ଓଡିଶା

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜରିମାନା – Utkal Mail



ଫୁଲବାଣୀ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଜେଲ୍‌ ଓ ଜରିମାନା । ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୨୦ ମସିହାରେ ବାଲିଗୁଡ଼ା ଥାନା ଅଞ୍ଚଳରେ ଘଟିଥିଲା ଏହି ଲୋମଟାଙ୍କୁରା ଦୃଶ୍ୟ । ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ସ୍ଵତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।

ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ ୧୨ ତାରିଖ ୨୦୨୦ ମସିହାରେ ୭ଟା ସମୟରେ ନାବାଳିକା ଜଣକ ବଜାର କାମରେ ଯାଇଥିବା ବେଳେ, ସେଠାରେ ନବାଳିକାକୁ ଏକୁଟିଆ ସୁଯୋଗ ଦେଖି ଆଶିଷ କୁମାର ନାୟକ ବଳପୂର୍ବକ କେଉଁ ଆଡ଼େ ନେଇଯାଇଥିଲା ।

ଘଟଣାର ୧୫ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ଅଶୋକ ଓରଫ ଆଶିଷ କୁମାର ନାୟକକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି। ତାଙ୍କୁ ନିଜ ପାଖରେ ଦୁଇ ଦିନ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଖବର ପାଇ ପୀଡ଼ିତାଙ୍କ ବାପା-ମାଆ ଏନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ନାବାଳିକାଙ୍କୁ ଅଭିଯୁକ୍ତର ଘରୁ ଉଦ୍ଧାର କରିଥିଲା । ଏଥିସହ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ଗିରଫ କରିଥିଲା ।

ଅଭିଯୋଗ ପ୍ରକାରେ ଥାନା କେସ ନମ୍ବର ୦୩/୨୦ ରେ ଏକ ମାମଲା ପୋସ୍କୋ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଆଶିଷକୁ କୋର୍ଟରେ ହାଜର କରାଇଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି । ସାକ୍ଷୀ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ କୋର୍ଟ ଅଭିଯୁକ୍ତ ଅଶୋକ କୁମାର ନାୟକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହାଜର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡାଦେଶ ହେବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି । ଏଥିସହ ପୀଡ଼ିତା ନାବାଳିକାର ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button