ଓଡିଶା

ସାଇବର ଲୁଟେରାଙ୍କ ଟାର୍ଗେଟରେ ନାବାଳିକା

କଟକ: କଟକରେ ପ୍ରଥମ ଥର ପାଇଁ ହେଲା ଭିନ୍ନ ଧରଣର ସାଇବର ଠକେଇ । ସବୁ ଦିନିଆ ଅନଲାଇନ ଜିନିଷ ମଗାଉଥିବ ଯୁବତୀ ଙ୍କୁ ଟାର୍ଗଟ କଲେ ସାଇବର ଲୁଟେରା । ପ୍ରଥମେ ଅନଲାଇନରେ ଡେଲିଭରି ଓ ପରେ ସେଥିରୁ ବାହାରିଲା ଦୁର୍ଗନ୍ଧ କପଡ଼ା । ଏହାପରେ ଟଙ୍କା ରିଫଣ୍ଡ ପାଇଁ କହି ଫୋନପେ ଲିଙ୍କ୍ ମାଧ୍ୟମ ରେ ଲୁଟିନେଲେ ଲୁଟେରା । ତେବେ ଏହି ଗ୍ୟାଙ୍ଗର ଉତ୍ପତ୍ତି ପଡ଼ୋଶୀ ରାଜ୍ୟମାନଙ୍କରେ ହିଁ ଦୃଷ୍ଟିଗୋଚର ହୋଇଥାଏ । ଯାହା ନିରୀହ ଓ ବେଶୀ ଅନଲାଇନ ବ୍ୟବହାର କରୁଥିବା ବ୍ୟକ୍ତି ମାନଙ୍କୁ ଟାର୍ଗେଟ କରିଥାନ୍ତି । ବିଗତ ଦିନ ମାନଙ୍କରେ ଅନେକ ସାଇବର ଲୁଟ ସାମ୍ନାକୁ ଆସିଥିବା ବେଳେ ଏହିଭଳି ଘଟଣା ହୁଏତ ଓଡ଼ିଶାରେ ପ୍ରଥମ  ।

କଟକ ନୂଆ ବଜାର ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜର ଅନଲାଇନ ଅର୍ଡର ରିସିଭ କରିବା ପାଇଁ ଇ-କାର୍ଟ ରୁ ଏକ କଲ ଆସିଥିଲା । ନାବାଳିକା ଜଣକ ଘରେ ନଥିବାରୁ ତାଙ୍କ ମା’ ଙ୍କୁ କଲ କରି କହିଥିଲେ ଅନଲାଇନ ଅର୍ଡର ଟିକୁ ରିସିଭ କରିବା ପାଇଁ । ଏହାପରେ ନାବାଳିକାଙ୍କ ମା’  ୪୦୦ ଟଙ୍କା କ୍ୟାସ ଦେଇ ଅର୍ଡରକୁ ରିସିଭ କରିଥିଲେ । ହେଲେ ତା ଭିତରୁ ଦୁର୍ଗନ୍ଧ କପଡ଼ା ବାହାରିଥିଲା । ଯାହା ଫଳରେ ଏହାକୁ ଫେରସ୍ତ କରିବା ପାଇଁ ଉକ୍ତ ନମ୍ବର ରେ ଡେଲିଭରି ବଏ ସହ ଯୋଗାଯୋଗ କରିଥିଲେ ।ଏହାପରେ ସାଇବର ଲୁଟେରା ତାଙ୍କୁ ମାଗିଥିଲେ ଆପଣଙ୍କ ଫୋନପେ ନମ୍ବର ଅଛି ଯଦି ଦିଅନ୍ତୁ  ଆମେ ଆପଣଙ୍କ ଟଙ୍କା କୁ ଫୋନପେ ମାଧ୍ୟମରେ ଫେରସ୍ତ କରିଦେବୁ । ନାବାଳିକା ଜଣକ  ଆମର କୌଣସି ଫୋନପେ ନମ୍ବର ନାହିଁ କହି ଉକ୍ତ ଡେଲିଭରି ବଏ କୁ ପଡ଼ୋଶୀଙ୍କ ର ଫୋନେପ ନମ୍ବର ଟି ଦେଇଥିଲେ ।

ଲୁଟେରା ଜଣକ ପ୍ରତିଉତ୍ତର ରେ କହିଥିଲେ ଫୋନପେ ରେ ଯେଉଁ ଲିଙ୍କ ଯିବ ତାକୁ କ୍ଲିକ କରିଦେବେ । ତେବେ ପଡ଼ୋଶୀ ଜଣକ ସେଇ ଲିଙ୍କ କୁ କ୍ଲିକ କଲା ପରେ ତାଙ୍କ ଆକାଉଣ୍ଟ ରୁ ଆଖି ପିଛୁଳାକେ ଗାୟବ ହେଇଗଲା ୧୯ ହଜାର ଟଙ୍କା । ଏ ନେଇ ନାବାଳିକା ଜଣକ ସାଇବର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି  ବୋଲି ସୂଚନା ଦେଇଛନ୍ତି କଟକ ଆଡିସିନାଲ ଡିସିପି ଅନିଲ ମିଶ୍ର ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button