମ ମ୍ୟାଗାଜିନ ପକ୍ଷରୁ ୟୁକ୍ରେନ ରାଷ୍ଟ୍ରପତି ବ୍ଲାଦମିର ଜେଲନସ୍କୀଙ୍କୁ ‘ପର୍ସନ ଅଫ ଦି ଇୟର’ ଘୋଷଣା କରାଯାଇଛି । ଗତ ୧୨ ମାସରେ ବୈଶ୍ୱିକ ଘଟଣା ଉପରେ ସବୁଠୁ ଅଧିକ ପ୍ରଭାବ ପକାଇଥିବା ବ୍ୟକ୍ତି ବିଶେଷଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଥାଏ । ଏହି ଆୱାର୍ଡର ଅନ୍ୟ ଫାଇନାଲିଷ୍ଟରେ ଇରାନ ପ୍ରଦର୍ଶନକାରୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଟ୍ୱିଟର ମାଲିକ ଏଲନ ମସ୍କ ଓ ୟୁଏସ ସୁପ୍ରିମକୋର୍ଟ ସାମିଲ ଥିଲେ ।

ଟାଇମ୍ସର ଏଡିଟର ଇନ୍ ଚିଫ ଏଡୱର୍ଥ ଫେଲସେନଥଲ ଲେଖିଛନ୍ତି ଯେ, ୟୁକ୍ରେନ ଲଢ଼ୁଥିବା ଲଢ଼େଇ କାହାକୁ ଆଶାରେ ଭରିଥିବାବେଳେ କାହାକୁ ଡରାଇଥିଲା । ବ୍ଲାଦମିର ଜେଲନସ୍କୀ ସମସ୍ତଙ୍କୁ ଏମତି ପ୍ରେରିତ କରିଥିଲେ ଯାହାକୁ ଆମେ କେବେ ବି ଦେଖି ନଥିଲୁ । ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଚୟନ କରିବା ବେଶ୍ ସ୍ପଷ୍ଟ ଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button