ଦେଶ ବିଦେଶ

ହାଇକୋର୍ଟଙ୍କ ବିବାଦୀୟ ନିଷ୍ପତ୍ତି! କହିଲେ- ମହିଳାଙ୍କ ଅର୍ଦ୍ଧନଗ୍ନ ଶରୀର ଅଶ୍ଲୀଳତା ନୁହେଁ, ଜାଣନ୍ତୁ ପୂରା ଖବର

ପ୍ରତିଟି କ୍ଷେତ୍ରରେ ମହିଳାଙ୍କ ଉଲଗ୍ନ ଶରୀର ଅଶ୍ଳୀଳତାର ପ୍ରତୀକ ନୁହେଁ ବୋଲି କହିଛନ୍ତି କେରଳ ହାଇକୋର୍ଟ। ଅର୍ଦ୍ଧ ନଗ୍ନ ଶରୀରରେ ପେଣ୍ଟିଂ କରିବାକୁ କେନ୍ଦ୍ର କରି କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି କରିଥିଲା ଯେଉଁଥିରେ କୋର୍ଟ ରେହାନା ଫାତିମା ନାମକ ଜଣେ ମହିଳାଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି।

Painting

ମିଳିଥିବା ସୂଚନା ଅନୁଯାଇ ରେହାନା ନିଜ ପିଲାମାନଙ୍କୁ ତାଙ୍କ ଶରୀର ଉପରେ କାନଭାସ୍ ପରି ବ୍ୟବହାର କରି ଚିତ୍ର କରିବା ପାଇଁ ଅନୁମତି ଦେଇଥିଲେ। ତେବେ, ଅର୍ଦ୍ଧନଗ୍ନ ଅବସ୍ଥାରେ ତାଙ୍କର ଏହି ଭିଡ଼ିଓ ଭାଇରାଲ ହୋଇ ଯାଇଥିଲା। ଯାହାପରେ ତାଙ୍କ ନାମରେ ଏକ ଅପରାଧିକ ମାମଲା ରୁଜୁ କରାଯାଇଥିଲା।

Highcourt

ତେବେ, ନଗ୍ନତା ଏବଂ ଅଶ୍ଳୀଳତା ମଧ୍ୟରେ ପାର୍ଥକ୍ୟ ବର୍ଣ୍ଣନା କରି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ବିଚାର କରୁଥିବାବେଳେ କହିଛନ୍ତି ଯେ, ‘ଜଣେ ମହିଳାଙ୍କ ଉଲଗ୍ନ ଶରୀରକୁ ଅଶ୍ଳୀଳତା ଦେଖାଯିବା ଉଚିତ ନୁହେଁ। ପ୍ରାୟତଃ ଲୋକମାନେ ନିଜ ଶରୀରର ସ୍ୱାଧୀନତା ଅଧିକାରରୁ ବଞ୍ଚିତ ହୁଅନ୍ତି, ଯାହା ଠିକ୍ ନୁହେଁ।’ ଏଭଳି ଦର୍ଶାଇ ମାନ୍ୟବର ହାଇକୋର୍ଟ ଉକ୍ତ ମହିଳାଙ୍କ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗକୁ ଖାରଜ କରି ଦେଇଛନ୍ତି। ଅନ୍ୟପକ୍ଷରେ ମହିଳାମାନଙ୍କ ଶରୀର ପ୍ରତି ଲୋକମାନଙ୍କର ଥିବା ଧାରଣାକୁ ବଦଳାଇବା ସହିତ ନିଜ ପିଲାମାନଙ୍କୁ ଯୌନ ଶିକ୍ଷା ଦେବା ଉଦ୍ଦେଶ୍ୟରେ ସେ ଏଭଳି କରିଥିବା ରେହାନା କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button