ବିବାହ ଉତ୍ସବରେ ଯାଇଥିବା ମହିଳା ବରର ସାଙ୍ଗ ସହ କଲେ ସେକ୍ସ; ରୋମାନ୍ସ ବେଳେ ଆସିଲା ହାର୍ଟ ଆଟାକ୍

ସୋସିଆଲ ମିଡ଼ିଆ ହେଉଛି ଅଜବ ଖବରର ଭଣ୍ଡାର । ଆପଣ ଏଠାରେ ଅନେକ ଥର ଏହିପରି ଖବର ପାଇବେ, ଯାହାକୁ ଆପଣ ପଢ଼ିବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସୋସିଆଲ ମିଡ଼ିଆ ସାଇଟ୍ ରେଡ୍ଡିଟର ଏହିପରି ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି। ଜଣେ ମହିଳା ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ (Intimate Moment) ସହିତ ଜଡ଼ିତ ଏପରି କଥା ଶେୟାର କରିଥିଲେ, ଯାହା ଲୋକେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆସନ୍ତୁ ଜାଣିବା ପୂରା କଥା…
ନିକଟରେ ଜଣେ ମହିଳା ରେଡ୍ଡିଟ୍ (Reddit) ଗ୍ରୁପରେ ଏକ ଅଜବ ଘଟଣା ସେୟାର କରିଥିଲେ । ମହିଳା ଜଣକ କହିଥିଲେ ଯେ ଥରେ ସେ ନିଜର ବେଷ୍ଟ ଫ୍ରେଣ୍ଡଙ୍କ ବିବାହକୁ ଯାଇଥିଲେ ଯେଉଁଠାରେ ସେ ବରର ଜଣେ ବନ୍ଧୁଙ୍କୁ ପସନ୍ଦ କରିଥିଲେ। ମହିଳା ଜଣକ ପ୍ରଥମ ଥର ସେହି ପୁରୁଷଙ୍କୁ ଭେଟିଥିଲେ।
ଏହାପୂର୍ବରୁ ସେ ଭିଡିଓ କଲ୍ ମାଧ୍ୟମରେ ଉକ୍ତ ବ୍ୟକ୍ତିଙ୍କ ସହ କଥା ହୋଇଥିଲେ, ହେଲେ ସେହି ସମୟରେ ତାଙ୍କ ବନ୍ଧୁ ତାଙ୍କ ଭାବି ସ୍ୱାମୀ ମଧ୍ୟ ଉପସ୍ଥିତ ଥିଲେ। ମହିଳା ଜଣକ କହିଥିଲେ ଯେ ସେ ବିବାହରେ ସେହି ପୁରୁଷଙ୍କ ସହ ବହୁତ କଥା ହୋଇଥିଲେ ଓ ନାଚିଥିଲେ। ବିବାହ ସମୟରେ ସେମାନେ ପରସ୍ପର ସହିତ ଏକାଠି ଥିଲେ । ବିବାହ ସମାପ୍ତ ହେବା ମାତ୍ରେ ଦୁହେଁ ସେହି ବ୍ୟକ୍ତିଙ୍କ ହୋଟେଲ ରୁମକୁ ଯାଇଥିଲେ ଯେଉଁଠାରେ ଦୁହେଁ ରୋମାନ୍ସ କରିଥିଲେ।
ହିଳା ଜଣକ ତାଙ୍କ ପୋଷ୍ଟରେ କହିଥିଲେ ଯେ ଏହା ତାଙ୍କ ଜୀବନର ସବୁଠାରୁ ବିଶେଷ ଅଭିଜ୍ଞତା, କିନ୍ତୁ ରୋମାନ୍ସ ସମୟରେ (Woman Romance with Best Man) ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିବା କରିଥିଲେ । ସେ ଶ୍ୱାସ ନେବାରେ ଅସୁବିଧା ମଧ୍ୟ ଅନୁଭବ କରିଥିଲେ । ପୁରୁଷ ଜଣକ ସଙ୍ଗେ ସଙ୍ଗେ ମହିଳାଙ୍କ ପିଠିରେ ପିଟିବାକୁ ଲାଗିଲେ ଓ ତାଙ୍କୁ ପାଣି ପିଇବାକୁ ଦେଲେ। ତା’ପରେ ସେ ରାତିସାରା ତାଙ୍କ ସହିତ ରହିଥିଲେ।
ମହିଳା ଜଣକ କହିଛନ୍ତି ଯେ ସେ ପୁରୁଷର ଚିନ୍ତା ଦେଖି ତାଙ୍କୁ ପସନ୍ଦ ଆସିଥିଲା, କିନ୍ତୁ ସେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଭୟଭୀତ ଥିଲେ । ଏହା ପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଯେଉଁଠାରେ ସେ ଲଜ୍ଜାଜନକ ଭାବରେ ପୂରା କାହାଣୀ ବର୍ଣ୍ଣନା କରିଥିଲେ । ଡାକ୍ତର କହିଥିଲେ ଯେ ଶାରୀରିକ କାର୍ଯ୍ୟ ସମୟରେ ହୃଦସ୍ପନ୍ଦନ ବଢୁଥିବାରୁ ସେ ହୃଦଘାତର ଶିକାର ହୋଇଥିଲେ।
ତାଙ୍କର ପରୀକ୍ଷା ମଧ୍ୟ ସ୍ୱାଭାବିକ ହୋଇଥିଲା କିନ୍ତୁ ଡାକ୍ତର ତାଙ୍କୁ ହୃଦରୋଗ ବିଶେଷଜ୍ଞଙ୍କ ନିକଟକୁ ଯିବାକୁ ପରାମର୍ଶ ଦେଇଥିଲେ। ମହିଳା ଜଣକ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ହୃଦ୍ରୋଗ ବିଶେଷଜ୍ଞ ମଧ୍ୟ ସମାନ କଥା କହିଛନ୍ତି କିନ୍ତୁ ଲଜ୍ଜାଜନକ ଯେ ତାଙ୍କୁ ସେହି ରାତିର ବ୍ୟକ୍ତିଗତ ଅଭିଜ୍ଞତା ଦୁଇ ଡାକ୍ତରଙ୍କ ଆଗରେ ବାଣ୍ଟିବାକୁ ପଡ଼ିଲା।
ମହିଳାଙ୍କ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଅନେକ ଲୋକ ତାଙ୍କୁ ସାନ୍ତ୍ୱନା ଦେଇଥିଲେ ଓ କହିଥିଲେ ଯେ ସମ୍ପର୍କ ସ୍ଥାପନ କରିବା ସମୟରେ ଏହା ହେବା ସ୍ୱାଭାବିକ। ଯେତେବେଳେ କି କିଛି ଲୋକ ନିଜର କିଛି ସମାନ ଅନୁଭୂତି ବାଣ୍ଟିଥିଲେ ।