ଦେଶ ବିଦେଶ

ମଣିପୁରରେ ପାଟ୍ରୋଲିଂ କରୁଥିବା ଆସାମ ରାଇଫଲ୍ସଙ୍କ ଉପରେ ଆକ୍ରମଣ – Utkal Mail



ଇମ୍ଫାଲ: ମଣିପୁରରେ ପାଟ୍ରୋଲିଂ କରୁଥିବା ଆସାମ ରାଇଫଲ୍ସ ସୈନିକଙ୍କୁ ଆକ୍ରମଣ କରାଯାଇଛି। ଉଗ୍ରବାଦୀମାନେ ପ୍ରଥମେ ଏକ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (IED) ବିସ୍ଫୋରଣ କରିଥିଲେ। ତା’ପରେ ଆସାମ ରାଇଫଲ୍ସର ଏକ କଣ୍ଟିଜେଣ୍ଟ ଉପରେ ଆକ୍ରମଣ କରିଥିଲେ। ମଣିପୁର ଟେଂଗ୍ନୋପାଲ ଜିଲ୍ଲାରେ ଗୁରୁବାର ୧୦ଟି ଆଇଇଡି ବିସ୍ଫୋରଣ କରାଯାଇଛି। ତେବେ ଟାର୍ଗେଟ୍ କରାଯାଇଥିବା ବାହାନରେ ଥିବା ଜଣେ ବି ସୁରକ୍ଷାକର୍ମୀ ଆହତ ହୋଇନଥିବା ଅଧିକାରୀ ବୟାନ ଦେଇଛନ୍ତି। ଏହି ଘଟଣା ପୂର୍ବାହ୍ନ ୮ଟା ୧୫ ମିନିଟ୍‌ରେ ଟେଂଗ୍ନୋପାଲ ଜିଲ୍ଲାର ସ୍ୟାବୋଲ ସିଭିଲ ଲାଇନ୍ସରେ ହୋଇଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀମାନେ ପ୍ରଥମେ ଆଇଇଡି ଲଗାଇ ଏହି ବିସ୍ଫୋରଣ କରିଥିଲେ। ଏହା ପରେ ସେନା ଗାଡି ଉପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଆକ୍ରମଣ ଅଜ୍ଞାତ ବିଦ୍ରୋହୀଙ୍କ ଦ୍ୱାରା କରାଯାଇଛି। ସୂଚନା ଅନୁସାରେ ସ୍ୟାବୋଲରେ କମ୍ପାନୀ ସଞ୍ଚାଳନ ବେସ୍‌ରୁ ୨୦ ଆସାମ ରାଇଫଲସ୍‌ ର ଏକ ପାଟ୍ରୋଲିଂ ପାର୍ଟି ପୂର୍ବାହ୍ନରେ କ୍ଷେତ୍ରର ପାଟ୍ରୋଲିଂ ନିମନ୍ତେ ବାହାରିଥିଲେ। ପାଟ୍ରୋଲିଂ ପାର୍ଟି ଆଣ୍ଟି ମାଇନ୍ସ ବାହନରେ ପାଟ୍ରୋଲିଂ କରୁଥିବା ବେଳେ ଅଜ୍ଞାତ ବିଦ୍ରୋହୀମାନେ ବାହନ ଉପରକୁ ଆଇଇଡି ଆକ୍ରମଣ କରିବା ସହିତ ଗୁଳିମାଡ କରିଥିଲେ।

ଅଧିକାରୀ ଆହୁରି ମଧ୍ୟ କହିଛନ୍ତି, ‘ଏହି ଆକ୍ରମଣ ପାଇଁ ସେମାନେ ହାଲୁକା ଅସ୍ତ୍ର ବ୍ୟବହାର କରି ଆସାମ ରାଇଫଲ୍ସର ଗାଡି ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ପରେ ପାଟ୍ରୋଲିଂ ପାର୍ଟି ଆକ୍ରମଣକାରୀଙ୍କ ସନ୍ଧାନ ନିମନ୍ତେ ସମ୍ବଦ୍ଧିତ ଅଞ୍ଚଳରେ ତଲାସୀ ଅଭିଯାନ ଚଳାଇଛନ୍ତି। ମଣିପୁରରେ ପ୍ରଥମ ଥର ହୋଇଥିବା ହିଂସାର ପାଖାପାଖି ୬ ମାସ ପରେ ସୁରକ୍ଷା ବାହିନୀ ଉପରେ ଏହା ପ୍ରଥମ ଆଇଇଡି ଆକ୍ରମଣ। ହିଂସାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ମଣିପୁରରେ ଭାରତୀୟ ସେନାର ଆସାମ ରାଇଫଲ୍ସର ଏକ କଣ୍ଟିଜେଣ୍ଟ ନିୟୋଜିତ କରାଯାଇଛି।’

ଏହି ମାସ ଆରମ୍ଭରେ, ୨୦୦ ଆସାମ ରାଇଫଲ୍ସର ସୈନିକଙ୍କୁ ମୋରେହ ସହରକୁ ବିମାନ ଉଡ଼ାଣ କରାଯାଇଥିଲା। ଉଗ୍ରବାଦୀଙ୍କୁ ଏଠାରୁ ଘଉଡାଇବା ପାଇଁ ସେନା ଏକ ବିଶାଳ ଅପରେସନ୍ ଆରମ୍ଭ କରିଥିଲା। ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ସହିତ ସେନା ଉପସ୍ଥିତିରେ ପ୍ରଥମ ଥର ହୋଇଥିବା ଆକ୍ରମଣକୁ ଗୁରୁତର ସହ ଗ୍ରହଣ କରାଯାଇଛି। ମଣିପୁରରେ ୩ ମେ ଘଟଣା ପରେ ଏବେ ୨୩ ଆସାମ ରାଇଫଲ ବାହିନୀ ମୁତୟନ ଅଛନ୍ତି। ମୋତେଇ ଉପଦ୍ରୁତ ଅଞ୍ଚଳରେ ଆସାମ ରାଇଫଲସ ସୁରକ୍ଷା ସୁନିଶ୍ଟିତ କରୁଥିବା ବେଳେ ଆସାମ ରାଇଫଲକୁ ରାଜ୍ୟରୁ ହଟାଇବା ପାଇଁ ଦାବି ହେଉଛି। କୁହାଯାଉଛି ଯେ ମିଆଁମାରର ଅନୁପ୍ରବେଶକାରୀମାନେ ଏହି ଅଞ୍ଚଳରେ ହିଂସା କରିଛନ୍ତି। ଅନୁପ୍ରବେଶକାରୀଙ୍କ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ମେ ମାସରୁ ମଣିପୁରରେ ହିଂସା ଚାଲିଥିବା ବେଳେ କିଛି ସମୟ ପାଇଁ ଶାନ୍ତି ରହିଆସିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button