ଓଡିଶା

ନକଲି ଶିକ୍ଷକ ଚିହ୍ନଟ ନେଇ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ବିଇଓ ଏବଂ ଡିଇଓଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର – ରାଜ୍ୟରେ ନକଲି ଶିକ୍ଷକ ସଂପର୍କରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ। କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି, ସେ ନେଇ ଦୁଇ ଦିନ ଭିତରେ ରିପୋର୍ଟ ଦେବେ ବିଇଓ ଏବଂ ଡିଇଓ । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ। ନକଲି ଶିକ୍ଷକ ନେଇ ଅଭିଯୋଗ ଆସିଥିଲା ।

ଜାତି, ଜନ୍ମ ଓ ଶିକ୍ଷାଗତ ସାର୍ଟିଫିକେଟ ଜାଲିଆତି ଖବର ଆସିଥିଲା ପୂର୍ବରୁ ବି ୩୦୦ ନକଲି ଶିକ୍ଷକ ଚିହ୍ନଟ କରାଯାଇ ଏହା ଭିତରେ ସମସ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏତଲା ଦାୟର ହୋଇଛି ବୋଲି ସେ କହିଛନ୍ତି। ନକଲି ଶିକ୍ଷକଙ୍କୁ କିଭଳି ଚିହ୍ନଟ କରାଯିବ, ସେ ନେଇ ରାଜ୍ୟ ସରକାର ବିଇଓ ଏବଂ ଡିଇଓମାନଙ୍କୁ ଏସଓପି ଜାରି କରିଛନ୍ତି । କିଛି ନକଲି ଶିକ୍ଷକଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ଆଉ କିଛି ଗିରଫ ବି ହୋଇଛନ୍ତି । ଆଉ କେତେକଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ପରେ ସେମାନଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି ।

ଚାକିରୀରେ ବଲାଙ୍ଗୀର ଲିଙ୍କ ତ ନୁହେଁ, ହେଲେ ନକଲି ସାର୍ଟିଫିକେଟ ଅଭିଯୋଗ ସବୁ ଜିଲ୍ଲାରୁ ଆସୁଛି । ବଲାଙ୍ଗୀରରୁ ବି ନକଲି ଶିକ୍ଷକ ଅଭିଯୋଗ ଆସିଛି । ବଲାଙ୍ଗୀର ଲିଙ୍କ ସମ୍ପୂର୍ଣ୍ଣ ନକଲି ସାର୍ଟିଫିକେଟ। ଆମ ରାଜ୍ୟକୁ ନକଲି ସାର୍ଟିଫିକେଟ ଆସାମ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟ ପ୍ରଦେଶ ପରି ବାହାର ରାଜ୍ୟରୁ ଆସିଛି । ତେଣୁ ଏହା ଧରିବାକୁ କଷ୍ଟ ହେଉଛି ଓ ସମୟ ଲାଗୁଛି । ହେଲେ ଓଡ଼ିଶା ଭିତର ସାର୍ଟିଫିକେଟ ଶୀଘ୍ର ମିଳୁଛି ଓ ସହଜରେ ଆମେ କାର୍ଯ୍ୟାନୁଷ୍ଠାନ ନେଇଛୁ ବୋଲି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button