ବିଜ୍ଞାନ

ଛତୁରୁ ନିର୍ମାଣ ହେବ କମ୍ପ୍ୟୁଟର ଚିପ୍, କମ୍ ହେବ ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁ

ନୂଆଦିଲ୍ଲୀ: ଦୈନନ୍ଦିନ ଜୀବନରେ ବଢ଼ିଛି ଇଲେକ୍ଟ୍ରୋନିକ୍ସ ଉପକରଣର ବ୍ୟବହାର। କିନ୍ତୁ ଏହି ଉପକରଣର ବ୍ୟବହାର ଫଳରେ ବିଶ୍ବରେ ଇ-ଓ୍ବେଷ୍ଟ (ଇଲେକ୍ଟ୍ରୋନିକ୍ସ ବର୍ଜ୍ୟବସ୍ତୁ)ର ବିପଦ ଲଗାତାର ବଢ଼ିବାରେ ଲାଗିଛି। ଇ-ଓ୍ବେଷ୍ଟର ଏକ ବଡ଼ ଅଂଶ ହେଉଛି ଇଲେକ୍ଟ୍ରୋନିକ୍ସ ଚିପ୍ ଏବଂ ବ୍ୟାଟେରୀ। ଯାହାକୁ ତିଆରି କରିବା ପାଇଁ ପ୍ଲାଷ୍ଟିକ୍‌ର ବ୍ୟବହାର ହୋଇଥାଏ। ଆଉ ଏଥିରେ ବ୍ୟବହାର ହେଉଥିବା ରିସାଇକେଲ୍ (ପୁନଃ ବ୍ୟବହାର) କରାଯାଇପାରେ ନାହିଁ।

ପ୍ରକୃତରେ ସବୁ ଚିପ୍ ଭିତରେ ସବଟ୍ରେଟ୍ ରହିଥାଏ। ଏହି ସବ୍‌ଟ୍ରେଟ୍‌ ରିସାଇକିଲ ନହୋଇପାରୁଥିବା ପ୍ଲାଷ୍ଟିକ୍‌ ପଲିମରରେ ତିଆରି ହୋଇଥାଏ। ଫଳରେ ଚିପ୍ ଖରାପ ହେବା ପରେ ଏହାକୁ ଫିଙ୍ଗି ଦିଆଯାଇଥାଏ। ପ୍ରତିବର୍ଷ ଦୁନିଆରେ ୫ କୋଟି ଟନ୍ ଇଲେକ୍ଟ୍ରୋନିକ୍ ବର୍ଜ୍ୟ ବାହାରିଥାଏ।

ଅଷ୍ଟ୍ରିଆ ଲିଞ୍ଜ ସ୍ଥିତ ଜୋହାନ୍ସ କେପଲର ୟୁନିଭର୍ସିଟିର ବୈଜ୍ଞାନିକ ମାର୍ଟିନ୍ କାଲ୍ଟେନବ୍ରନର କହିଛନ୍ତି ଯେ ସବଟ୍ରେଟ୍ ରିସାଇକେଲ କରିବା ବହୁତ କଠିନ ଅଟେ। ଇଲେକ୍ଟ୍ରୋନିକ୍ ଓ୍ବେଷ୍ଟର ଅଧିକାଂଶ ଭାଗ ଏଥରେ ହିଁ ତିଆରି ହୋଇଥାଏ। ଏହାର ଦାମ୍ ମଧ୍ୟ କମ୍ ହୋଇଥାଏ। ମାର୍ଟିନ କହିଛନ୍ତି ଯେ ଯଦି ଚିପ୍‌କୁ ରିସାଇକେଲ କରାଯାଇପାରେ ଏବଂ ଏହାକୁ ପୁନଃଶ୍ଚ ବ୍ୟବହାର କାରଯାଇପାରେ।

ମାର୍ଟିନ ଏବଂ ତାଙ୍କ ଟିମ୍ ମସୃମ ଗେନୋଡର୍ମା ଲୁସିଡମର ନାମକ ମସୃମ ପ୍ରଜାତିର ସ୍କିନ୍‌କୁ ଚିପ୍ସର ସବଟ୍ରେଟ୍ ତିଆରି କରିବା ପାଇଁ କରିଛନ୍ତି। ଏହା ଏକ ପ୍ରକାରର ଫଙ୍ଗସ୍। ଏହି ମସୃମ ନିଜକୁ ବଞ୍ଚାଇବା ପାଇଁ ଚାରିପଟେ ଏକ ମଜବୁତ ତ୍ବଚା ନିର୍ମାଣ କରିଥାଏ। ଏହି ତ୍ବଚା ଗେନେଡର୍ମା ଲୁସିଡମ ମସୃମର ଚେରକୁ ବ୍ୟାକ୍ଟେରିଆ ଏବଂ ଫଙ୍ଗସ ସଂକ୍ରମଣରୁ ବଞ୍ଚାଇଥାଏ। ଏହି ତ୍ବଚା ଅନ୍ୟ କୌଣସି ଛତୁରେ ଦେଖିବାକୁ ମିଳେନାହିଁ। ମାର୍ଟିନ ଏବଂ ତାଙ୍କ ଟିମ୍ ଏହି ମସୃମର ତ୍ବଚାକୁ ବାହାର କରି ଶୁଖାଇଥିଲା। ଏହା ଖୁବ୍ ନମନୀୟ ଏବଂ ଏକ ଉତ୍ତମ ଇନସୁଲେସନ ପରି କାମ କରିପାରେ। ଏହା ୨୦୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ର ସହିପାରିବ। ଏହାର ମୋଟେଇ କାଗଜ ଭଳି। ଅର୍ଥାତ୍ ଏହା ଏକ ଭଲ ଚିପ୍ ସବଟ୍ରେଟ୍ ହୋଇପାରେ।

ମାର୍ଟିନ୍ କହିଛନ୍ତି ଯେ ଯଦି ଆଦ୍ରତା ଏବଂ ୟୁଭି ଲାଇଟ୍ ଦ୍ବାରା ଛତୁରୁ କଢ଼ାଯାଇଥିବା ତ୍ବଚା ଅନେକ ବର୍ଷ ଯାଏଁ ସୁରକ୍ଷିତ ରଖାଯାଇପାରିବ। ଏହା କୌଣସି ବି ଇଲେକ୍ଟ୍ରୋନିକ୍ସ ଡିଭାଇସର ସବଟ୍ରେଟ୍ ହୋଇପାରେ। ଏହା କୌଣସି ବି ପ୍ଲାଷ୍ଟିକ୍ ସବଟ୍ରେଟ୍ ଠାରୁ ୨୦୦୦ ଗୁଣା ଅଧିକ ନମନୀୟ। ଏହାର ବ୍ୟବହାର ସାଧାରଣ ବ୍ୟାଟେରୀରେ ମଧ୍ୟ କରିପାରିବେ। ଏହା ସହ କମ୍ ଶକ୍ତିଶାଳୀ ବ୍ଲୁଟୁଥ୍‌ ସେନ୍ସର ରେ ମଧ୍ୟ ଏହାର ବ୍ୟବହାର କରିପାରିବେ।

ତେବେ ବର୍ତ୍ତମାନ ମାର୍ଟିନଙ୍କ କହିବା ଅନୁଯାୟୀ ଏହି ମସୃମର ସ୍କିନର ବ୍ୟବହାର ସେହି ଇଲେକ୍ଟ୍ରୋନିକ୍ ଉପକରଣରେ କରାଯାଇପାରିବ ଯାହା ଅଧିକ ସମୟ ପାଇଁ ତିଆରି କରାଯାଇନଥାଏ। ଯେମିତିକି ଓୟାରଏବୁଲ ସେନ୍ସର କିମ୍ବା ରେଡିଓ ଟ୍ୟାଗ୍ସ। ଭବିଷ୍ୟତରେ ଏହାଦ୍ବାରା ପ୍ରସ୍ତୁତ ଡିଭାଇସକୁ ରିସାଇକେଲ ମଧ୍ୟ କରିହେବ। ଫଳରେ ଇଲେକ୍ଟ୍ରୋନିକ୍ ବର୍ଜ୍ୟ ବାହାରିବ ନାହିଁ।

ଇଂଲଣ୍ଡରେ ଥିବା ୟୁନିଭର୍ସିଟି ଅଫ୍ ଓ୍ବେଷ୍ଟର ବୈଜ୍ଞାନିକ ଆଣ୍ଡ୍ରୁ ଏଡମାତ୍ଜକୀ କହିଛନ୍ତି ଯେ, ଏହା ଏକ ବଡ଼ ଉପଲବ୍ଧି ଏବଂ ଏହା ଇତିହାସ ବଦଳାଇବା ଭଳି ଆବିଷ୍କାର। ଏହାଦ୍ବାରା ଦୁନିଆରେ ଜଳବାୟୁ ପରିବର୍ତ୍ତନ ମଧ୍ୟ କମିବ। ପ୍ରଦୂଷଣ କମ୍ ହେବ। ଏହି ଗବେଷଣା ନିକଟରେ ସାଇନ୍ସ ଆଡଭାନ୍ସ ରେ ପ୍ରକାଶିତ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button